Advertisment

ଭୋକ ଏତେ ଯେ, ଶେଷରେ ଡଷ୍ଟବିନ୍‌ରୁ ପଚାସଢ଼ା ଖାଦ୍ୟ ଖାଇଲେ

ଦାରୁଣ ଦୃଶ୍ୟ...ଭୋକରେ ପେଟ ପୋଡିଯାଉଛି, କିଛି ଖାଇବାକୁ ମିଳୁନି। ଭୋକ ଏତେ ମାତ୍ରାରେ ହେଉଛି ଯେ, ରାସ୍ତାରେ ଥିବା ଡଷ୍ଟବିନରୁ ପଚା ଖାଦ୍ୟ ଖାଇଯାଉଛି ମଣିଷ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ଅଦ୍ୟତନ ହୋଇଛି
Mentally Challenged

Mentally Challenged

Advertisment

ଡଷ୍ଟବିନ୍‌ରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ଜଣେ ବ୍ୟକ୍ତି । ଖାଲି ସଂଗ୍ରହ କରୁଛନ୍ତି ତାହା ନୁହେଁ ବରଂ ସେଇ ଡଷ୍ଟବିନ୍‌ ପାଖରେ ଛିଡା ହୋଇ ପାଟିକୁ ଖାଇବା ନେଉଛନ୍ତି । ହୁଏତ ଏହା ଆପଣଙ୍କୁ ବିଚଳିତ କରିପାରେ କିନ୍ତୁ ଆଜିକା ଦିନରେ ବି ଭୋକରେ କେମିତି ଛଟପଟ ହେଉଛନ୍ତି ଲୋକ ତାହା ବୋଧହୁଏ ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।

Advertisment

ପେଟର ଭୋକ ଏମାନଙ୍କୁ କଲବଲ କରୁଛି । ସେଇଥି ପାଇଁ ତ ଡଷ୍ଟବିନରୁ ଖାଦ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି ଜଣେ ଯୁବକ । ଏ ଘଟଣା ଘଟିଛି ନୂଆପଡା ଖଡ଼ିଆଳ ବ୍ଲକ ଛକରେ । ସବୁଦିନ ପରି ପଡ଼ିରହିଥିବା ଡଷ୍ଟବିନରୁ ମାନସିକ ଅନଗ୍ରସର ବ୍ୟକ୍ତି ଜଣକ ଖାଦ୍ୟ ସଂଗ୍ରହ କରୁଥିବା ଦୃଶ୍ୟ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି ।

କିଛିଦିନ ହେବ ଖଡ଼ିଆଳ ବଜାରରେ ଜଣେ ଯୁବକ ଜଣକ ବୁଲୁଥିବା ଦେଖିବାକୁ ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଜାରରେ ବୁଲୁଥିବା ବେଳେ ଅନେକ ଲୋକଙ୍କୁ ଖାଇବା ମାଗନ୍ତି ଏହି ଯୁବକ । ଯଦି କିଏ ଖାଇବା ଦେଲା ସେମାନେ ଖାଆନ୍ତି ନହେଲେ, ପେଟର ଭୋକ ଯେତେବେଳେ ଅଧିକ ବଢିଯାଏ ଡଷ୍ଟବିନରୁ ସଂଗ୍ରହ କରି ଖାଦ୍ୟ ଖାଆନ୍ତି । ଏ ଦୃଶ୍ୟ ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Advertisment

ରାଜ୍ୟରେ କେହି ଭୋକରେ ରହିବେ ନାହିଁ ବୋଲି ସରକାର ଅନେକ ଯୋଜନା କରିଛନ୍ତି । ହେଲେ ଭୋକ ବିକଳରେ ମଣିଷ କେମିତି ଜଷ୍ଟବିନରୁ ଖାଇବା ସଂଗ୍ରହ କରୁଛି ସେ ଦୃଶ୍ୟ ଏବେ ଆପଣଙ୍କ ସାମ୍ନାରେ। ଆଜିକା ସମୟରେ ଲୋକେ ଘରେ ପଶୁ ପକ୍ଷୀ ରଖି ସେମାନେ ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଜଣେ ମାନସିକ ଅନଗ୍ରସର ଯୁବକଙ୍କୁ ଖାଇବାକୁ ଦେବାକୁ ସଙ୍କୋଚ କରୁଛନ୍ତି । ସତରେ ଏ ଦୃଶ୍ୟ ପରେ ଥରେ ଚିନ୍ତା କରନ୍ତୁ ମଣିଷ କେତେ ନିଷ୍ଠୁର ହେଉଛି?

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଡୋଷୀ ଛତିଶଗଡ଼ରୁ ମାନସିକ ଅନଗ୍ରସର ରୋଗୀଙ୍କୁ ଏହିଠାରେ ଆଣି ଛାଡ଼ି ଦେଇଯାଉଛନ୍ତି କିଛି ଅସାଧୁ ବ୍ୟକ୍ତି । ଆଉ ସେମାନେ ଭୋକ ବିକଳରେ ଏମିତି ରାସ୍ତାରୁ ପଚାସଢା ଜିନିଷ ଖାଉଛନ୍ତି । ଯାହାର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରୁଛି। ସେପଟେ ଏନେଇ ଖଡ଼ିଆଳ ଏନଏସି ଅଧ୍ୟକ୍ଷ କହିଛନ୍ତି ଖୁବଶୀଘ୍ର ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ପଦକ୍ଷେପ ନେବ ପ୍ରଶାସନ । ତେବେ ସମୟ କହିବ କେତେ ଦୂର ନିଜ କଥା ରଖୁଛି ପୌର ପ୍ରଶାସନ।

Advertisment

ରିପୋର୍ଟର- କୁନାଲ ଚରଣ ବେହେରା

Special Story Mentally Challenged Garbage Food
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ