Advertisment

ନେତା ଓ ପ୍ରଶାସକଙ୍କ ମଧ୍ୟରେ ବିବାଦ ! ଅଳିଆ ଉଠାଇଲେନି ସଫେଇ କର୍ମଚାରୀ

ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳା କାମ କରୁଛୁ ଗୋଟିଏ ବେଳାର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି..

ଅଦ୍ୟତନ ହୋଇଛି
Strike of Sweepers

Strike of Sweepers

Advertisment

ନଗଳପାଳଙ୍କ ସହ ନିର୍ବାହୀ ଅଧିକାରୀଙ୍କର ତିକ୍ତତାର ଫଳ ଭୋଗୁଛନ୍ତି ତାଳଚେରବାସୀ । ଉଭୟଙ୍କ ମଧ୍ୟ ଥିବା ମତାନ୍ତର ପାଇଁ ନଷ୍ଟ ହେଉଛି ସହରର ପରିମଳ ବ୍ୟବସ୍ଥା । ସ୍ଥିତି ଏମିତି ହୋଇଥିଲା ଯେ, ଗଣେଶ ପୂଜା ଭିଡ ଭିତରେ ପଚାସଢା ଗନ୍ଧରେ ବୁଲିବାକୁ ବାଧ୍ୟ ହୋଇଥିଲେ ସହରବାସୀ। କାରଣ ବକେୟା ଦରମା ଓ ବୋନସ ଦାବିରେ ଆନ୍ଦୋଳନ କରିଥିଲେ ସଫେଇ କର୍ମଚାରୀ । ଆଉ ଆନ୍ଦୋଳନର ମାତ୍ରା ଏମିତି ଥିଲା ଯେ ପୂରା ଅଂଚଳରେ ପଡି ରହିଥିଲା କୁଢ କୁଢ ଅଳିଆ ।

Advertisment

ସହରର ରାସ୍ତା ଉପରେ ପଡି ରହିଛି କୁଢ କୁଢ ଅଳିଆ । ଗାଈ ଗୋରୁ, ବୁଲା କୁକୁର ସେସବୁ ଖାଇବା ସହ ଇଆଡେ ସିଆଡେ ପିଙ୍ଗା ଫୋପଡା କରୁଛନ୍ତି । ତାଳଚେର ପୌର ପରିଷଦରେ ଠିକା କର୍ମଚାରୀ ଭାବରେ ୧୩୨ ଜଣ ସଫେଇ କର୍ମଚାରୀ କାମ କରୁଛନ୍ତି । ହେଲେ ଗତ ଦୁଇ ମାସ ହେଲା ଏହି କର୍ମଚାରୀ ମାନେ ଦରମା ପାଇ ନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏମିତିକି ତାଳଚେର ର ଗଣପର୍ବ ଗଣେଶ ପୂଜା ବେଳେ ମଧ୍ୟ ଏମାନଙ୍କୁ ବୋନସ ଦିଆଯାଇନଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଏତିକିରେ ସରୁନି ବରଂ ଦୁଇ ବେଳା କାମ କରୁଥିବା ପରେ ବି ଗୋଟିଏ ବେଳା ହାଜିରା ପଡୁଥିବା କହିଛନ୍ତି ସଫେଇ କର୍ମଚାରୀ। ଏନେଇ ଅଭିଯୋଗ ପରେ ବି ସେମାନଙ୍କ କଥା କେହି ଶୁଣୁନାହାନ୍ତି ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଫେଇ କର୍ମଚାରୀ ଦୁଇ ବେଳା କାମ କରୁଥିବା ସହ ସେମାନଙ୍କ ହାଜିରା ସଠିକ୍‌ ଭାବରେ କାହିଁକି ପଡୁନାହିଁ ବୋଲି ସେମାନେ ପ୍ରଶ୍ନ କରିବା ସହ ଆନ୍ଦୋଳନ କରି ପୌର କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ତେବେ ଏନେଇ ନଗରପାଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ପୌର ନିର୍ବାହୀ ଅଧିକାରୀ କ୍ୟାମେରା ସାମ୍ନାରେ କିଛି କହିବେନି ବୋଲି ମନା କରିଦେଇଛନ୍ତି । ହେଲେ ପୌର ନିର୍ବାହୀ ଅଧିକାରୀ ଓ ନଗରପାଳଙ୍କ ତିକ୍ତତା ଯୋଗୁଁ ହଇରାଣ ହେଉଛନ୍ତି ସଫେଇ କର୍ମଚାରୀ ଓ ଅଂଚଳବାସୀ । ତେବେ ଏ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ସଫେଇ କର୍ମଚାରୀ। 

Advertisment

(ରିପୋର୍ଟ- ମନୀଲ ମହାରଣା, ତାଳଚେର)

Special Story Strike Of Sweepers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ