Advertisment

ଯେଉଁ ହାତରେ ବନ୍ଧୁକ ଧରୁଥିଲେ, ଆଜି ସେହି ହାତରେ ଲାଗିଲା ମେହେନ୍ଦି

ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍‌

ଅଦ୍ୟତନ ହୋଇଛି
maoist

maoist

Advertisment

ଯେଉଁ ହାତ ବନ୍ଧୁକ ଧରୁଥିଲା, ଆଜି ସେହି ହାତରେ ଲାଗିଲା ମେହେନ୍ଦୀ । ଯିଏ ଦିନେ ଘଂଚ ଜଙ୍ଗଲରେ ରହୁଥିଲେ ଆଜି ସିଏ ମଣ୍ଡପରେ ବସିଛନ୍ତି । ଆଉ ଖିଲିଖିଲି ହସୁଛନ୍ତି । ସେହି ଦୁଇ ଯୁବତୀଙ୍କ ନାଁ ହେଲା ସପନିତା ପାଟମାଝି ଓରଫ ନନ୍ଦିନୀ ଏବଂ ଫୁଲବତି ଉଷେଣ୍ଡା ଓରଫ ଦୀପା । ମାଓବାଦୀ ସଂଗଠନ ଛାଡି ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଏହି ଦୁଇ ଜଣ। ଆଉ ଏବେ ଏମାନଙ୍କର ହେଉଛି ବାହାଘର ।

Advertisment

ମଣ୍ଡପ ସଜା ହୋଇଛି, ଗାଡି ବି ସଜା ହୋଇଛି । ଆକର୍ଷଣୀୟ ଢଙ୍ଗରେ ସବୁ ଚାଲିଛି । ଆଉ ବାହାଘର ପାଣିଗ୍ରହଣ ସମୟ ପାଖେଇ ଆସୁଥିବାରୁ ନବବଧୂ ବେଶରେ ସଜେଇ ହୋଇ ମଣ୍ଡପରେ ପହଂଚିଛନ୍ତି ଯୁବତୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ବାହାଘରର ଆୟୋଜନ କରିଛି ଖୋଦ୍‌ କନ୍ଧମାଳ ପୋଲିସ୍‌ ।

ସପନିତା ୨୦୧୮ ମସିହାରେ ମାଓବାଦୀ ସଂଘଠନରେ ସାମିଲ ହୋଇଥିଲେ। ମାଓ ସଂଗଠନରେ ସାମିଲ ହେବା ପରେ ବଣଜଙ୍ଗଲରେ କଟୁଥିଲା ଦିନ। ହେଲେ ୨୦୧୯ରେ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କଲେ। ସେହିଭଳି ଫୁଲବତୀ ୨୦୦୮ରେ ମାଓ ସଂଗଠନରେ ସାମିଲ ହେବା ପରେ ଜଙ୍ଗଲରେ ବିତୁଥିଲା ଜୀବନ । ହେଲେ ୨୦୨୧ ମସିହାରେ ପୋଲିସ ଡିଜିଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ ସେ । ଆତ୍ମସମର୍ପଣ କରିବା ପରେ ଆଜିଯାଏ ପୋଲିସ ହେପାଜତରେ ଥିଲେ ଫୁଲବତୀ।

Advertisment

ହେଲେ ଆଜି ଉଭୟ ଯୁବତୀଙ୍କ ବିବାହ କରାଇଛି ପୋଲିସ୍‌ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାଓ ସଂଗଠନ ଛାଡିବା ପରେ ଉଭୟଙ୍କ ବାହାଘରକୁ ବଡ ଧୁମଧାମରେ ଆୟୋଜନ କରିଛି ପୋଲିସ୍‌ । ସପନିତାଙ୍କର ବିବାହ ଦାରିଙ୍ଗବାଡିର ବିନୋଦଙ୍କ ସହ ହେଉଥିବା ବେଳେ ଫୁଲବତୀଙ୍କର ବିବାହ ଜି. ଉଦୟଗିରିର ସ୍ଵପ୍ନେଶ୍ଵରଙ୍କ ସହ ହେଉଛି । ତେବେ ନିଜ ବିବାହ ପାଇଁ ଉଭୟେ ବେଶ୍‌ ଖୁସି ଥିବା ବେଳେ ଏହାରି ଭିତରେ କନ୍ଧମାଳ ଏସପିଙ୍କ ଝିଅ ବନିଯାଇଥିବା କହିଛନ୍ତି ଉଭୟ। ଖାଲି ଏତିକି ନୁହେଁ ବରଂ ବାପାଙ୍କୁ ଛାଡ଼ି ସବୁଦିନ ଶାଶୂଘର ପଳାଇଯାଉଥିବାରୁ ଉଭୟ ଦୁଃଖିତ ବୋଲି କହିଛନ୍ତି । ତେବେ ମାଓବାଦୀରୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଏମିତି ଧୁମଧାମରେ ବାହାଘର ହେବା ଘଟଣାକୁ ନେଇ ପୂରା କନ୍ଧମାଳରେ ଚର୍ଚ୍ଚା ଚାଲିଛି ।

(ରିପୋର୍ଟ- କନ୍ଧମାଳ ଫୁଲବାଣୀରୁ ତ୍ରିନାଥ ସାହୁ)

Maoist Marriage Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ