Advertisment

ଡାକ ଶୁଣିଲେନି ଡାକ୍ତର ବାବୁ; ଅଟୋ ଭିତରେ ପ୍ରସବ କଲେ ମହିଳା

ହଜିଗଲା ମାନବିକତା । ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ । ମେଡିକାଲ ଫାଟକ ଆଗରେ ଅନ୍ଧାର ରାତିରେ ଗର୍ଭ ଯ଼ନ୍ତ୍ରଣାରେ ଛଟପଟ ଜନନୀ । ଶେଷରେ ଅଟୋ ଭିତରେ ପ୍ରସବ କରାଇଲେ ଦିଦି ।

ଅଦ୍ୟତନ ହୋଇଛି
Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam

Special Story | Woman Delivers In Auto-Rickshaw After Doctor Refuses To Attend Her In Ganjam

Advertisment

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ହଜିଗଲା ମାନବିକତା । ଗର୍ଭବତୀଙ୍କ ଡାକ ଶୁଣିଲେନି ଡାକ୍ତର ବାବୁ । ଶେଷରେ ଅଟୋ ଭିତରେ ପ୍ରସବ କରାଇଲେ ଦିଦି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗାଞ୍ଜାମରୁ ଏଭଳି ସାଂଘାତିକ ଅଭିଯ଼ୋଗ ଆସିଛି । ଜଣେ ଗର୍ଭବତୀ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ଡାକ୍ତରଖାନା ଆସି ଗେଟ୍ ବାଡ଼େଇ ବାଡ଼େଇ ଡାକ୍ତରଙ୍କୁ ଡାକିଲେ କିନ୍ତୁ ତାଙ୍କ କଥା କେହି ଶୁଣିଲେନି। ଶେଷରେ ସେ ଯେଉଁ ଅଟୋରେ ଯାଇଥିଲେ, ସେଇ ଅଟୋରେ ତାଙ୍କର ପ୍ରସବ ହେଇଗଲା।

Advertisment

ସୂଚନା ଅନୁସାରେ, ବୁଧବାର ମଧ୍ୟ ରାତିରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁର କାର୍ତ୍ତିକ ସେଠୀଙ୍କ ପତ୍ନୀ ଝୁନୁ ସେଠି ଗର୍ଭଯନ୍ତ୍ରଣା ହେବାରୁ କୁମ୍ଭର ଗାଁରୁ ଏକ ଅଟୋରେ ଆଶାକର୍ମୀଙ୍କ ସହାୟତାରେ ରାତି ପ୍ରାୟ ଗୋଟାଏ ବେଳେ ରାହାଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ହେଲେ ଡାକ୍ତର ବାବୁ ଫାଟକ ଖୋଲି ନଥିବା ସେ ଅଭିଯୋଗ କରିଛନ୍ତି। ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ନର୍ସ ଅଟୋ ଭିତରେ ତାଙ୍କର ପ୍ରସବ କରାଇଥିଲେ।

ଘଟଣାକୁ ଗୁରୁତର ସହ ନେଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ।ଏହାସହ ସେ କହିଛନ୍ତି ଯେ, ଅଭିଯ଼ୋଗକୁ ଭିତ୍ତି କରି ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତଦନ୍ତ ଲାଗି କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟ ସାରା ବୁଲି ବୁଲି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି। ହେଲେ ଏପଟେ ତାଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସ୍ଥିତି ଅତି ଦୁଃଖଦାୟକ ।

Advertisment
Ganjam Auto Rickshaw Special Story Woman Delivers Doctor Refuses
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ