Advertisment

ଏ ଛତୁଆ ଖାଇଲେ ପିଲା ବଞ୍ଚିବେ ତ?

ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ

Anganwadi

Anganwadi

Advertisment

ଅଙ୍ଗନବାଡିର ଦୃଶ୍ୟ ଦେଖିଲେ ଆପଣ ବି ଖୁସି ହୋଇଯିବେ । ଆଉ କହିବେ ଆରେ ବାଃ କି ସୁନ୍ଦର ଦିଶୁଛି ଆମ ଅଙ୍ଗନବାଡ କେନ୍ଦ୍ର। ଘରର ଦୃଶ୍ୟ ଯଦି ଏତେ ସୁନ୍ଦର ତେବେ ଏଇଠି ପଢିଥିବା ପିଲାଙ୍କ ପାଠ ଓ ଦିଆଯାଉଥିବା ଖାଇବା ବି ଅତି ଆକର୍ଷଣୀୟ ଓ ପରିଷ୍କାର ହୋଇଥିବ ନିଶ୍ଚୟ ।

Advertisment

କିନ୍ତୁ ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ, ଆଉ କହିବେ ଛି ଛି ଏମିତି ଆଉ ଏତେ ଅପରିଷ୍କାର ପରିବେଶରେ ଆମ ପିଲାଙ୍କ ପାଇଁ ତିଆରି ହେଉଛି ଖାଦ୍ୟ ? ଯେଉଁଠି ଛତୁଆ ତିଆରି ହେଉଛି ସେଇଠି ଅପରିଷ୍କାର କୂଅ ରହିଛି । ଖାଲି କୂଅ କାହିଁକି ଯେଉଁଠି ଗହମ ଭଜା ଯାଉଛି ସେଠି ବି ଅପରିଷ୍କାର ପରିବେଶ । ଖୋଲାମେଲା ଜାଗାରେ ତିଆରି ଚାଲିଛି ଛତୁଆ। ସେଠି ଏତେ ମାତ୍ରାରେ ପାରାମାନେ ମଳତ୍ୟାଗ କରିଛନ୍ତି ଯେ, ଘଡିଏ ଛିଡା ହେବା କଷ୍ଟ । ହେଲେ ଏଇଠି ତିଆରି ହେଉଛି ସୁସ୍ଥ ଓ ସୁଷମ ଛତୁଆ।

ମୋଟ୍‌ ଉପରେ ଟିଣ ଘର ତଳେ ତିଆରି ଚଲିଛି ଛତୁଆ, ଆଉ ଉପରେ ବସା କରି ରହୁଛନ୍ତି ଶହଶହ ପାରା । ହେଲେ ଛତୁଆ ତିଆରି କରୁଥିବା ଲୋକଙ୍କର ଯେମିତି କୌଣସି ପରବା ନାହିଁ । ଥରେ ଚିନ୍ତା କରନ୍ତୁ କୁନି କୁନି ପିଲାଙ୍କ ପାଇଁ ଯେଉଁଠାରେ ଖାଦ୍ୟ ତିଆରି ହେଉଛି ସେଇଠି ଏମିତି ଅସ୍ୱଚ୍ଛକର ପରିବେଶରେ କେମିତି ଛତୁଆ ତିଆରି ହେଉଛି?

Advertisment

ଏ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଥିଲା । ହେଲେ ଥରେ ଚିନ୍ତା କରନ୍ତୁ, ଯଦି ଏହି ଖାଦ୍ୟରେ ଭୁଲରେ ଯଦି ପାରାମାନେ ମଳତ୍ୟାଗ କରିଦେବେ ତେବେ ସ୍ଥିତି ହେବ କଣ? ତେବେ ଏଠାରେ ପ୍ରଶ୍ନ ଉଠୁଛି ପିଲାମାନଙ୍କ ସ୍ୱାସ୍ଥ୍ୟସହ ଖେଳିବାକୁ ଏମାନଙ୍କୁ ସାହସ ଦେଲା କିଏ?

(ରିପୋର୍ଟର- ସୁନ୍ଦରଗଡ କୋଇଡାରୁ ସୁନୀଲ ପଣ୍ଡା)

Special Story Anganwadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ