Advertisment

ବିଚକ୍ଷଣ ବୁଦ୍ଧି: କାଠଗଣ୍ଡି, ଟାୟାର ସାହାଯ୍ୟରେ ୧ ମହଲା କୋଠାକୁ ଉଠୁଛି ବାଲି ଆଉ ଚିପ୍ସ

ଆପଣ ପୁଣି ଥରେ ଏହି ଦୃଶ୍ୟକୁ ଭଲରେ ଦେଖନ୍ତୁ। କେମିତି ଘର ଉପରକୁ ଉଠୁଛି ବାଲି, ଚିପ୍ସ ଓ ଇଟା। ବୌଦ୍ଧ ଶୁଣ୍ଢିପଦରର ପୂର୍ଣ୍ଣଚନ୍ଦ୍ର ସେଠୀ ଏବେ ଏଭଳି କିଛି କରି ଚର୍ଚ୍ଚାକୁ ଆସିଛନ୍ତି ।

Construction Worker

Construction Worker

Advertisment

ମନରେ ଇଚ୍ଛାଶକ୍ତି ଥିଲେ କିଛି କାମ କଷ୍ଟ ନୁହେଁ। ସବୁ ଅସମ୍ଭବ ବି ଅତି ସହଜରେ ସମ୍ଭବ ହୋଇଯିବ । ଆଉ ଏମିତି ଦୃଶ୍ୟ ଦେଖିବା ପରେ ଆପଣ ହୁଏତ କହିପାରନ୍ତି ଏହା ଏକ ଶ୍ରେଷ୍ଠ ଉଦାହରଣ। ଦେଖୁନାହାନ୍ତି କେମିତି ଦୁଇଟି ଗଛ ଏବଂ ୨ ଟି ଟାୟାର ଓ ଗୋଟିଏ ଶିକା ସାହାଯ୍ୟରେ କେମିତି ୧ ମହଲା କୋଠା ଉପରକୁ ବାଲି, ଇଟା ଚିପ୍ସ ଉଠାଉଛନ୍ତି ଏହି ବ୍ୟକ୍ତି ଜଣକ। ଅଳ୍ପ ପରିଶ୍ରମରେ ଅଧିକ କାମ ହେବା ସହ ଅତି ସହଜରେ ଘର ଉପରକୁ ସାମଗ୍ରୀ ଗୁଡ଼ିକ ଉଠିଯାଉଛି।

Advertisment

ଆପଣ ପୁଣି ଥରେ ଏହି ଦୃଶ୍ୟକୁ ଭଲରେ ଦେଖନ୍ତୁ। କେମିତି ଘର ଉପରକୁ ଉଠୁଛି ବାଲି, ଚିପ୍ସ ଓ ଇଟା। ବୌଦ୍ଧ ଶୁଣ୍ଢିପଦରର ପୂର୍ଣ୍ଣଚନ୍ଦ୍ର ସେଠୀ ଏବେ ଏଭଳି କିଛି କରି ଚର୍ଚ୍ଚାକୁ ଆସିଛନ୍ତି । ସେ ନିଜସ୍ୱ ବୁଦ୍ଧିକୁ ପ୍ରୟୋଗକରି ଦୁଇଟି ଗଛ ,ଦୁଇଟି ଟାୟାର ଓ ଦୌଡ଼ିରେ ତିଆରି କରିଛନ୍ତି ଏକ ଅତ୍ୟାଧୁନିକ ଲିଫ୍ଟର । ଯାହା କି ୨୦ ଫୁଟ ଉଚ୍ଚ ଛାତ ଉପରକୁ ବାଲି, ଇଟା,ସିମେଣ୍ଟ ଏବଂ ପାଣି ଇତ୍ୟାଦି ଅତି ସହଜରେ ଚଢ଼େଇବାରେ ସରଳ ଓ ସହଜ ହେଉଛି ।

ତାଙ୍କର ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଥିବାବେଳେ ତାଙ୍କର ବୁଦ୍ଧିକୁ ସମସ୍ତେ ପ୍ରଶାଂସା କରୁଛନ୍ତି। ସତରେ ୟାଙ୍କର ବୁଦ୍ଧିକୁ ମାନିବାକୁ ପଡ଼ିବ ।

Advertisment

ରିପୋର୍ଟର- ରବିନ୍ଦ୍ର ହୋତା

Viral Video Construction Worker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ