Advertisment

ଓଟିଭି ପ୍ରଭାବ ! ମେଡିକାଲ କର୍ତ୍ତୃପକ୍ଷଙ୍କ ଚେତା ପଶିଲା, ଏଣିକି ଖରାରେ ସିଝିବେନି ରୋଗୀ କି ସମ୍ପର୍କୀୟ..

ହସ୍ପିଟାଲ୍ ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ଗଲା ଦୁଇ ଦିନ ଧରି ଲଗାତର ଖବର ପ୍ରସାରଣ ପରେ ଡେରିରେ ହେଲେ ବି ସମ୍ବେଦନହୀନତାର ଟ୍ୟାଗ୍ ହଟେଇ ଆଜି ଯେମିତି ନିଦ ଭାଙ୍ଗିଥିଲା ସମସ୍ତଙ୍କର ।

undefined

Acharya Harihar Cancer Hospital

Advertisment

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ସାମ୍ନାରେ ଡହ ଡହ ଖରାରେ ଦୁଇ ଦିନ ଧରି ରୋଗୀଙ୍କ ଦୟନୀୟ ଚିତ୍ର, ଆଉ ଦୁଇ ଦିନ ଧରି ଅସମ୍ଭବ ନିରବତା ପରେ ତୃତୀୟ ଦିନରେ ମୁହଁ ଖୋଲି କର୍ତ୍ତୃପକ୍ଷଙ୍କ ଦମ୍ଭୋକ୍ତି । ଜୁନ୍ ପ୍ରଥମ ସପ୍ତାହ ପରେ ବାହାରେ ରହିବେନି ଜଣେ ବି ରୋଗୀ ।

Advertisment

ହସ୍ପିଟାଲ୍ ସାମ୍ନାରେ ରୋଗୀଙ୍କ ଦୁର୍ଦ୍ଦଶା ନେଇ ଗଲା ଦୁଇ ଦିନ ଧରି ଲଗାତର ଖବର ପ୍ରସାରଣ ପରେ ଡେରିରେ ହେଲେ ବି ସମ୍ବେଦନହୀନତାର ଟ୍ୟାଗ୍ ହଟେଇ ଆଜି ଯେମିତି ନିଦ ଭାଙ୍ଗିଥିଲା ସମସ୍ତଙ୍କର । ସ୍ଥାନୀୟ ବିଜେପିର ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ର ନିର୍ଦ୍ଦେଶକଙ୍କୁ ଭେଟି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଥିଲେ । ପରେ ନିର୍ଦ୍ଦେଶକ ବି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ-ଆସନ୍ତା ମଙ୍ଗଳବାର ସୁଦ୍ଧା ଅସ୍ଥାୟୀ ସେଡ୍ କରାଯାଇ ରୋଗୀ ଓ ଆଟେଣ୍ଡାଣ୍ଟଙ୍କୁ ରଖାଯିବ । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ବି କହିଥିଲେ ନିର୍ଦ୍ଦେଶକ । ଏଥିସହ ସ୍ଥାୟୀ ସମାଧାନ ପାଇଁ ହସ୍ପିଟାଲ୍‌ରେ ଆଉ ୨ ଶହ ବେଡ୍ ବଢ଼ାଯିବା ନେଇ ସୂଚନା ଦେଇଥିଲେ ।

ଏପଟେ ପ୍ରଥମଥର ପାଇଁ କର୍କଟ କେନ୍ଦ୍ର ସାମ୍ନା ଗଛମୂଳ ଆଜି ଫାଙ୍କା ଥିଲା । ଲୋକଙ୍କ ଦୁର୍ଦ୍ଦଶା ସହ ଓଟିଭି ଠିଆ ହେବା ପରେ ବହୁ ଗୁରୁତର ରୋଗୀଙ୍କୁ ବେଡ୍ ମିଳିଥିଲା । ହେଲେ ତା ସତ୍ତ୍ୱେ ବି ହସ୍ପିଟାଲ୍ ସାମ୍ନାରେ ବସିବାକୁ ବାରଣ ପରେ, ଭିତରେ ରହିବାର ସୁଯୋଗ ନପାଇ କିଛି ରୋଗୀ ଓ ସଂପର୍କୀୟ ଖଣ୍ଡେ ଦୂରକୁ ଉଠିଯାଇ ଅନ୍ୟ ଗଛ ତଳେ ଆଶ୍ରା ନେଇଥିବା ଦେଖିବାକୁ ମିଳିଥିଲା । ଏସବୁ ଅବ୍ୟବସ୍ଥା ସଂପର୍କରେ ପ୍ରଥମଥର ପାଇଁ ମୁହଁ ଖୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ବି କହିଛନ୍ତି ରୋଗୀ ଓ ସଂପର୍କୀୟଙ୍କ ରହିବା ଲାଗି ବ୍ୟବସ୍ଥା କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ତେବେ ବିଳମ୍ବରେ ଚେତା ତ ପଶିଲା, ହେଲେ କର୍ତ୍ତୃପକ୍ଷଙ୍କ ଘୋଷଣା ମୁତାବାକ ଅସ୍ଥାୟୀ ଓ ସ୍ଥାୟୀ ବ୍ୟବସ୍ଥା ଆଗକୁ କେତେ କାର୍ଯ୍ୟକାରୀ ହେଉଛି ତା ଉପରେ ଆମର ନଜର ରହିବ ।

Scb Acharya Harihar Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ