ଲୋକଙ୍କ ଆଖି ଆଗରେ ପୂଜାରୀଙ୍କୁ ଦଳି ମାରିଦେଲା ଦନ୍ତା ! ଦେଖନ୍ତୁ ଭିଡିଓ..

ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା । 

Elephant Attack, Viral Video

ଭୟଙ୍କର, ହୃଦୟ ବିଦାରକ । ଏମିତି ଏକ ଦୃଶ୍ୟ, ଯାହାକୁ ଦେଖିଲେ ଆପଣ ବି ଡରରେ ଥରି ଉଠିବେ । ମନ୍ଦିରରେ ପୂଜାସାରି ଫେରିବା ସମୟରେ ପୂଜାରୀଙ୍କୁ ଗୋଡାଇ ଗୋଡାଇ ଦଳିଦେଲା ଦନ୍ତା । ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା । 

ଏହି ଭୟଙ୍କର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ସାପ ଲହରା ଅଞ୍ଚଳରେ । ସାପ ଲହରା ଶିବ ମନ୍ଦିରର ପୂଜକ ମୁରଲୀଧର ପୂଜାରୀ ମନ୍ଦିରରେ ପୂଜା ସାରି ଫେରୁଥିବା ସମୟରେ ଏକ ହାତୀ ତାଙ୍କୁ ଗୋଡାଇଥିଲା । ଆଉ ଜୀବନ ବଂଚାଇବାକୁ ସେ ଦୌଡୁଥିଲେ। ହେଲେ ଖାଲଖମା ରାସ୍ତା ଯୋଗୁଁ ସେ ତଳେ ପଡିଯାଇଥିଲେ।  ଉପସ୍ଥିତ ଲୋକଙ୍କ ପାଟିତୁଣ୍ଡରେ ପୂରା ଅଞ୍ଚଳ କମ୍ପିଥିଲା ସତ ହେଲେ ହାତୀ କିନ୍ତୁ ଶୁଣିନଥିଲା । ଆଉ ପଡ଼ିଆ ମଝିରେ ବୃଦ୍ଧଙ୍କୁ ଦଳି ଦେଇଥିଲା।

ଆଉ ହାତୀ ଆକ୍ରମଣରେ ଘଟଣାସ୍ଥଳରେ ପୂଜାରୀଙ୍କ ମୃତ୍ୟୁ ହୋଇଯାଇଥିଲା । ପୂଜାରୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ଏଠାରେ ଆମେ କହିରଖୁଛୁ କି ବଣୁଆ ପଶୁଙ୍କଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ । ସେମାନଙ୍କ ନିକଟବର୍ତ୍ତୀ ହେଲେ ଆପଣଙ୍କ ଜୀବନ ପ୍ରତି ବିପଦ ରହିଛି ।