Advertisment

ସବୁ ଦେଖି ଚୁପ୍‌ ପ୍ରଶାସନ; ୫ ଫୁଟିଆ ଘରେ କଟୁଛି ବୁଢ଼ୀ ମାଉସୀର ଜୀବନ

୨୨ ବର୍ଷର ସ୍ଥିର ସରକାର। ଫୁଟିକିଆ ଘରେ ରହୁଛି ୫ ଫୁଟିଆ ମଣିଷ। ଖାଇବାକୁ ନାହିଁ ପିଇବାକୁ ନାହିଁ....ବର୍ଷା ହେଲେ ମୁଣ୍ଡ ଉପରେ ବର୍ଷୁଛି, ଖରା ହେଲେ ଟିଣ ଘରେ ଦେହ ଜଳିଯାଉଛି। ଘର ଖଣ୍ଡିଏ ପାଇଁ ଗୁହାରି କରି କରି ହାଲିଆ ହେଲେ ଲାଞ୍ଚ ବିନା ଘର ହେଉନି। ରାସନ କାର୍ଡ ନାହିଁ କି ଭତ୍ତା ନାହିଁ। ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ବାସନ୍ତୀ।

ଅଦ୍ୟତନ ହୋଇଛି
Tattered House

Tattered House

Advertisment

ହାତେ ଉଞ୍ଚା ଘରେ ରହୁଛନ୍ତି ଜଣେ ମାଉସୀ । ଖାଲି ରହୁଛନ୍ତି ତାହା ନୁହେଁ ବରଂ ସେହି ଉଞ୍ଚା ଘରେ ବସି ପଖାଳ କଂସା ଧରି ଭାତ ମଧ୍ୟ ଖାଉଛନ୍ତି । ଆଉ ଭାତ ସାଙ୍ଗରେ ତିଅଣ କହିଲେ କଂଚା ଲଙ୍କା ଓ ଲୁଣର ଝୋଳ। ସେହି ହାତେକିଆ ଘରେ ଜାଳଠୁ ଆରମ୍ଭ କରି ହାଣ୍ଡ,ଡେକଚି କେତେ କଣ ରହିଛି। ଆଉ ତାହାରି ମଧ୍ୟରେ ଅତି ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି ବୃଦ୍ଧା ।

Advertisment

ଘରର ଉଚ୍ଚତା ପ୍ରାୟ ଏକ ଫୁଟ ହେବ। ଚାରିଖଣ୍ଡ ମାଙ୍କଡା ପଥର ଉପରେ ଟିଣ ଆଜବେଷ୍ଟସ ଖଣ୍ଡେ ଥୋଇ ସେହି ଘରେ ଦିନ ରାତି କାଟୁଛନ୍ତି ବାସନ୍ତୀ ପ୍ରଧାନ। ଏହାରି ଭିତରେ ରୋଷେଇ ଏବଂ ଏହାରି ଭିତରେ ଶୋଇବା ଖାଇବା ସବୁ କିଛି। ଢେଙ୍କାନାଳ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ନାଗିଆପଷି ପଞ୍ଚାୟତ ଛଣବୋଲୁଅ ଠାରେ ମୁଖ୍ୟ ରାସ୍ତାକୁ ଲାଗି ରହିଛି ବାସନ୍ତୀଙ୍କର ଏହି ଫୁଟିକିଆ ଘର।

ଘର କହିଲେ ରାସ୍ତା କଡର ଭଙ୍ଗା ଦଦରା ବାରଣ୍ଡା ଉପରେ ଫୁଟେ ଉଚ୍ଚରେ ଆଜବେଷ୍ଟସ ଥୋଇ ଦିନ କାଟୁଛନ୍ତି ବାସନ୍ତୀ । ବଳ ପାଇଲେ କେତେବେଳେ ପାଖଆଖ ଘରେ ପାଇଟି କରିଦିଅନ୍ତି । ଆଉ ସେଥିରୁ ଯାହା ଦୁଇ ପଇସା ମିଳେ ସେଥିରେ ଚଲେ ବାସନ୍ତୀଙ୍କ ତେଲ ଲୁଣର ସଂସାର।

Advertisment

ବନ୍ଧୁ ବୃଦ୍ଧାଙ୍କ ଘର ଦେଇ ପ୍ରତ୍ୟେକ ଦିନ ବଡ଼ବାବୁମାନେ ସରକାରୀ ଗାଡ଼ିରେ ସବାର ହୋଇଯାଉଛନ୍ତି ସତ ହେଲେ ବାସନ୍ତୀଙ୍କ ଉପରେ କାହା ନଜର ପଡ଼ୁନି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ମାତ୍ର ଦିନ କେଇଟା ପୂର୍ବରୁ ପଂଚାୟତ ଓ ପୌର ନିର୍ବାଚନ ସରିଛି। ଆଉ ଗାଁକୁ ଗଣ୍ଡା ଗଣ୍ଡା ନେତା ମଧ୍ୟ ଭୋଟ୍‌ ଭିକ୍ଷା କରିବାକୁ ଆସିଛନ୍ତି ହେଲେ ଏ ଅଭାବୀ ବୁଢୀ ମାଆ ଉପରେ କାହାର ଦୃଷ୍ଟି ପଡ଼ିନି। ସେପଟେ ସରପଂଚ କୃଷ୍ଣ ଚନ୍ଦ୍ର ବେହେରା କହିଛନ୍ତି ମୁଁ ବାସନୀଙ୍କ ସମ୍ପର୍କରେ ଅବଗତ ଅଛି, ସରକାରୀ ସୁବିଧା ତାଙ୍କୁ ଯୋଗାଇ ଦେବି ।

ରିପୋର୍ଟର- ରାଜଶ୍ରୀ ଶତପଥୀ

Seeks Govt Help Special Story Tattered House
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ