Advertisment

ଗାଁ ମାଟିରେ ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ; ଢୋଲ ମୃଦଙ୍ଗ ବଜାଇ ପାଛୋଟି ନେଲେ

ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ, କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍‌ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟକୁ..

ଅଦ୍ୟତନ ହୋଇଛି
Jawan

Jawan

Advertisment

ଜନ୍ମ ମାଟିରେ ବୀର ଯବାନଙ୍କୁ ପାଦ ଧୋଇ କରାଯାଉଛି ସ୍ୱାଗତ। କଂସା ଥାଳିରେ କାର୍ଯ୍ୟରତ ଯବାନଙ୍କୁ ସସମ୍ମାନେ ପାଦ ଧୋଇ ଦିଆଯାଉଥିବାର ଦେଖିବାକୁ ମିଳିଛି। ଖାଲି ପାଦ ଧୁଆ ଯାଉଛି ତାହା ନୁହେଁ ବରଂ ବେକଳରେ ମୋଟା ଗଜରା ମାଳ ଦିଆଯାଇ ମଧ୍ୟ ସ୍ୱାଗତ କରାଯାଉଛି । ଦୁଲୁଦୁଲି ବାଜା ସାଙ୍ଗକୁ ଢୋଲ ମୃଦଙ୍ଗ ବି ବାଜୁଛି। ଆଉ ବନ୍ଦେ ମାତରମ୍‌ର ନାରା ବି ପଡ଼ୁଛି ।

Advertisment

ଏଭଳି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ନିଶ୍ଚୟ ଜାଣିପାରିବେ ଏଠିକା ଲୋକଙ୍କ ମନରେ ଦେଶମାତୃକା ପାଇଁ କେତେ ରହିଛି ଭଲପାଇବା । ବୀର ଯବାନ ଜଣଙ୍କ ହେଉଛନ୍ତି ଚନ୍ଦ୍ରମୋହନ ଟୁଡୁ। ଭାରତୀୟ ସେନାରେ ଦୀର୍ଘଦିନ ହେବ କାର୍ଯ୍ୟରତ ଥିଲେ। ଆଉ ଏବେ ଅବସର ନେବା ପରେ ନିଜ ଜନ୍ମମାଟି ଠାକୁରମୁଣ୍ଡା ଖଣ୍ଡବନ୍ଧ ଗାଁକୁ ଫେରିବା ପରେ ତାଙ୍କର ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜନ ହୋଇଥିଲା।

ବାଜା ବଜାଇ ଆଦିବାସୀମାନେ ନାଚି ନାଚି ବୀର ଯବାନଙ୍କୁ ପାଛୋଟି ନେଉଛନ୍ତି । ଆଉ ଗାଁ ଲୋକଙ୍କ ଏମିତି ସ୍ୱାଗତକୁ ବେଶ୍‌ ନମ୍ରର ସହ ଗ୍ରହଣ କରୁଛନ୍ତି ଚନ୍ଦ୍ରମୋହନ । ଆଗେ ଆଗେ ବାଜା ବାଜୁଛି, ଆଉ ପଛେ ପଛେ ବୀର ଯବାନ ଚାଲୁଥିବାର ଦେଖିବାକୁ ମିଳିଛି । ବୀର ପୁଅକୁ ସ୍ୱାଗତ ଦେବା ପାଇଁ ଗ୍ରାମବାସୀଙ୍କ ମନରେ ଜୋସ୍‌ ଭରି ରହିଛି । ତାହା ପୂରାପୂରି ପ୍ରତିଫଳନ ହେଉଛି।

Advertisment

ପାଟିରେ ହୁଇସିଲ ମାରି ହାତରେ ବାଜା ବଜାଇ ନାଚୁଛନ୍ତି ସ୍ଥାନୀୟ ବାସିନ୍ଦା । ବୀର ଯବାନଙ୍କୁ କାନ୍ଧରେ ବସାଇ ନାଚି ନାଚି ସ୍ୱାଗତ କରୁଛନ୍ତି । ଆଉ ଏହି ଭବ୍ୟ ଆୟୋଜନ ଦେଖି ଚନ୍ଦ୍ରମୋହନଙ୍କ ଛାତି ନିଶ୍ଚିତ ଗର୍ବରେ ଫାଟି ପଡ଼ୁଥିବ, ଫାଟି ପଡ଼ିବା ମଧ୍ୟ ସ୍ୱାଭାବିକ କଥା। କାରଣ ଦେଶମାତୃକାର ସେବା ପରେ ଏ ଯେଉଁ ସମ୍ମାନ ମିଳୁଛି ସେ ସମ୍ମାନ ଆଉ କେଉଁଠି ଚାକିରି କରିଥିଲେ ବୋଧହୁଏ ମିଳିନଥାଆନ୍ତା ।

ସେପଟେ ଚଦ୍ରମୋହନଙ୍କ ପାଇଁ ଗର୍ବ ଅନୁଭବ କରୁଛନ୍ତି ସ୍ତ୍ରୀ । ଚନ୍ଦ୍ରମୋହନ ୨୦୦୫ ମସିହାରୁ ସେନାରେ ଯୋଗ ଦେଇ ଦୀର୍ଘ ୧୭ ବର୍ଷ ଧରି ଦେଶ ମାତୃକାର ସେବାରେ ନିଜକୁ ଉତ୍ସର୍ଗ କରି ଏବେ ନିଜ ଜନ୍ମମାଟିକୁ ଫେରିଛନ୍ତି। ବୀର ଯବାନଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦୁଜିଆଣି ଛକ ନିକଟରୁ ବୁରୁଡି ଗ୍ରାମ ପର୍ଯ୍ୟନ୍ତ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟର ଆୟୋଜନ କରାଯାଇଥିଲା । ଆଉ ଶୋଭାଯାତ୍ରାରେ ଭାରତ ମାତା କି ଜୟ, ଜୟ ଯବାନ ଜୟ କିଷାନରେ ପ୍ରକମ୍ପିତ ହେଉଥିଲା ପୂରା ସହର। ସତରେ ଯବାନଙ୍କ ଏ ସ୍ୱାଗତକୁ ଦେଖିଲେ ଅନ୍ୟ ସାଥୀ ଯବାନମାନେ ନିଶ୍ଚୟ ଗର୍ବ ଅନୁଭବ କରୁଥିବେ ଏବଂ ପ୍ରତିଟି ଓଡ଼ିଆ ଭାରତୀୟ ସେନାରେ ଯୋଗ ଦେବାକୁ ନିଶ୍ଚୟ ମନାବଳାଇବେ ।

Advertisment

ରିପୋର୍ଟର- ଦୀପକ କୁମାର ମହାନ୍ତ

Special Story Retired Jawan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ