Advertisment

ରଜରେ ନିଆରା ବାହାଘର, ଝିଅ ସହ ଝିଅର ବିବାହ

ନିଆରା ପରମ୍ପରା। ରଜ ଉତ୍ସବରେ ଏଇଠି ଝିଅକୁ ବାହା ହୁଏ ଝିଅ। ବରଯାତ୍ରୀ ରୋସଣି କରି ଆସେ, କନିଆଁ ଘରେ ଭୋଜି ଭାତର ଆସର ଜମେ। ପୂରା ଧୁମଧାମ୍‌ରେ ହୁଏ ବାହାଘର। ଛୁଆ ବରକୁ ଛୁଆ କନିଆର ବାହାଘର ପାଇଁ ଲୋକଙ୍କ ଜମେ ଭିଡ଼

Unique Marriage

Unique Marriage

Advertisment

ଦୋ ବୁନ୍ଦ ମୁଝେ ବି ପିଲା ଦେ ସରାପି, ଦେଖି ଫିର୍‌ ହୋତା ହେ କିୟା? ପୁଣି ଗୁଆଘିଅ ଗୁଆଘିଅ ଗୀତରେ ଝୁମି ଉଠୁଛି ବରଯାତ୍ରୀ । ଆଉ ଡିଜେର ତାଳେ ତାଳେ ବରଯାତ୍ରୀ ନାଚରେ ପୂରା ମତୁଆଲା ଲୋକେ । ବରଯାତ୍ରୀ କଥା ଛାଡନ୍ତୁ ଏହି ବାହାଘର କାହା କାହା ମଧ୍ୟରେ ହେଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ବାହାଘରେ କୁନି ବରକନ୍ୟାଙ୍କୁ ଦେଖିଲେ ଆପଣ ଭାବିବେ କି ବାଲ୍ୟ ବିବାହ ହେଉଛି। କିନ୍ତୁ ନାହିଁ ଏହା ବାଲ୍ୟ ବିବାହ ନୁହେଁ ବରଂ ଏଇଠି ବର-କନ୍ୟା ଉଭୟ ଝିଅ ।

Advertisment

ହୁଳହୁଳି ପଡ଼ୁଛି, ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଆଉ ବେଦୀରେ ହାତଗଣ୍ଠି ପଡ଼ୁଛି । ଆଉ କୁନି କନିଆର ହାତକୁ ଧରି ଅଗ୍ନି ଓ ୧୦ ଦିଗପାଳଙ୍କୁ ସାକ୍ଷୀ ରଖୁଛନ୍ତି କୁନି ବର। ହେଲେ ବର ଯିଏ ହୋଇଛନ୍ତି ସେ କିନ୍ତୁ ଝିଅ। ହୁଏତ ଏଇ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଆଉ କହିବେ ଝିଅ ଟିଏ ଝିଅକୁ କେମିତି ବାହା ହେଲା?

ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ବି ପୂରା ସତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ର ଟମ୍ପେଇ ଗାଁରେ ଏପରି କିଛି ଦେଖିବାକୁ ମିଳିଛି । ଏହି ଗାଁରେ ରଜ ପର୍ବକୁ ଲୋକମାନେ ନିଆରା ଢଙ୍ଗରେ ୩ଦିନ ଧରି ପାଳନ କରନ୍ତି । ଆଉ ଗାଁର ସୁଃଖ ପାଇଁ କୁଆଡ଼େ ଏମିତି ନିଆରା ବାହାଘରର ଆୟୋଜନ କରାଯାଏ । ହେଲେ ଏହି ବାହାଘର ପୂରା ବୈଦିକ ରୀତିନୀତିରେ ହେଲେ ବି ଉଭୟ ବରକନ୍ୟା କିନ୍ତୁ କୁନି ଝିଅ ହୁଅନ୍ତି । ଆଉ ଏହା କଲେ ଗାଁରେ ଭାଇଚାରା ଭଲ ରୁହେ ବୋଲି ଏଠାକାର ଲୋକ କହନ୍ତି।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବାହାଘରର ନେତୃତ୍ନ ନିଅନ୍ତି ଗାଁର ମହିଳା ଓ ଯୁବତୀମାନେ। ବାହାଘର ପାଇଁ ଗାଁରେ ଭୋଜି ଭାତର ମଧ୍ୟ ଆସର ଜମେ । ହେଲେ ଏହି ବାହାଘରରେ ଝିଅଙ୍କୁ ବେଶି ଗୁରୁତ୍ୱ ଦିଆଯାଏ। ସେଥିପାଇଁ ତ ଏଭଳି ନିଆରା ଡଙ୍ଗରେ ବାହାଘରର ଆୟୋଜନ କରାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇ ଝିଅଙ୍କ ବାହାଘର ହେବା ପରେ ମାଟିରେ ତିଆରି ହୋଇଥବା କଣ୍ଢେଇ ସହ ଏମାନଙ୍କ ବାହାଘର ବି ହୁଏ। । ଏଥିପାଇଁ ବର କନ୍ୟା ପକ୍ଷରୁ ବର ଓ କନ୍ୟା ପିତା ବଛା ଯିବା ସହ ବିବାହ କାର୍ଯ୍ୟ ସେମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥାଏ । ଏହି ବାହାଘରକୁ ଦେଖିବା ପାଇଁ ପାଖ ଆଖ ଗାଁରୁ ହଜାର ହଜାର ଲୋକଙ୍କ ସୁଅ ଛୁଟେ । ସେ ଯାହା ବି ହେଉ, ଆଜିକା ସମୟରେ ବି ଏ ପରମ୍ପରା ବଜାୟ ରଖିଛନ୍ତି କାମାକ୍ଷାନଗରର ଆଦିବାସୀ ଲୋକେ।

ରିପୋର୍ଟର- ବିଦ୍ୟାଧର ବରାଳ

Raja Celebration Unique Marriage Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ