Advertisment

ଧୋକା ଦେଲା ବର୍ଷା, କେନାଲ ଦେଲାନି ପାଣି; ହିଡ଼ ମୁଣ୍ତରେ ବସି କାନ୍ଦୁଛି ଚାଷୀ

ବର୍ଷା ଦେଲା ଧୋକା। ଠିକ୍‌ ସମୟରେ ବର୍ଷା ହେଲାନି କି କେନାଲରେ ପାଣି ଆସିଲାନି। ଜମି ଫାଟି ଆଁ କଲାଣି। କେମିତି ଚାଷ କରିବ, କେମିତି ଋଣ ସୁଝିବ ସେଇ ଚିନ୍ତାରେ ଚାଷୀ।

Farming

Farming

Advertisment

ବର୍ଷା ନାହିଁ, ଜମି ଫାଟି ଆଁ କଲାଣି । ଅଗଷ୍ଟ ଆସି ଅଧା ହେଲାଣି, ହେଲେ ଚାଷୀ ପୂରାପୂରି ହତାଶ। ଜଗତସିଂହପୁର ରାଢଙ୍ଗ ପଂଚାୟତରେ ଥିବା ଧାନବିଲର ଦୃଶ୍ୟ କହିଲେ ନସରେ । କିଛି ଖାଲୁଆ ଜମିରେ ପାଣି ରହିଥିବାରୁ ତଳି ରୁଆ ଚାଲିଛି । ହେଲେ ଅଧିକାଂଶ ସ୍ଥାନରେ ବର୍ଷା ଅଭାବ ଓ କେନାଲରେ ପାଣି ନଆସିବା କାରଣରୁ ଆରମ୍ଭ ହୋଇପାରିନି ଚାଷ କାମ ।

Advertisment

ଗତ ଜୁଲାଇ ମାସରେ ଭଲ ବର୍ଷା ହୋଇଥିବାରୁ ବିଲରେ ତଳି ପକାଇଥିଲେ ଚାଷୀ । ହେଲେ ସପ୍ତାହରୁ ଉର୍ଦ୍ଧ୍ୱ ହେବ କାଁ ଭାଁ କେଉଁଠି ବର୍ଷାକୁ ଛାଡିଦେଲେ ବଡ ବର୍ଷା ନାହିଁ । ସେପଟେ ସଠିକ୍ ସମୟରେ ଶାଖା କେନାଲ ସଫା ନହେବାରୁ ବିଲରେ ପହଞ୍ଚିପାରିଲାନି ପାଣି । ତେଣୁ ଯେଉଁ କିଆରିରେ କିଛି ମାତ୍ରାରେ ପାଣି ଅଛି ସେଇଠାରୁ ବାଲଟିରେ ଅନ୍ୟ କିଆରିକୁ ମଡା ଚାଲିଛି ପାଣି ।

ଖାଲି ଏତିକି ନୁହେଁ ବରଂ ସାରର ଘୋର ଅଭାବ ରହିଥିବା ଅଭିଯୋଗ କରିଛନ୍ତି ଚାଷୀ । ହିସାବ କହୁଛି, ଏ ବର୍ଷ ଜଗତସିଂହପୁର ଜିଲ୍ଳାରେ ୮୨ ହଜାର ୪ ଶହ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ଏବଂ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ପ୍ରାୟ ୮ ହଜାର ହେକ୍ଟର ଜମିରେ ରୁଆ ଶେଷ ହୋଇଛି । ସେପଟେ ବର୍ଷା ଓ ସାର ଅଭାବ କଥାକୁ ସ୍ୱୀକାର କରିବା ସହ ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।

Advertisment

ରିପୋର୍ଟର- ଶଶାଙ୍କ ଶେଖର ପଣ୍ଡା

Farming Special Story Inadequate Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ