Advertisment

ଆଣ୍ଠୁଏ ଆଣ୍ଠୁଏ ପାଣି,ଶୋଚନୀୟ ଅବସ୍ଥାରେ ପଡିରହିଛି ରାସ୍ତା, ବଢିଚାଲିଛି ଦୁର୍ଘଟଣା

ଦିନେ ଏ ରାସ୍ତା ପିଚୁ ଥିଲା, ଏବେ କିନ୍ତୁ ସଂପୂର୍ଣ୍ଣ ବାଲି କାଦୁଅରେ ଭର୍ତ୍ତି। ସେଥିରେ ପୁଣି ମୁହୂର୍ତ୍ତକୁ ମୁହୂର୍ତ୍ତ ଦଉଡୁଛି ମାଳ ମାଳ ବାଲି ବୋଝେଇ ଟ୍ରକ୍। ଦୈନିକ ଘଟୁଛି ରାସ୍ତା ଦୁର୍ଘଟଣା। ଟିକିଏ ଏପଟ ସେପଟ ହେଲେ ଆକ୍ସିଡେଣ୍ଟ ନହେଲେ ଦିନ ରାତି ଧାଉଁଥିବା ଏଇ ବଡ଼ ବଡ଼ ବାଲି ବୋଝେଇ ହାଇୱା ତଳେ ଜୀବନ ଯିବ।

ଅଦ୍ୟତନ ହୋଇଛି
Special Story | Dilapidated Road In Keonjhar Poses Threat To Commuters

Special Story | Dilapidated Road In Keonjhar Poses Threat To Commuters

Advertisment

କେନ୍ଦୁଝର:ବର୍ଷା ନାହିଁ କି ବଢ଼ି ନାହିଁ, କିନ୍ତୁ କାଦୁଅ ପଚ ପଚ ରାସ୍ତା। ସ୍ଥିତି ଏମିତି ଯେ, ନା ଏଥିରେ ଗାଡ଼ି ମଟର ନେଇହେବ, ନା ଚାଲିକି ଯାଇ ହେବ।କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ୍ ଅନ୍ତର୍ଗତ ଟୁକୁଣାରୁ ଆମ୍ବୋକୁ ଯାଇଥିବା ରାସ୍ତା। ଏହି ଗ୍ରାମୀଣ ରାସ୍ତାଟି ଉପରେ ନିର୍ଭର କରନ୍ତି ଟୁକୁଣା, ବେଗୁନିଆପଦି, ସରଳ, କୋଳିପଦି, ଅଣତିରା, ଆମ୍ବୋ ପ୍ରଭୃତି ପାଖାପାଖି ଆହୁରି ଅନେକ ଗାଁର ଲୋକ। ପିଲାଏ ସ୍କୁଲ ଯାଉଛନ୍ତି, ଲୋକେ ବଜାର ଘାଟ ଯାଉଛନ୍ତି।

Advertisment

ଏହି ରାସ୍ତା କଡ଼ରେ ଗୋଟାଏ ମେଡିକାଲ ଅଛି, ଯେଉଁଠିକୁ ଦୈନିକ ବହୁ ରୋଗୀ ଅତି ଦୟନୀୟ ଅବସ୍ଥାରେ ଆସି ପହଞ୍ଚନ୍ତି। ରାସ୍ତା ଏମିତି ଯେ, ଟିକିଏ ଗୁରୁତର ରୋଗୀ ହୋଇଥିଲେ, ମେଡିକାଲ ଯାଏଁ ଆସିବା ମଧ୍ୟ ଅସମ୍ଭବ ହୋଇପଡେ। ଦିନେ ଏ ରାସ୍ତା ପିଚୁ ଥିଲା, ଏବେ କିନ୍ତୁ ସଂପୂର୍ଣ୍ଣ ବାଲି କାଦୁଅରେ ଭର୍ତ୍ତି। ସେଥିରେ ପୁଣି ମୁହୂର୍ତ୍ତକୁ ମୁହୂର୍ତ୍ତ ଦଉଡୁଛି ମାଳ ମାଳ ବାଲି ବୋଝେଇ ଟ୍ରକ୍। ଦୈନିକ ଘଟୁଛି ରାସ୍ତା ଦୁର୍ଘଟଣା। ଟିକିଏ ଏପଟ ସେପଟ ହେଲେ ଆକ୍ସିଡେଣ୍ଟ ନହେଲେ ଦିନ ରାତି ଧାଉଁଥିବା ଏଇ ବଡ଼ ବଡ଼ ବାଲି ବୋଝେଇ ହାଇୱା ତଳେ ଜୀବନ ଯିବ।

ଯଦି ବର୍ଷା ନାହିଁ କି ବଢ଼ି ନାହିଁ, ତେବେ ଏ ରାସ୍ତାଟିର ଏମିତି ଅବସ୍ଥା ହେଲା କେମିତି। କିଏ ଏଥିପାଇଁ ଦାୟୀ। ଏଠିକାର ଲୋକଙ୍କର କହିବା କଥା, କିଛି ବର୍ଷ ତଳେ ସ୍ଥିତି ଏମିତି ନଥିଲା। ସୁନ୍ଦର ପିଚୁ ରାସ୍ତାଟିଏ ଥିଲା। କିନ୍ତୁ ଯେବେଠାରୁ ନିକଟରେ ଥିବା ବୈତରଣୀ ନଦୀରେ ଆମ୍ବୋ ବାଲିଘାଟ ଲିଜ୍ ଦିଆ ହେଲା ସେବେଠାରୁ ଏ ରାସ୍ତାର ସ୍ଥିତି ବିଗିଡ଼ି ଗଲା।

Advertisment

ବାଲି ମାଫିଆମାନେ ଘାଟରୁ ବାଲି ଲୁଟିବା ପାଇଁ ଦିନ ରାତି ଦୈଡାଇଲେ ଶହ ଶହ ଟ୍ରକ୍। ଧାର୍ଯ୍ୟଠାରୁ ଅଧିକ ପରିମାଣର ବାଲି ଉଠେଇବା ପାଇଁ ଏମିତି ପ୍ରତିଯୋଗିତା ଚାଲିଛି ଯେ, ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରୁନାହାଁନ୍ତି। ଗୋଟିଏ ଗୋଟିଏ ହାଇୱାରେ ଓଭରଲୋଡ୍ ବାଲି ନେଉଛନ୍ତି, ସେଥିରେ ପୁଣି ନିୟମ ଉଲ୍ଲଂଘନ କରି ତା ଉପରେ ପାଲ ନଘୋଡ଼େଇ ସେମିତି ଛାଡି ଦେଉଛନ୍ତି।

ରାସ୍ତାର ଦକ୍ଷତାଠାରୁ ଅଧିକ ଓଜନିଆ ଗାଡି ଦିନରାତି ଚାଲିବା ଫଳରେ ପିଚୁ ରାସ୍ତାଟି ଧୀରେ ଧୀରେ କାଦୁଆ ବାଲି ରାସ୍ତାରେ ପରିଣତ ହୋଇଛି। ଖାଲ ଓ ଆଣ୍ଠୁଏ ଆଣ୍ଠୁଏ ପାଣିରେ ଭର୍ତ୍ତି ସାରା ରାସ୍ତା।ବାଲି ମାଫିଆଙ୍କଠାରୁ ମୋଟା ପରିମାଣର ଚାନ୍ଦା ନେଇ ସ୍ଥାନୀୟ ରାଜନେତା ମଧ୍ୟ ଚୁପ୍। ଏମିତିକି ଗାଁ ଲୋକମାନେ ମଧ୍ୟ ପାଟି ଫିଟାଉ ନାହାଁନ୍ତି। ସମସ୍ତଙ୍କୁ ଚୁପ୍ କରେଇବାର ସକ୍ଷମ ହୋଇଛନ୍ତି ବାଲି ମାଫିଆ।

Advertisment

ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ଦୈନିକ ଚଳଣୀ ଦୟନୀୟ ହୋଇଗଲାଣି। ସେମାନଙ୍କ କଥା ବା ଶୁଣୁଛି କିଏ। ଲୋକଙ୍କ ଭିତରେ କୁହୁଳୁଥିବା ଏଇ ଅସନ୍ତୋଷ ଧୀରେ ଧୀରେ ବିସ୍ଫୋରକ ରୂପ ନେବାକୁ ବସିଲାଣି। ସ୍ଥାନୀୟ ବିଡିଓ ଏବଂ ଜିଲ୍ଲାପାଳ କାହିଁକି କୌଣସି ପଦକ୍ଷେପ ନେଉନାହାଁନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Keonjhar Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ