Advertisment

ଦିନେ ପରଦୁଆରେ ମୂଲ ଲାଗୁଥିଲେ, ଏବେ ଚାଷ କରି ଅନ୍ୟକୁ ରୋଜଗାର ଦେଉଛନ୍ତି

ନୂଆପଡା ଜିଲ୍ଲା ପାଇଁ ଖୁସି ଆଣିଛି ଟସର ଚାଷ । କାରଣ ଏଇ ଚାଷ କରି ଅନେକ ପରିବାରର ବଦଳିଯାଇଛି ଭାଗ୍ୟ। ଟସର ପୂର୍ବରୁ ଏମାନେ ପର ଦୁଆରେ ମୂଲ ଲାଗୁଥିଲେ ।

ଅଦ୍ୟତନ ହୋଇଛି
Silk Farming

Tussar Farming

Advertisment

ଜୀବନ ବଦଳାଇ ଦେଲା ଟସର ଚାଷ। ଯେଉଁମାନେ ଦିନେ କୁଲି ମଜୁରୀ କରି ପରିବାର ଚଳାଉଥିଲେ ଆଜି ସେଇମାନେ ଟସର ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି। ଖାଲି ସ୍ୱାବଲମ୍ବୀ କାହିଁକି ବରଂ ଭଲ ଦୁଇ ପଇସା ରୋଜଗାର କରିଛନ୍ତି ଅନ୍ୟକୁ ରୋଜଗାର ବି ଦେଇଛନ୍ତି । ବର୍ଷକୁ ଏବେ ଏମାନେ ଦୁଇଟି କ୍ରପ୍‌ ଚାଷ କଲା ପରେ ବଦଳିଯାଇଛି ସ୍ଥିତି। ଆଉ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।

Advertisment

କହିବାକୁ ଗଲେ ନୂଆପଡା ଜିଲ୍ଲା ପାଇଁ ଖୁସି ଆଣିଛି ଟସର ଚାଷ । କାରଣ ଏଇ ଚାଷ କରି ଅନେକ ପରିବାରର ବଦଳିଯାଇଛି ଭାଗ୍ୟ। ଟସର ପୂର୍ବରୁ ଏମାନେ ପର ଦୁଆରେ ମୂଲ ଲାଗୁଥିଲେ । କିନ୍ତୁ ଏବେ ତାଙ୍କର ଭାଗ୍ୟ ବଦଳିଇଛି ।

ନୂଆପଡା ଜିଲ୍ଲାର ଆଗ୍ରେନ ଓ ଲଖନା ପଂଚାୟତର ଚାଷୀ ୨୦/୨୫ ବର୍ଷ ହେବ ଟସର ଚାଷ କରି ଆସୁଛନ୍ତି । ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ରେସମ ଗଛ, ରେସମ କୀଟ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଉଛି । ଆଉ ଭଲରେ ଟସର ଚାଷ କରୁଛନ୍ତି ଚାଷୀ । ସେପଟେ ଆଗାମୀ ଦିନରେ ଟସର ଚାଷୀଙ୍କୁ ଆହୁରି ଅଧିକ ଉତ୍ସାହିତ କରାଯିବା ସହ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରାଯିବ ବୋଲି ଲଖନା ରେଶନ ସମବାୟ ଲିଃର ସଂପାଦକ କହିଛନ୍ତି।

Advertisment

ଟସର ଚାଷ ଯୋଗୁଁ ଏବେ ଅନେକ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆସିଥିବା ବେଳେ ଲୋକଙ୍କ ଚାଳିଚଲଣୀରେ ମଧ୍ୟ ପରିବର୍ତ୍ତନ ଆସିଛି । ହେଲେ ସରକାର ଯଦି ଟସର ଚାଷ ଓ ଚାଷୀଙ୍କୁ ଆହୁରି ଅଧିକ ପ୍ରୋତ୍ସାହନ ଦିଅନ୍ତେ ତେବେ ଚାଷୀଙ୍କ ବିକାଶ ହେବା ସହ ଚାଷର ବି ବିକାଶ ହୁଅନ୍ତା ବୋଲି କହିଛନ୍ତି ଚାଷୀ ।

ରିପୋର୍ଟ-ମାୟାଧର ସରାଫ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ