Advertisment

ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଶିଆଳୀ ବେଳାଭୂମି !

ଗର୍ଜନ କରି ମାଡି ଆସୁଛି ସମୁଦ୍ର। ଖୋଳି ହୋଇ ଗଲାଣି ୱାଚ୍‌ ଟାୱାର..କେତେବେଳେ ସମୁଦ୍ର ଗର୍ଭରେ ଲୀନ ହେବ ତାହା କହିବା ମୁସ୍କିଲ। ଜୁଆର ଏତେ ମାତ୍ରାରେ ହେଉଛି ଯେ ପଥର କି ବାଲିବସ୍ତା କିଛି ମାନୁନି

Marching sea

Marching sea

Advertisment

ଘୋ ଘୋ ଗର୍ଜନ କରୁଛି, କୂଳରେ ଆସି ଲହରୀ ମାଡ ହେଉଛି । ଲହରୀ ମାଡ ଏତେ ଜୋରରେ ହେଉଛି ଯେ ଧୋଇ ହୋଇଗଲାଣି ବେଳଭୂମିକୁ ରକ୍ଷା କରିବା ପାଇଁ ଦିଆଯାଇଥିବା ବାଲିବସ୍ତା । ଖାଲି ବାଲି ବସ୍ତା କାହିଁକି? ବରଂ ୱାଚ୍‌ ଟାୱାର ପାଇଁ ବିପଦ ସୃଷ୍ଟି କଲାଣି ଅଶାନ୍ତ ସମୁଦ୍ର। ଜୁଆର ଏତେ ଜୋରରେ ଆସୁଛି ଯେ ୱାଚ ଟାୱାର ତଳ ମଧ୍ୟ ଖୋଳି ହୋଇଗଲାଣି । କେତେବେଳେ ଯେ ସମୁଦ୍ରରେ ଲୀନ ହୋଇଯିବ ତାହା କହିବା ମୁସ୍‌କିଲ।

Advertisment

ଏଭଳି ଚିତ୍ର ଜଗତସିଂହପୁର ଜିଲ୍ଳା ଏରସମାରେ ଥିବା ଶିଆଳୀ ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି । ସମୁଦ୍ର ଜୁଆର ମାଡରେ ଯାହାର ଅବସ୍ଥା ଏବେ ପୂରାପୂରି ବେହାଲ ଅବସ୍ଥାରେ । ୨୦୧୬ ମସିହାରୁ ଏହି ବେଳାଭୂମିକୁ ପର୍ଯ୍ୟଟନ ବିଭାଗ ଦ୍ୱାରା ସ୍ୱୀକୃତି ମିଳିଛି, ହେଲେ ଏହାର ଅବସ୍ଥା ଏବେ କଣ ହେଲାଣି ସେ ଦୃଶ୍ୟ ସମସ୍ତଙ୍କ ସାମ୍ନାରେ । ଶିଆଳୀ ବେଳାଭୂମିର ସୌନ୍ଦର୍ଯ୍ୟ ପାଇଁ ଏଠାକୁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ସମୁଦ୍ରର ରୁଦ୍ର ରୂପ ପାଇଁ ଏବେ ଶିଆଳୀ ବେଳାଭୂମିକୁ ପର୍ଯ୍ୟଟକ ଆସିବାକୁ ଡରିଲେଣି ।

ଏବେ ସମୁଦ୍ର ଜୁଆର ମାଡରେ ଭିଉ ଟାୱାର ଏବଂ ଝାଉଁ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି । ଏପରିକି ପ୍ରଶାସନ ପକ୍ଷରୁ ଯଦି ତୁରନ୍ତ କିଛି ପଦକ୍ଷେପ ନିଆନଯାଏ, ତେବେ ଏହି ବେଳାଭୂମି ସମେତ ଆଖପାଖର ଗାଁ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

ସେପଟେ ଶିଆଳୀ ବେଳାଭୂମିର ବିପର୍ଯ୍ୟସ୍ତ ଅବସ୍ଥାକୁ ସ୍ୱୀକାର କରିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି । ସେ କହିଛନ୍ତି ଯେ, ଶିଆଳୀ ବେଳାଭୂମିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ସେପଟେ,ମହାନଦୀ ସାଉଥ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ମହାନ୍ତି ମଧ୍ୟ ଶିଆଳୀ ବେଳାଭୂମିକୁ କିପରି ସୁରକ୍ଷିତ କରାଯାଇପାରିବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ।

ଶିଆଳୀ ବେଳାଭୂମିକୁ କେବଳ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଦେଲେ ଚଳିବନାହିଁ ବରଂ ଏହାର ସୁରକ୍ଷା ଓ ଉନ୍ନତି ଦିଗରେ ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଯତ୍ନବାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Advertisment

(ରିପୋର୍ଟର- ଶଶାଙ୍କ ଶେଖର ପଣ୍ଡା, ଜଗତସିଂହପୁର)

Threat Special Story Marching Sea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ