Advertisment

ମନସ୍କାମନା ପୂରଣ ପାଇଁ ମା'ଙ୍କୁ ଲାଗିହୁଏ ଦେଶୀ ଓ ବିଦେଶୀ ମଦ

ଏଇ ମନ୍ଦିରର ଅନନ୍ୟ ପରମ୍ପରା। ମାଆଙ୍କୁ ଶାଳପତ୍ର ଖଲିରେ ଲାଗିହୁଏ ଦେଶୀ ଓ ବିଦେଶୀ ମଦ। କାହିଁ କେତେ ଆଡ଼ୁ ଭକ୍ତଙ୍କ ଛୁଟେ ସୁଅ..ମନସ୍କାମନା ପୂର୍ଣ୍ଣ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ। ଦେଖନ୍ତୁ ମାଆଙ୍କ ପାକରେ କେମିତି ଲାଗି ହେଉଛି ମଦ?

Unique Tradition

Unique Tradition

Advertisment

ମାଆଙ୍କୁ ଲାଗି ହେଉଛି ଦେଶୀ ଓ ବିଦେଶୀ ମଦ। ଇଏ ଦିନେ କି ଓଳିଏର କଥା ନୁହେଁ ବରଂ ସବୁଦିନର କଥା। ସେ ଜଗତଜନନୀ ,ସେ ମନ୍ଦାର ମାଳିନୀ ସେ ହେଉଛନ୍ତି ନାରାୟଣୀ ମା ଭୈରବୀ । ମା ଭୈରବୀ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ବିଧିରେ ପୂଜା ପାଉଛନ୍ତି ।

Advertisment

ଠିକ୍‌ ସେହିପରି ମୟୁରଭଞ୍ଜ ଚିତ୍ରଡା ସ୍ଥିତ ଭୈରବୀଙ୍କ ମନ୍ଦିରରେ ହିନ୍ଦୁ ରିତିନୀତିରେ ପୂଜା କରାଯାଉଛି ମାଆ ଭୈରବୀଙ୍କୁ। ହେଲେ ଏଠାରେ ସ୍ଵତନ୍ତ୍ର ପରମ୍ପରାରେ ମାଆଙ୍କୁ ଅର୍ପଣ କରାଯାଉଛି ମଦ।

ବାରିପଦା ଚିତ୍ରଡା ରାସ୍ତାରେ ରହିଛି ମା ସିଂହ ବାହୀନି ଭୈରବୀ ଦେବୀଙ୍କ ମନ୍ଦିର । କେନ୍ଦୁ ଗଛ ମୂଳରେ ପୁଜା ପାଉଛନ୍ତି ମାଆ। ପୂର୍ବରୁ ଏହି ସ୍ଥାନରେ ମାଆ ପୂଜା ପାଉଥିଲେ। ହେଲେ ଏବେ ଏଠାରେ ମନ୍ଦିର ନିର୍ମାଣ କରାଯାଇଛି। ମାଆଙ୍କୁ ନେଇ ଅନେକ ଲୋକକଥା ରହିଛି। ଭୈରବୀ ଭକ୍ତଙ୍କ ଭୟ ମୁକ୍ତ କରନ୍ତି, ଭୈରବୀ ଭକ୍ତଙ୍କ କଷ୍ଟ ଦୁର କରନ୍ତି। ଶୀଘ୍ର ବିବାହ ହେଉ କି ବ୍ୟବସାୟରେ ଉନ୍ନତି ହେଉ, କିମ୍ବା ସ୍ଵାସ୍ଥ୍ୟ କି ମାନ ପ୍ରତିଷ୍ଠା ମାଁ ଭୈରବୀ ଙ୍କ ଦର୍ଶନ କଲେ ମନ କାମନା ସୁନିଶ୍ଚିତ ପୁରଣ ହୋଇଥାଏ । ଚିତ୍ରଡା ଗାଁ ର ପୂର୍ବପଟରେ ଆବିର୍ଭାବ ମାଆଙ୍କ ମନ୍ଦିର ସମଗ୍ର ଅଞ୍ଚଳକୁ ବିପଦରୁ ରକ୍ଷା କରେ ।

Advertisment

ଚିତ୍ରଡା ଭୈରବୀଙ୍କ ମନ୍ଦିରରେ ଏକ ବିରଳ ପରମ୍ପରା ମଧ୍ୟ ରହିଛି। ଏଇଠି ମାଆଙ୍କୁ ଦେଶୀ ଓ ବିଦେଶୀ ମଦ ଅର୍ପଣ କରାଯାଇଥାଏ । ଏ ପରମ୍ପରା କାହିଁ କେଉଁ ଅମଳରୁ ଚାଲି ଆସୁଛି। ମାଆଙ୍କୁ ଭକ୍ତ ଫୁଲ ,ଫଳ,ନଡ଼ିଆ, କଦଳୀ, ଶୁଖିଲା ଭୋଗ ତ ଅର୍ପଣ କରିଥାଆନ୍ତି ତା ସହ ମନ୍ଦିର ଭିତରେ ଦିପ ଜଳାଇ ମନସ୍କାମନା ପାଇଁ ଆଶିଷ ଭିକ୍ଷା ମଧ୍ୟ କରନ୍ତି। ହେଲେ ମାଆଙ୍କୁ ଦେଶୀ ମଦ ଅର୍ପଣ କରିବା ନିହାତି ଏକ ଭିନ୍ନ ପରମ୍ପରା। କଞ୍ଚା ଶାଳ ପତ୍ରର ଦନାରେ ଏହି ମଦକୁ ମାଆଙ୍କୁ ଭକ୍ତ ଅର୍ପଣ କରାଯାଏ । କାହିଁ କେତେ ଦୂରରୁ ମାଆଙ୍କୁ ଦୁଃଖ ଜଣାଇବାକୁ ଛୁଟିଥାଏ ଭକ୍ତଙ୍କ ଭିଡ଼। ପ୍ରତି ଶନିବାର,ମଙ୍ଗଳବାର ସହ ବର୍ଷର ବିଭିନ୍ନ ସଂକ୍ରାନ୍ତିରେ ମାଆଙ୍କର ବଡ଼ ଧୁମଧାମରେ ପୂଜା ହୁଏ ।

Special Story Unique Tradition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ