Advertisment

ଫରେଷ୍ଟ ଅଫିସରଙ୍କ ମହାନତା; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ଦୂର କଲେ

ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ ।

Forest Officer

Forest Officer

Advertisment

ଫରେଷ୍ଟର ବସିଛନ୍ତି ଏବଂ ତାଙ୍କ ବେକରେ ଫୁଲମାଳ ମଧ୍ୟ ପଡ଼ିଛି । ଖାଲି ଏତିକି ନୁହେଁ ବରଂ ଫରେଷ୍ଟରଙ୍କ ନାଁରେ ଜୋରସୋରରେ ଜିନ୍ଦାବାନ୍ଦ ନାରା ବି ପଡ଼ୁଛି। କାରଣ ଫରେଷ୍ଟର ବାବୁ ଜଣକ ଗାଁ ଲୋକଙ୍କ ପାଇଁ ଯାହା କରିଛନ୍ତି ତାହା ପାଇଁ ଗାଁ ଲୋକେ ଫରେଷ୍ଟର ବାବୁଙ୍କ ପାଖରେ ଚିରଋଣୀ। ସେଥିପାଇଁ ତ ତାଙ୍କର ଜୟଜୟ କାର କରୁଛନ୍ତି ।

Advertisment

ଫରେଷ୍ଟର ଚାକିରି କରୁଛନ୍ତି ଖବେଶ୍ୱର ମାଝୀ। ହେଲେ ସେ ଯେଉଁ କାମ କରିଛନ୍ତି ତାହାକୁ ନେଇ ଥମୁନି ଚର୍ଚ୍ଚା କି କମୁନି ପ୍ରଶଂସା । ଏମିତିକି ଗାଁ ଲୋକ ତାଙ୍କୁ ଜଳଦେବତା ବୋଲି ସମ୍ବୋଧନ କରୁଛନ୍ତି । ଫରେଷ୍ଟର ବାବୁ ଜଣକ ଯେଉଁ କାମ କରି ଦେଖାଇଛନ୍ତି ତାହା ହୁଏତ ପ୍ରଶାସନ ଏ ପର୍ଯ୍ୟନ୍ତ ଚିନ୍ତା ବି କରିନଥିଲା । କିନ୍ତୁ ତାହା କରି ଦେଖାଇଛନ୍ତି ଖଗେଶ୍ୱର।

ଜଙ୍ଗଲ ଭିତରେ ଖୋଳା ଯାଇଛି ବିରାଟ ପୋଖରୀ । ଆଉ ପୋଖରୀ କୂଳରେ ବସିଛନ୍ତି ଗାଁ ଲୋକେ। ଗାଁରେ ଏବେ ପୂରା ଉତ୍ସବର ମାହୋଲ । ଆଉ ପୋଖରୀ ଖୋଳିଥିବା ଏ ଫରେଷ୍ଟର ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜର ଫରେଷ୍ଟର ଖଗେଶ୍ୱର ମାଝି । ହେଲେ ସେହି ପୋଖରୀ ପଛରେ ଯେଉଁ କାହାଣୀ ଲୁଚି ରହିଛି ତାହା ଜାଣିଲେ ଆପଣ ବି କହିବେ ଫରେଷ୍ଟ ହେବ ତ ଏମିତି।

Advertisment

କିଛି ବର୍ଷ ତଳେ ଏଇ ଜଙ୍ଗଲରେ ଭାରି ଜୋରରେ ନିଆଁ ଲାଗିଥିଲା। ଆଉ ଜଙ୍ଗଲ ଜଳୁଥିବା ଖବର ପାଇବା ପରେ ସଦଳବଳେ ସେହି ଜଙ୍ଗଲରେ ପହଞ୍ଚିଥିଲେ ଖଗେଶ୍ୱର। ହେଲେ ଜାଣିବାକୁ ପାଇଥିଲେ କି ଜଙ୍ଗଲରେ ଥବା ଗୋବିନ୍ଦପୁର ଗାଁରେ କୁଆଡ଼େ ପାଣିର ଭାରି ସମସ୍ୟା ରହିଛି। ହେଲେ ଲୋକଙ୍କୁ କଥା ଦେଇଥିଲେ ଖଗେଶ୍ୱର କି ଗାଁରେ ଆଉ ରହିବନି ପାଣି ସମସ୍ୟା । ନିଜ ପରିଶ୍ରମ ବଳରେ ଚେରେପାଣି ସଂରକ୍ଷିତ ଜଙ୍ଗଳରେ ସର୍ଭେ କଲେ ପରେ କମାର ଖୋଲ ନାଳରେ ଆଡିବନ୍ଧ ତିଆରି କରିବାକୁ ବିଭାଗକୁ ଅନୁରୋଧ କଲେ। ପରେ ବିଭାଗ ଲୋକଙ୍କ ସୁବିଧାକୁ ନଜରରେ ରଖି ଆଡ଼ିବନ୍ଧ ବି ତିଆରି କଲା।

ଯାହା ବି ହେଉ ଫରେଷ୍ଟରଙ୍କ ପାଇଁ ଏତେ ଦିନ ପରେ ଲୋକେ ପାଣି ପାଇଲେ । ଆଉ ପାଣି ପାଇବା ପରେ ବେଶ୍‌ ଖୁସିରେ ଅଛନ୍ତି ଗାଁ ଲୋକେ । ଆଉ ସ୍ୱପ୍ନ ଦେଖୁଛନ୍ତି କି ସେହି ପାଣିରେ ସେମାନେ ଚାଷବାସ କରିବେ ଓ ନିଜର ଜଳକଷ୍ଟ ଦୂର କରିବେ। ଜଣେ ଫରେଷ୍ଟରଙ୍କ ଏପରି କାମକୁ ନେଇ ପୂରା ରାଜ୍ୟରେ ବେଶ୍‌ ଚର୍ଚ୍ଚା ଚାଲିଛି । 

Advertisment
Special Story Forest Officer Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ