Advertisment

ମୃତ୍ୟୁ ଏମିତି ବି ଆସେ !! ବାପାଙ୍କ ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଗଲା

ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ..ଶୋକାକୂଳ ପରିବେଶରେ ପୂରା ପରିବାର।

Father Son Death

Father Son Death

Advertisment

ବାପାଙ୍କ ମୃତ୍ୟୁ ଖବର ଶୁଣି ଚାଲିଗଲା ପୁଅର ଜୀବନ। ସ୍ତବ୍ଧ ହୋଇଗଲା ପୂରା ପରିବାର। କିଏ କାହାକୁ ସାନ୍ୱନା ଦେବ ତାହା ବୁଝା ପଡ଼ୁନି। ବୋହୂ ସ୍ୱାମୀକୁ ହରାଇ କାନ୍ଦିବ ନା ଶ୍ୱଶୁରଙ୍କୁ ଝୁରିବ, ସିଏ ନିଜେ ବି ଜାଣିପାରୁନି। ବାପ-ପୁଅଙ୍କ ଏମିତି ଏକାଠି ଆରପାରିକୁ ଯିବାର ଘଟଣାକୁ କେହି ସହଜରେ ବି ଗ୍ରହଣ କରିପାରୁନାହାନ୍ତି।

Advertisment

ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ l ହେଲେ ମୃତ୍ୟୁ ଏମିତି ବି ଆସେ l ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବାପାର ମୃତ୍ୟୁ ହେଲା l ହେଲେ ବାପାଙ୍କର ମୃତ୍ୟୁ ଖବର ଶୁଣି ବଡ଼ ପୁଅ ମଧ୍ୟ ଆର ପାରିକୁ ଚାଲିଗଲେ l ଏମିତି ଏକ ହୃଦ ବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ଆଶ୍ରମପଡାରେ l ବଲାଙ୍ଗୀରର ଗନ୍ଧର୍ବ ଥପା ଜଣେ ରେଲୱେ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ l ତାଙ୍କ ଅବସର ପରେ ତାଙ୍କ ବଡ଼ ପୁଅ ଧନେଶ୍ୱର ଥପା ବାପାଙ୍କ ଚାକିରୀ କରୁଥିଲେ l ଗତ ଦୁଇ ବର୍ଷ ଆଗରୁ ଧନେଶ୍ୱରଙ୍କ ସ୍ତ୍ରୀର ମୃତ୍ୟୁ ହୋଇଥିଲା l ତାଙ୍କର ଦୁଇ ଜଣ ଝିଅ ଅଛନ୍ତି l ହେଲେ ବିଳମ୍ବିତ ରାତିରେ ବାପା ଗନ୍ଧର୍ବ ଥପାଙ୍କ ମୃତ୍ୟୁ ହୋଇଥିଲା l ମୃତ୍ୟୁ ଖବର ଶୁଣି ବଡ଼ ପୁଅ ଧନେଶ୍ୱର ଥପାଙ୍କର ବି ମୃତ୍ୟୁ ହୋଇଛି।

ଗୋଟିଏ ମଶାଣିରେ ଏକା ସାଙ୍ଗରେ ଏଇ ଜୁଇରେ ଜଳୁଛି ବାପା ଓ ପୁଅଙ୍କ ଶବ। ଏମିତି ଦୁଃଖ ଘଟଣା ଘଟିବ ବୋଲି କେହି ବିଶ୍ୱାସ ବି କରିପାରିନଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ବାପ ପୁଅ ମଦ ଛାଡ଼ିବା ପାଇଁ ମେଡ଼ିସିନ ଖାଉଥିଲେ। ହେଲେ ରାତି ଅଧରେ ବାପାଙ୍କ ଦେହ ଅସୁସ୍ଥ ହେବାରୁ ସାନ ପୁଅ ବାପାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ରାତିରେ ମୃତ ଘୋଷଣା କରିଥିଲେ l ପରେ ପରେ ସକାଳୁ ସକାଳୁ ବଡ଼ ପୁଅ ଧନେଶ୍ୱରଙ୍କ ଦେହ ଅସୁସ୍ଥ ହେବାରୁ ହସ୍ପିଟାଲକୁ ନେଇଥିଲେ l ତା ପରେ ଧନେଶ୍ୱର ଥପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା l ତେବେ ମଦ ପାଇଁ ଦୁହିଁଙ୍କ ଜୀବନ ଗଲା କି ଅନ୍ୟ କାରଣ ଅଛି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Advertisment

ରିପୋର୍ଟର- ଅନ୍ତିମ ପାଣିଗ୍ରାହୀ

Special Story Father Son Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ