Advertisment

ସାବଧାନ !! NH ରେ ହେଲମେଟ୍‌ ନପିନ୍ଧିଲେ ନିସ୍ତାର ନାହିଁ; କଟିବ ମୋଟା ଅଙ୍କର ଫାଇନ୍‌

ଆକ୍ସନ ମୁଡ୍‌ରେ ପରିବହନ ବିଭାଗ । ହେଲମେଟ୍‌ ନଥିଲେ ଫାଇନ୍‌ କଟିବ । ଏଥର ଅମାନିଆ ଗାଡିଚାଳକଙ୍କୁ ମାଫ୍‌ ନାହିଁ । ଗାଡ଼ି ଧରିବା ମାତ୍ରେ ମୁଣ୍ଡରେ ହେଲମେଟ୍‌ ନଥିଲେ ସାଙ୍ଗେ ସାଙ୍ଗେ ଫାଇନ୍‌ କଟିବ । ଏମିତିକି ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ମଧ୍ୟ ବାତିଲ ହେବ ।

Helmet Checking

Helmet Checking

Advertisment

ହେଲମେଟ୍‌ ନାହିଁ ତ ଗାଡ଼ି ଚଳାନ୍ତୁ ନାହିଁ ଧରାପଡ଼ିଲେ ନିସ୍ତାର ନାହିଁ । ଛକଛକରେ ପୋଲିସ ଜଗିଛନ୍ତି ଏବଂ ଆଦାୟ କରୁଛନ୍ତି ମୋଟା ଅଙ୍କର ଜରିମାନା ଟଙ୍କା । ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିଲେ ସାବଧାନ !! କାରଣ ଆଉ ନିସ୍ତାର ମିଳିବନି । କାରଣ ଏଣିକି ଛକଛକରେ ଜଗିବ ପୋଲିସ ଓ ପରିବହନ ବିଭାଗର କର୍ମଚାରୀ। ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ଏନେଇ ଚିଠି କରିଛି ବିଭାଗ।

Advertisment

ଆସନ୍ତା ୧୫ ତାରିଖରୁ ରାଜ୍ୟର ସବୁ ଜାତୀୟ ଓ ରାଜ୍ୟ ରାଜପଥରେ ଜୋରଦାର ହେଲମେଟ୍‌ ଚେକିଂ କରାଯିବ। ଆଉ ଯେଉଁମାନେ ସରକାରଙ୍କ ଗାଇଡ୍‌ଲାଇନ ମାନିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପରିବହନ ବିଭାଗ ସ୍ପଷ୍ଟ କରିଛି।

ଆକ୍ସନ ମୁଡ୍‌ରେ ପରିବହନ ବିଭାଗ । ହେଲମେଟ୍‌ ନଥିଲେ ଫାଇନ୍‌ କଟିବ । ଏଥର ଅମାନିଆ ଗାଡିଚାଳକଙ୍କୁ ମାଫ୍‌ ନାହିଁ । ଗାଡ଼ି ଧରିବା ମାତ୍ରେ ମୁଣ୍ଡରେ ହେଲମେଟ୍‌ ନଥିଲେ ସାଙ୍ଗେ ସାଙ୍ଗେ ଫାଇନ୍‌ କଟିବ । ଏମିତିକି ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ମଧ୍ୟ ବାତିଲ ହେବ । ଏହାସହ ନାବାଳକ ଗାଡ଼ି ଚଳାଉଥିଲେ କିମ୍ବା ଗାଡ଼ିରେ ନିର୍ଦ୍ଧାରିତ ଯାତ୍ରୀଙ୍କଠାରୁ ଅଧିକ ଯାତ୍ରୀ ବସିଲେ ବି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଅନେକ ସମୟରେ ଦେଖାଯାଉଛି ଯେ, ସ୍ଥାନୀୟ ଅଞ୍ଚଳରେ ଲୋକମାନେ ହେଲମେଟ୍‌ ପିନ୍ଧୁନାହାନ୍ତି। ଏମିତିକି ଏନଏଚ୍‌ ଉପରେ ବି ଲୋକେ ହେଲମେଟ୍‌ ପିନ୍ଧିବାକୁ ପସନ୍ଦ କରୁନାହାନ୍ତି। କିନ୍ତୁ ଏହା ଆଉ ଚଳିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ୨୦୨୧ରେ ପ୍ରାୟ ୧୩୦୮ଜଣ ବାଇକ୍ ଆରୋହୀ ଓ ଚାଳକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧିନଥିବା ଜଣାପଡିଛି । ତେଣୁ ମୁଖ୍ୟ ରାସ୍ତା ଗୁଡିକରେ ଚେକିଂ ଜୋରଦାର କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନର୍ଦ୍ଦେଶ ଦିଆଯାଇଛି ।

ପରିବହନ ବିଭାଗ ଟ୍ୱିଟ୍‌ କରି କହିଛି ଯେ, ରାସ୍ତାରେ ମଦ୍ୟପ ଡ୍ରାଇଭରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏମିତିକି ଗୋଟିଏ ଗୋଟିଏ ଦିନରେ ୫୦୦ ରୁ ଅଧିକ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ତେଣୁ କୌଣସି ପରିସ୍ଥିତିରେ ନିୟମ ଖିଲାଫକାରୀଙ୍କୁ ଛଡ଼ାଯିବନି। ଏହାସହ ବିଶ୍ୱ ମାତୃତ୍ୱ ଦିବସରେ ଟ୍ୱିଟ୍‌ କରି ଏକ ଭିଡ଼ିଓ ମଧ୍ୟ ସେୟାର କରିଛି ପରିବହନ ବିଭାଗ । ସେଥିରେ ଦେଖାଯାଉଛି କି କେମିତି ଘରୁ କେହି ବାହାରିବା ପରେ ମାଆ ତାଙ୍କୁ ହେଲମେଟ୍‌ ଆଣି ଦେଉଛନ୍ତି। ଏଣିକି ହେଲମେଟ୍‌ ପିନ୍ଧିନଥିଲେ ଆଉ ଜୋରିମାନାରୁ ଆପଣ ବଞ୍ଚିପାରିବେ ନାହିଁ।

Advertisment
State Transport Authority Helmet Checking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ