Advertisment

ପେଟେ ମଦ ପିଇ ସାର୍‌ ସ୍କୁଲ ଯାଉଥିଲେ, ବାଟରେ..

ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି..ସାର୍‌ଙ୍କର ଭିଡିଓ ହେଉଛି ଭାଇରାଲ..

ଅଦ୍ୟତନ ହୋଇଛି
Drunk Teacher

Drunk Teacher

Advertisment

ରାସ୍ତା କଡରେ ବାଇକ ଛିଡା ହୋଇଛି, ଆଉ ରାସ୍ତା ପାଖରେ ମାତାଲ ଶିକ୍ଷକ ଗଡୁଛନ୍ତି। ତାହା ପୁଣି ଫୁଲ୍‌ ସ୍କୁଲ ୟୁନିଫର୍ମରେ । ଏ ଭିଡିଓ ଦେଖିଲେ ଆପଣ କହିବେ, ଏଭଳି ଶିକ୍ଷକ ଆମ ଛୁଆଙ୍କୁ ମଣିଷ କରିବେ, ଯାହାଙ୍କର ନିଜର ହୋସ୍‌ ନାହିଁ । ଆମ ସାର ଏତେ ମାତ୍ରାରେ ପିଇଛନ୍ତି ଯେ ପୂରା ବେହୋସ୍‌ ହୋଇ ରାସ୍ତା କଡରେ ଗଳିପଡିଛନ୍ତି ।

Advertisment

ଗାଡି ନମ୍ବର 0D-03-N-7482 । ବାସ୍‌ ଏଇ ଗାଡିରେ ବସି ଆସିଲେ ଜୋର ନିଶା ହେବାରୁ ରାସ୍ତା କଡରେ ଗଡିପଡ଼ିଲେ। ଶିକ୍ଷକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ମଦ ପିଇ ମାତାଲ ହେଲେ ଶିକ୍ଷକ । ସ୍କୁଲ ଯିବା ବେଳେ ରାସ୍ତା କଡ଼ରେ ଏମିତି ପଡିଲେ ଯେ ରାସ୍ତାରେ ଯିଏ ଗଲା ସିଏ ଦେଖିଲା। ଆଉ ସେହି ମାତାଲ ଲୋକ ଜଣକ ହେଉଛନ୍ତି ଜଣେ ସହକାରୀ ଶିକ୍ଷକ । ଭିଡିଓରେ ଦେଖାଯାଉଥିବା ଏହି ଶିକ୍ଷକ ଜଣକ ହେଲେ ପାଟଣାଗଡ଼ ଉପଖଣ୍ଡ ସହକାରୀ ଶିକ୍ଷକ ଖଗେଶ୍ୱର ବାରଲେବିଡ଼ିଆ।

Advertisment

ମଙ୍ଗଳବାର ଦିନ ୧୧ ଟା ସମୟରେ ପାଟଣାଗଡ଼ -ପଦ୍ମପୁର ରାସ୍ତାର ଚିକିଟାମାଳ ଛକଠାରେ ଏମିତି ମାତାଲ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଭିଡ଼ିଓ କରିଥିଲେ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ ସମ୍ପୃକ୍ତ ଶିକ୍ଷକ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

(ରିପୋର୍ଟ- ବଲାଙ୍ଗୀର ପାଟଣାଗଡରୁ କରୁଣାକର ବୁଡେକ)

Viral Video Special Story Drunk Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ