Advertisment

ସଂସ୍କୃତ ଶିକ୍ଷକଙ୍କ ଅଜବ ନିଶା; ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

ଅଦ୍ୟତନ ହୋଇଛି
Tree Plantation

Tree Plantation

Advertisment

ପାଚିଲା ତାଳରୁ ଚୋପା ଛଡା ଚାଲିଛି, ତାଳ ମଂଜକୁ ନେଇ ବସ୍ତା ଭିତରେ ପୂରା ଯାଉଛି । ଆଉ ବସ୍ତାକୁ ଗାଡିରେ ବାନ୍ଧି ନିଆଯାଉଛି ବେଳାଭୂମି ମାର୍ଗ ରାସ୍ତାକୁ । ଲକ୍ଷ୍ୟ ଗୋଟିଏ, ଗଛ ଲଗାଇବା ଆଉ ପରିବେଶକୁ ସୁସ୍ଥ ରଖିବା । ଏଭଳି ମହାନ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ବିଜୟ କୁମାର ଭଟ୍ଟ । ବୃତ୍ତିରେ ଶିକ୍ଷକତା, ହେଲେ ନିଶା ତାଙ୍କର ଗଛ ଲଗାଇବା ।

Advertisment

ବାରମ୍ବାର ସାମୁଦ୍ରିକ ବାତ୍ୟା ଯୋଗୁଁ ଅବକ୍ଷୟମୁଖୀ ଉପକୂଳ ଓ ପରିବେଶର ସୁରକ୍ଷା ପାଇଁ ନିଜସ୍ୱ ଉଦ୍ୟମରେ ସେ ଏ ପର୍ଯ୍ୟନ୍ତ ଲଗାଇଲେଣି ୫ହଜାରରୁ ଉର୍ଦ୍ଧ୍ୱ ଗଛ । ପୁରୀ ଜିଲ୍ଲା ନିମାପଡା ବ୍ଲକ ଆମ୍ବଡିହର ବାସିନ୍ଦା ହେଉଛନ୍ତି ବିଜୟ । ନିମାପଡା ତାଙ୍କର ଜନ୍ମମାଟି ହୋଇଥିବା ବେଳେ ଅସ୍ତରଙ୍ଗ ହେଉଛି ତାଙ୍କର କର୍ମଭୂମି । ଅସ୍ତରଙ୍ଗ ଛୁରିଆନା ପଂଚାୟତର ବେଳାଭୂମି ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ବିଜୟ ସାର ବେଶ ଜଣାଶୁଣା ।

କାରଣ ୧୯୯୯ ମହାବାତ୍ୟାକୁ ବେଶ୍ ପାଖରୁ ଦେଖିଥିଲେ ବିଜୟ। ଖାଲି ଦେଖିଥିଲେ ତାହା ନୁହେଁ ବରଂ ସଂକଳ୍ପ ନେଇଥିଲେ ଉଜୁଡିଯାଇଥିବା ଗଛ ଗୁଡିକ ଯାଗାରେ ନୂଆ ଗଛ ଲଗାଇବା ।

Advertisment

ଖାଲି ଉଜୁଡା ସବୁଜିମାକୁ ସଜାଡ଼ିବେ ବୋଲି ଭାବିଲେନି ବରଂ ସେଇଥି ପାଇଁ ଆରମ୍ଭ କରିଦେଲେ ଉଦ୍ୟମ । ସେଇଥି ଲାଗି ତ ମହାବାତ୍ୟା ପରଠାରୁ ଏମିତି ବୁଲି ବୁଲି ଗଛ ଲଗାଇ ଚାଲିଲେ । ଏହା ମଧ୍ୟରେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ ସେ ଥକି ଯାଇ ନାହାନ୍ତି । ବରଂ ଫୁରୁସତ ମିଳିଲେ ନିଜର ଛାତ୍ର ଓ ପୂର୍ବତନ ଛାତ୍ର ମାନଙ୍କୁ ଧରି ବୃକ୍ଷ ରୋପଣ ପାଇଁ ବାହାରି ପଡନ୍ତି ବିଜୟ।

ବିଶେଷକରି ପ୍ରତିବର୍ଷ ବର୍ଷା ଋତୁରେ ବିଭିନ୍ନ ନଦୀବନ୍ଧ , ଗାଁଗଣ୍ଡା ଖୋଲା ପଡ଼ିଆରେ ୫୦୦ ରୁ ଉର୍ଦ୍ଧ ତାଳ ,ଲିମ୍ବ ଗଛ ଲଗାଉଛନ୍ତି । କାରଣ ଏ ଗଛ ଗୁଡ଼ିକ ଗାଈ କି ଛେଳି ଖାଆନ୍ତି ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ଗଛ ଲଗାଇ ଚୁପ୍‌ ବସୁନାହାନ୍ତି ବିଜୟ ବରଂ ସେଗୁଡିକ କେମିତି ଭଲରେ ବଢିବ ସେନେଇ ବି ଅନେକ ପରିଶ୍ରମ କରୁଛନ୍ତି। ସତରେ ଏମିତି ଜଣେ ନିଆରା ଶିକ୍ଷକ ଆଜିକା ଦିନରେ ମିଳିବା କଷ୍ଟ ।

Advertisment

(ରିପୋର୍ଟ- ସଂଜୟ ପତି,କୋଣାର୍କ)

Special Story Noble Move Tree Plantation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ