Advertisment

ସରକାରୀ ଡାକ୍ତରଖାନାରେ କେବଳ ୬ ଘଣ୍ଟାର ସେବା, ଅନ୍ୟ ସମୟରେ ଭଗବାନ ଭରସା

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ଦିନକୁ ମାତ୍ର ୬ ଘଂଟା ପାଇଁ ଏଇ ଡାକ୍ତରଖାନାରେ ଚାଲିଛି ରୋଗୀ ଦେଖା। ଯଦି ଡାକ୍ତର ଆସିଲେନି ତାହାଲେ ଫାର୍ମାସିଷ୍ଟ ହିଁ ଦେଖୁଛନ୍ତି ରୋଗୀ..। କହିବାକୁ ଗଲେ ଭଗବାନଙ୍କ ଭରସାରେ ଏଂଇକାର ରୋଗୀ।

ଅଦ୍ୟତନ ହୋଇଛି
Medical Negligence

Medical Negligence

Advertisment

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା। ବ୍ଲକ୍‌ ହେଡକ୍ୱାର୍ଟରରେ ଲୋକଙ୍କୁ ମିଳୁଛି ମାତ୍ର ୬ ଘଂଟାର ଚିକିତ୍ସା ସୁବିଧା । ଆଉ ଅନ୍ୟ ବେଳେ କିଛି ଦୁର୍ଘଟଣା ହେଲେ କିମ୍ବା ଅଘଟଣ ଘଟିଲେ ସ୍ଥିତି ପୂରା ଗମ୍ଭୀର ହେଉଛି । ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନାହାନ୍ତି ଦୁଃଖ।

Advertisment

ଏହି ଦୃଶ୍ୟ ହେଉଛି ବାଲେଶ୍ୱର ଔପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର । ଏହି ବ୍ଲକଟି ପୂରା ପାହାଡିଆ ଅଞ୍ଚଳରେ ଘେରା । ଆଉ ଏହି ଗୋଟିଏ ବ୍ଲକ ଉପରେ ଦୁଇଟି ଜିଲ୍ଲାର ଲୋକ ନିର୍ଭର କରି ଚଳୁଛନ୍ତି । ପାହାଡିଆ ଉପାନ୍ତ ଇଲାକା ହୋଇଥିବାରୁ ରାତ୍ରୀ ସମୟରେ ଅନେକ ଅସୁବିଧା ହେଉଛି । କିନ୍ତୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ସୁଫଳ ମିଳୁନି। ଯାହା ଫଳରେ ଅଧ ରାତିରେ ଅନ୍ୟ ଘରୋଇ ମେଡିକାଲକୁ ଧାଉଁଛନ୍ତି ଲୋକେ।

ଔପଦା ବ୍ଲକରେ ଥିବା ମେଡିକାଲଟି CHC ନ ହୋଇ PHCରେ ରହିଯାଇଛି l ମାତ୍ର ଜଣିଏ ଡାକ୍ତର ଓ ଆଉ ଜଣିଏ ଫାର୍ମାସିଷ୍ଟରେ ଚଳୁଛି ଏହି ମେଡିକାଲ । କୌଣସି କାରଣରୁ ଡ଼ାକ୍ତର ନଆସିଲେ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଫାର୍ମାସିଷ୍ଟ। ଯାହାକୁ ନେଇ ଲୋକଙ୍କ ମନରେ ବଢିବାରେ ଲାଗିଛି ଅସନ୍ତୋଷ।

Advertisment

ରାତିରେ ଦୁର୍ଘଟଣା ହେଲେ କଥା ସରିଲା । ଏଠାରେ ଡାକ୍ତର ନାହାନ୍ତି, ତେଣୁ ଅନ୍ୟ ମେଡିକାଲକୁ ରୋଗୀଙ୍କୁ ନେଇ ଗଲା ବେଳେ ସେ ଅଧିକ ଗୁରୁତର ହୋଇ ପଡ଼ୁଛନ୍ତି । ଏମିତିକି ଅନେକ ସମୟରେ ମେଡିକାଲ ନେଉ ନେଉ ଅଧା ରାସ୍ତାରେ ଚାଲିଯାଉଛି ରୋଗୀଙ୍କ ପ୍ରାଣ । ଉତ୍ତମ ଚିକିତ୍ସା ପାଇଁ ସରକାର ଅନେକ ପ୍ରକାର ଯୋଜନା କରିଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିଛନ୍ତି, ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି। ତେଣୁ ତୁରନ୍ତ ଏହି ମେଡିକାଲରେ ଡାକ୍ତର ନିଯୁକ୍ତି ସହ ମେଡିକାଲର ଉନ୍ନତୀକରଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ରିପୋର୍ଟ- ନିରଞ୍ଜନ ବେହେରା

Medical Negligence Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ