Advertisment

‘ମୁଁ ହାରିବା ଲୋକ ନୁହେଁ, ଥରେ ମୋ ବରା ଘୁଘୁନି ଖାଇକି ଦେଖ’

ଦିବ୍ୟାଙ୍ଗ ପରେ ବି ହାର ମାନିନାହାନ୍ତି ବାସୁ ମଉସା। ସକାଳୁ ସଞ୍ଜ ସୁଆଦିଆ ବରାକୁ କସମାର୍କା ଘୁଘୁନି..ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌। ୧୦୦ ଟଙ୍କାରେ ଜଳିଖିଆ ଦୋକାନ ଆରମ୍ଭ କରିଥିଲେ, ଏବେ ପହଞ୍ଚିଲେଣି।

undefined

Divyang Man

Advertisment

ଗ୍ୟାସ ଉପରେ ଗରମ ତେଲ ବସିଛି । ଆଉ ସେଥିରେ ବରା, ପକୁଡି ସହିତ ଗରମ ଗରମ ପିଆଜି ଛଣାଯାଉଛି । ଥାଳିରେ ଛଣା ହେଉ ହେଉ ରାଗୁଆ ଘୁଘୁନି ସାଙ୍ଗରେ ଧଡାଧଡ ଖାଇ ଚାଲିଛନ୍ତି ଗ୍ରାହକ । ଏମିତିକି କଢେଇରୁ ବାହାରିବା ପୂର୍ବରୁ ତେଲବାଝୀ ଖାଇବାକୁ ଲୋକଙ୍କର ଲାଗେ ଲାଇନ୍‌ । ଛଣାଛଣି ଯିଏ କରୁଛନ୍ତି ସେ ଜଣେ ଦିବ୍ୟାଙ୍ଗ । ପିଲାଟି ଦିନରୁ ଗୋଡ ଚଳୁନି ହେଲେ ହାର ମାନିନାହାନ୍ତି ବରଂ ଦୋକାନ କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।

Advertisment

ବରା ପକୁଡି ଛାଣୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାସୁଦେବ ସାହୁ । ଗାଁରେ ସମସ୍ତେ ଡାକନ୍ତି ବାସୁ ମଉସା । ଆଉ ୟାଙ୍କ ହାତରେ ଏମିତି ଯାଦୁ ଅଛି ଯେ ସୁଆଦିଆ ବରା, ପିଆଜି ଛାଣୁଛାଣୁ ଟେକି ନେଉଛନ୍ତି ଗ୍ରାହକ । ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ଗାଁର ବାସୁଦେବ ସାହୁ ପିଲାଟି ଦିନରୁ ଦିବ୍ୟାଙ୍ଗ । ଗୋଡ ଦୁଇଟି ସମ୍ପୂର୍ଣ ଭାବେ ଅଚଳ ହୋଇ ଯାଇଛି । ଆଶା ବାଡି ଧରିଲେ ବି ଠିକ୍‌ରେ ଚାଲିପାରୁନାହାନ୍ତି ।

ବାପା ବହୁ କଷ୍ଟରେ ମାଟ୍ରିକ ଯାଏଁ ପାଠ ପଢ଼ାଇଲେ । ଆଉ ତା’ପରେ ନିଜ ଗୋଡରେ ନିଜେ ଛିଡା ହେବାକୁ ଚେଷ୍ଟା କଲେ ବାସୁ । ପ୍ରଥମେ ୧୦୦ ଟଙ୍କାରେ ଛୋଟିଆ ଚା’ ଜଳଖିଆ ଦୋକାନ ଆରମ୍ଭ କରିଥିଲେ । ସେତିକିରୁ ଯାହା ଯେତିକି ରୋଜଗାର ହୁଏ ସେତିକିରେ ନିଜେ ଚଳିବା ସହିତ ପରିବାର ଚଳାଉଥିଲେ ବାସୁ ।

Advertisment

ସମୟ ବଢିବା ସହିତ ବାସୁ ବି ନିଜ ଦୋକାନ ବଢାଇଲେ । ଖାଲି ଦୋକାନ ବଢାଇଲେ ତାହା ନୁହେଁ ବରଂ ଭଲ ଦୁଇ ପଇସା ରୋଜଗାର ବି କଲେ । ଏଇ ଜଳଖିଆ ଦୋକାନରୁ ଏବେ ଯେତିକି ରୋଜଗାର ହେଉଛି, ସେତିକିରେ ପିଲାଙ୍କୁ ପାଠ ପଢାଇବା ସହିତ ବଡ ପୁଅର ବାହାଘର ବି କରାଇ ସାରିଲେଣି । ବାସୁଙ୍କ ଜଳଖିଆର ଏତେ ଅଧିକ ଡିମାଣ୍ଡ ହେଲାଣି ଯେ, ସକାଳ ୬ଟାରୁ ଖୋଲୁଛି ଦୋକାନ ।

ସେପଟେ ବାସୁ କହିଛନ୍ତି, ପରିସ୍ଥିତି ସାମ୍ନାରେ ଆମେ ମୁଣ୍ଡ ନନୁଆଁଇ କେମିତି ଆଗକୁ ବଢିବା ସେଇ ଚିନ୍ତା କଲେ ନିଶ୍ଚୟ ରାସ୍ତା ଆସିବ ଆମେ ସଫଳ ହେବା । ଅନେକ ସମୟରେ ଦେଖାଯାଏ କାମ ମିଳୁନି କହି ସୁସ୍ଥ ମଣିଷ ମାଗିଯାଚିକି ଖାଏ ନହେଲେ ଆଉ କଣ କରେ । କିନ୍ତୁ ବାସୁ ଦିବ୍ୟାଙ୍ଗ ହେବା ପରେ ବି ସକାଳୁ ରାତି ପର୍ଯ୍ୟନ୍ତ ପରିଶ୍ରମ କରୁଛନ୍ତି, ଆଉ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଆଉ ସମାଜ ପାଇଁ ସାଜିଛନ୍ତି ପ୍ରେରଣା ।

Advertisment

(ରିପୋର୍ଟର- ଗଜପତି ମୋହନାରୁ ମିହିର ଜତି)

Special Story Divyang Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ