Advertisment

ଜିଲ୍ଲା ଟପ୍ପର ହେଲା ଚାଷୀ ଘରର ଝିଅ ; ହେଲେ ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ

ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଛି କେନ୍ଦ୍ରାପଡ଼ାର କୁନି ଝିଅ। ମାଟ୍ରିକ୍‌ରେ ଜିଲ୍ଲା ଟପ୍ପର ବି ହେଲେ । କିନ୍ତୁ କଲେଜ୍‌ରେ ପାଠ ପଢାଇବାକୁ ବାପାଙ୍କର ନାହିଁ ସମ୍ବଳ। କଷ୍ଟେମଷ୍ଟେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢାଇଲେ ହେଲେ ଅଧିକ ପାଠ ପାଇଁ ଟଙ୍କା ନାହିଁ। ଝିଅର ସ୍ୱପ୍ନ ପାଇଁ ମାଆ କାନ୍ଦୁଛି ତ ବାପା ବି କାନ୍ଦୁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ଝିଅର ସ୍ୱପ୍ନ ପୂରଣ ହେବ ବୋଲି କହୁଛି ପରିବାର ।

ଅଦ୍ୟତନ ହୋଇଛି
Meritorious Daughter

Meritorious Daughter

Advertisment

ଝିଅର ସଫଳତାରେ ମାଆ ଏତେ ଖୁସି ଯେ, ଆଖିରୁ ଝରି ଆସୁଛି ଲୁହ । କଷ୍ଟକରି ଯାହାକୁ ପାଠ ପଢାଇଥିଲା ସିଏ ଆଜି ତାର ମାନ ରଖିଛି। ହେଲେ ଝିଅର ସ୍ୱପ୍ନକୁ କେମିତି ପୂରଣ କରାଯିବ ସେଇ ଚିନ୍ତା ଏବେ ଘାରିଛି ପୂରା ପରିବାରକୁ । ସ୍ଥିତି ଏମିତି ହେଲାଣି ଯେ, କଷ୍ଟେମଷ୍ଟେ ସିନା ଝିଅ ମାଟ୍ରିକ ପର୍ଯ୍ୟନ୍ତ ଆସିଲା ହେଲେ କଲେଜ୍‌ ଯିବା ପାଇଁ ଯେତେ ଟଙ୍କା ଆବଶ୍ୟକ ସେ ସମ୍ଭଳ କିନ୍ତୁ ପରିଆର ପାଖରେ ନାହିଁ, ଏବେ କଣ ହେବ? ଝିଅ କେମିତି ପଢିବ ତାହାକୁ ନେଇ ଚିନ୍ତାରେ ପୂରା ପରିବାର।

Advertisment

ମାଟ୍ରିକ୍‌ ରେଜଲ୍ଟରେ କେନ୍ଦ୍ରାପଡ଼ା ଡେରାବିଷ ଅଞ୍ଚଳର ଝିଅ ମୋନାଶ୍ରୀ ବିଶ୍ୱାଳ ୫୮୫ ନମ୍ବର ରଖି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେଥିପାଇଁ ତ ରେଜଲ୍ଚ ବାହାରିବା ପରେ ବାଜା ବଜାଇ ମୋନାଶ୍ରୀଙ୍କୁ ସ୍ୱାଗତ କରିଥିଲେ ଗାଁ ଲୋକ । ଚାଷୀ ଘରର ଝିଅ ଜିଲ୍ଲା ଟପ୍ପର । ଅନେକ ଘାତପ୍ରତିଘାତ ସତ୍ୱେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ମୋନାଶ୍ରୀ । ପାଠ ପଢି ଆଇଏଏସ୍‌ ହେବାର ସ୍ୱପ୍ନ ବି ସେ ଦେଖନ୍ତି।

ଦଶମରେ ପାଠ ପଢିବା ବେଳେ ଘରର ଆର୍ଥିକ ସ୍ଥିତି ପାଇଁ ଟ୍ୟୁସନ ଫି ବି ଦେଇ ପାରୁନଥିଲେ ସେ, ନିଜସ୍ୱ ଉଦ୍ୟମ ଓ ଡେରାବିଶ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯାହା ଯେତିକି ପଢୁଥିଲେ ସେତିକିରେ ୯୭.୫୭ ନମ୍ବର ରଖି ଜିଲ୍ଲା ଟପ୍ପର ହେଲେ । ମୋନାଶ୍ରୀଙ୍କ ବାପା ଜଣେ ଚାଷୀ ହୋଇଥିବାରୁ ଝିଅର ପାଠ ପଢିବା ପାଇଁ ଯେତେକି ଅର୍ଥ ଖର୍ଚ୍ଚ କରିବାର କଥା ସେତିକି ସମ୍ଭବ ହେଉନି ।

Advertisment

୬ ପ୍ରାଣୀ କୁଟୁମ୍ବ ଚଳିବା ସହ ପିଲାଙ୍କୁ ଏତେ ଟଙ୍କା ଖର୍ଚ୍ଚ କରି ପଢାଇବା ଜଣେ ଚାଷୀ ପକ୍ଷେ ସମ୍ଭବ ବା ହେବ କେମିତି ? ହେଲେ ଝିଅ ଦେଖିଥିବା ଆଇଏଏସର ସ୍ୱପ୍ନ ପୂରଣ ହେଉ ବୋଲି ପୂରା ପରିବାର ଚାହୁଁଛନ୍ତି । ମୋନାଶ୍ରୀଙ୍କ ବାପା କହିଛନ୍ତି, ସରକାରୀ ସ୍ତରରେ ଝିଅ ପାଠ ପାଇଁ ଯଦି କିଛି ସାହାଯ୍ୟ ମିଳେ ତେବେ ଝିଅ କଲେଜ ଯାଇପାରନ୍ତି ।

ସେପଟେ ଏ ସମ୍ପର୍କରେ ଜିଲ୍ଲାପାଳ ଜାଣିବା ପରେ ମୋନାଶ୍ରୀ କେମିତି ପାଠ ପଢିପାରିବେ ଏବଂ ସରକାରୀ ସ୍ତରରେ ତାଙ୍କୁ କେମିତି ସହାୟତା ମିଳିପାରିବ, ସେନେଇ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ସରକାରୀ ସହାୟତା ମିଳିଲେ ମୋନାଶ୍ରୀ କଲେଜରେ ପାଠ ପଢିବେ ଓ ନିଜର ସ୍ୱପ୍ନ ପୂରଣ କରିବେ ବୋଲି ପରିବାର ଓ ଗାଁ ଲୋକଙ୍କ ଆଶା ରହିଛି ।

Advertisment

ରିପୋର୍ଟର- ମନୋଜ ସ୍ୱାଇଁ

Poverty Special Story Meritorious Daughter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ