Advertisment

ସ୍କୁଲ୍‌ ଯାଆସ ପାଇଁ ଭଙ୍ଗା ଦଦରା ସିମେଣ୍ଟ ଖୁଣ୍ଟ ହିଁ ଏକମାତ୍ର ସାହାରା

ଭଙ୍ଗା ଦଦରା ସିମେଣ୍ଟ ପୋଲ ହିଁ ପିଲାଙ୍କର ସାହା ଭରଷା। ପୋଲ୍‌ ଦେଇ ସ୍କୁଲ ଯାଉଛନ୍ତି ପିଲା । ପଞ୍ଚାୟତକୁ ମଧ୍ୟ ଯିବା ଆସିବା କରୁଛନ୍ତି ଲୋକେ । ୨୨ ବର୍ଷ ହେଲାଣି ଏମାନଙ୍କର ଗୁହାରି ଶୁଣୁନାହିଁ ପ୍ରଶାସନ।

Sans Bridge

Sans Bridge

Advertisment

ସଙ୍ଗୀନ ଛାତିଥରାଇ ଦେଲା ଭଳି ଦୃଶ୍ୟ । ନାଳର ପ୍ରୋଖର ସ୍ରୋତରେ ସିମେଣ୍ଟ ପୋଲ୍‌ ଉପରେ ଅତି ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍କୁଲ ପିଲା । ସ୍ଥିତି ଏମିତି ଅଛି ଯେ ଟିକିଏ ଏପଟ ସେପଟେ ହେଲେ ନାଳ ପାଣିରେ ଭାସିଯାଇ ପାରନ୍ତି କୁନି କୁନି ପିଲା ।

Advertisment

ନାଳ ଭିତରେ ପ୍ରବଳ ସ୍ରୋତରେ ପାଣି ଚାଲୁଛି । ଆଉ ଯିବା ଆସିବା ପାଇଁ ଭଙ୍ଗା ସିମେଣ୍ଟ ବିଦ୍ୟୁତ୍‍ ଖୁଣ୍ଟ ପଡ଼ିଛି । ଆଉ ଖୁଂଟ ଉପର ଦେଇ ଯାଆସ କରୁଛନ୍ତି ଗାଁ ଲୋକ ଓ ସ୍କୁଲ ପିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ୍‍ ନିଲାମଗୁଡା ପଂଚାୟତର ଡୁମ୍ୱୁରିଗୁଡା ଗାଁରେ । ପଂଚାୟତକୁ ଯିବାକୁ ହେଲେ ଏଇଟା ହିଁ ଏକମାତ୍ର ରାସ୍ତା । କାରଣ ଅନ୍ୟ ରାସ୍ତାରେ ଗଲେ ଯିବାକୁ ପଡ଼ିବ ଆଉ ଅଧିକ ୫ କିମି ରାସ୍ତା। ତେଣୁ ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ସେହି ରାସ୍ତା ଦେଇ ଯାଉଛନ୍ତି ଗାଁଲୋକେ ଓ ସ୍କୁଲ୍‌ ପିଲା ।

ଗାଁକୁ ଖଣ୍ଡିଏ ରାସ୍ତା କରିବାକୁ ବାରମ୍ବାର ବିଡ଼ିଓଙ୍କ ପାଖରେ ଏମାନେ ଗୁହାରି କରିଛନ୍ତି ହେଲେ ଲାଭ କିଛି ହେଲାନି । ୧୪ ବର୍ଷ ହେଲା ନିଇତି ଏହି ରାସ୍ତାରେ ଯାଉଛନ୍ତି ସ୍କୁଲ ଲୋକେ। ଖାଲି ବିଡ଼ିଓ କାହିଁକି ଜିଲ୍ଲାପାଳଙ୍କୁ ଏନେଇ ଦାବିପତ୍ର ଦେଇଛନ୍ତି ଏଠିକା ଲୋକେ, କିନ୍ତୁ ପ୍ରଶାସନ ଏମାନଙ୍କ କଥାକୁ ଖାତିର କରୁନଥିବା ଅଭିଯୋଗ ହୋଇଛି। ଏପଟେ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କହି ସେଠାରେ ସ୍ଥାୟୀ ସେତୁ ନିର୍ମାଣ କରାଯିବ ବୋଲି କହିଛନ୍ତି ଗୁଣପୁର ଉପଜିଲ୍ଲାପାଳ।

Advertisment

ମୋଟ୍‌ ଉପରେ ରାଜ୍ୟ ସରକାର ବାରମ୍ବାର ଡିଡିମ୍ବ ପିଟୁଛନ୍ତି ସବୁ ଗାଁକୁ ରାସ୍ତା ହେବ, ସବୁ ନଈ ନାଳରେ ବ୍ରିଜ ହେବ। ହେଲେ ସରକାର କରିବାର ୨୨ ବର୍ଷ ବିତିଥିଲେ ମଧ୍ୟ ଏମାନେ କି ଲାଭ ପାଇଛନ୍ତି ସେ ଦୃଶ୍ୟ ଆପଣଙ୍କ ସାମ୍ନାରେ।

ରିପୋର୍ଟର- ଇନ୍ଦ୍ରଜିତ ପଣ୍ଡା

Special Story Sans Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ