Advertisment

ମଶାରୀରେ ଶହେ କଣା, ହେଲେ ପଶିପାରିବନି ମଶା

ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍‌ ମାତ୍ର ଏତିକି ଟଙ୍କା

WVN Mosquito Net

WVN Mosquito Net

Advertisment

ମଶାରୀ ଭିତରେ ଶୋଇଲେ ମଶା ଲାଗେନାହିଁ । ମଶା କାମୁଡାରୁ ବର୍ତ୍ତିବା ପାଇଁ ଲୋକେ ମଶାରୀ ଟାଣି ଶୁଅନ୍ତି କାରଣ ଏହା ଚାରିପଟୁ ନିବୁଜ ରହିଥାଏ । ଯଦି ସେହି ମଶାରୀରେ ପ୍ରାୟ ସ୍ଥାନରେ ଛୋଟ ଛୋଟ ଛିଦ୍ର ରହେ ତ ମଶା କାମୁଡ଼ିବା ସୁନିଶ୍ଚିତ । କିନ୍ତୁ ଏବେ ଏପରି ଏକ ମଶାରୀ ଆସିଛି ଯାହାର ଅନେକ ସ୍ଥାନରେ ଛୋଟ ଛୋଟ ଛିଦ୍ର ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏ ଛିଦ୍ର ଦେଇ ମଶାରୀ ଭିତରକୁ ଯଦି ମଶା ପଶିବେ ତେବେ ଆଉ ପଦାକୁ ବାହାରିପାରିବେନି ବରଂ ସେମାନଙ୍କର ମୃତ୍ୟୁ ସୁନିଶ୍ଚିତ।

Advertisment

ଇଏ ଏମିତି ସେମିତି ମଶାରୀ ନୁହେଁ ବରଂ ସାଧାରଣ ମଶାରୀ ଠାରୁ ଢେର ଅଲଗା । ଆଉ ଏହାର ନାଁ ରହିଛି WVN ବା ୱେଲ୍ ଭେଣ୍ଟିଲେଟର ନେଟ୍ । ଏଥିରେ ଥରେ ମଶା ପଶିଲେ ବାହାରିବା ତ କଷ୍ଟ, ହେଲେ ତାର ମୃତ୍ୟୁ ସୁନିଶ୍ଚିତ । ତେବେ ଏପରି ସ୍ୱତନ୍ତ୍ର ମଶାରୀକୁ ଉଦ୍ଭାବନ କରିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମତୋ ଗାଁର ଡାକ୍ତର ସତ୍ୟନ ସାହୁ । ସତ୍ୟନ ସେନାରେ କାର୍ଯ୍ୟରତ ଅଛନ୍ତି। ତେବେ ମଶାଙ୍କ ଦାଉରୁ କେମିତି ରକ୍ଷା ପାଇବେ ସେନେଇ ୧୦ ବର୍ଷ ହେବ ସେ ଅନେକ କାମ କରୁଥିଲେ । ଶେଷରେ ସେ ସଫଳ ହେଲେ ଆଉ ଏମିତି ମଶାରୀ ତିଆରି କଲେ ।

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମଶା ପାଇଁ ଅନେକ ରୋଗ ବ୍ୟାପିବା ସହ ଶହଶହ ଲୋକଙ୍କ ମୃତ୍ୟୁ ବି ହୁଏ । ତେଣୁ ସବୁ ଦିଗକୁ ନଜରରେ ରଖି ଏମିତି ମଶାରୀ ତିଆରି କରିଛନ୍ତି ସତ୍ୟନ । ସାଧାରଣ ମଶାରୀରେ ମଶା ପଶି ଅନେକ ସମୟରେ ଲୋକଙ୍କୁ କାମୁଡ଼ିଥାଆନ୍ତି । ହେଲେ ଏହି ମଶା ଧରା ମଶାରୀରେ ଥରେ ମଶା ପଶିଲେ, ମଶାରୀରେ ଜାଲ ଭଳି ଯେଉଁ ଖୋପ ଖୋପ ହୋଇ ରହିଛି ସେଥିରେ ପଡି ମଶାଙ୍କ ମୃତ୍ୟ ହୋଇଥାଏ ।

Advertisment

ଖାଲି ଏତିକି ନୁହେଁ ବରଂ ଫ୍ୟାନ ଓ ବାହାର ପବନ ମଧ୍ୟ ଅତି ଆରାମରେ ଭିତରକୁ ଯାଇପାରେ। ଏହି ମଶାରୀ ଦୁଇ ପ୍ରକାରର ଅଛି । ଗୋଟିଏ ଖରାଦିନ ଓ ଗୋଟିଏ ଶୀତ ଦିନେ ଆପଣମାନେ ବ୍ୟବହାର କରିପାରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଇ ସ୍ୱତନ୍ତ୍ର ମଶାରୀ ୮ ଶହ ରୁ ୧୨ଶହ ଟଙ୍କା ଥିବାବେଳେ ଅନଲାଇନରେ ବି ଏହି ମଶାରୀ ମିଳୁଛି ।

ତେବେ ଡାକ୍ତର ଜଣକ ମଶାରୀ ତିଆରି କରିବା ପରେ ଗାଁ ଲୋକ ବି ବେଶ୍‌ ଖୁସ୍‌ ଅଛନ୍ତି । ଖାଲି ଏତିକି ନୁହେଁ ବରଂ ଏମିତି ନୂଆ ଶୈଳୀରେ ମଶାରୀ ତିଆରି କରିଥିବାରୁ ଗ୍ରାମବାସୀ ତାଙ୍କୁ ପ୍ରଶଂସା ବି କରିଛନ୍ତି । ଡାକ୍ତର ଗାଁ ପୁଅ ଏକ ସ୍ୱତନ୍ତ୍ର ବେଲୁନ ଟାଇପରେ ମଶାରୀ ତିଆରି କରିଥିବାରୁ ଆମେ ଅଞ୍ଚଳବାସୀ ବେସ୍ ଉପକୃତ ହେବୁ ବୋଲି କହିବା ସହିତ ବେସ୍ ଗର୍ବ ଅନୁଭବ କରିଛନ୍ତି ଗାଁ ଓ ପରିବାରଲୋକେ ।

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିଜର ଡାକ୍ତରୀ କାର୍ଯ୍ୟ ଭିତରେ ବି ଏମିତି ଅତ୍ୟାଧୁନିକ ମଶାରୀ ତିଆରି କରିପାରିଛନ୍ତି ଡାକ୍ତର । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ବି ଚାଲିଛି । ତେବେ ଦେଖାଯାଉ ସରକାରୀ ସ୍ତରରେ କେବେ ଏଇ ମଶାରୀକୁ ପ୍ରୋତ୍ସାହନ ମିଳୁଛି ।

ରିପୋର୍ଟର- ବାସୁଦେବ ଦାସ

Special Story WVN Mosquito Net
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ