Advertisment

ଗୁରୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ୭ କିମି ପର୍ଯ୍ୟନ୍ତ ଲମ୍ବିଛି ଶୋଭାଯାତ୍ରା...

ଗୁରୁ ହେବ ତ ଏମିତି। ୪୦ ବର୍ଷର ଶିକ୍ଷୟତା ପରେ ନେଲେ ଅବସର। ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଁ ୭ କିମି ପର୍ଯ୍ୟନ୍ତ ଲାଗିଲା ଶୋଭଯାତ୍ରାର ଲାଇନ୍‌। ସହକର୍ମୀଠୁ ଛାତ୍ରଛାତ୍ରୀ...ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅଭିରାମ ସାର୍‌ କେବଳ ଶିକ୍ଷକ ନଥିଲେ ବରଂ ସମସ୍ତଙ୍କ ମନ ଜିତିପାରୁଥିବା ମଣିଷ ଟିଏ ଥିଲେ।

ଅଦ୍ୟତନ ହୋଇଛି
Teacher Grand Farewell

Teacher Grand Farewell

Advertisment

ଘୁମୁରା ବାଦ୍ୟ ବାଜୁଛି, ପିଲାଠୁ ବୁଢା ସମସ୍ତଙ୍କ ଅଣ୍ଟା ହଲୁଛି । ସମସ୍ତେ ଏକାଠି ହୋଇଛନ୍ତି । ବାଜାର ତାଳେ ତାଳେ ନାଚ ଚାଲିଛି । ଖାଲି ଏତିକି ନୁହେଁ ବରଂ ଗାଁ ମହିଳାମାନେ ତାଙ୍କ ମୁଣ୍ଡରେ ଚନ୍ଦନର ତିଲକ ଲଗାଇ ସ୍ୱାଗତ କରୁଛନ୍ତି । ବ୍ୟକ୍ତି ଜଣଙ୍କ ମୁଣ୍ଡରେ ଫୁଲ ବର୍ଷା ହେଉଛି । ସ୍ୱାଗତ ଜଣାଯାଉଥିବା ବ୍ୟକ୍ତି ଜଣକ କିଏ, ଆଉ କାହିଁକି ତାଙ୍କୁ ଏମିତି କରାଯାଉଛି ସ୍ୱାଗତ?

Advertisment

ଜଣେ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନାର ହେଉଛି ଏହି ଦୃଶ୍ୟ । ଆଉ ସମ୍ବର୍ଦ୍ଧନା ପାଇଁ ଶୋଭାଯାତ୍ରାଟି ଲମ୍ବିଥିଲା ପ୍ରାୟ ୭ କିମି ପର୍ଯ୍ୟନ୍ତ । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଖଲିଆପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିରାମ ସାହୁଙ୍କୁ ଦିଆଯାଉଛି ଅବସରକାଳୀନ ସମ୍ବର୍ଦ୍ଧନା । ୪୦ ବର୍ଷ ଚାକିରି ଜୀବନ ପରେ ଅବସର ଗ୍ରହଣ କରିଛନ୍ତି ଅଭିରାମ । ଆଉ ସେଥିପାଇଁ କରାଯାଇଛି ଏମିତି ବ୍ୟବସ୍ଥା।

ଅଭିରାମ ନିଜ ଚାକିରି କାଳରେ ସ୍କୁଲର ଉନ୍ନତି ସହ ଗାଁ ଲୋକଙ୍କ ଭଲମନ୍ଦରେ ସାମିଲ ହେଉଥିଲେ । ଆଉ ସିଏ ଯେତେବେଳେ ଅବସର ନେଲେ ତାଙ୍କୁ ଦିଆଯାଉଛି ଅବସର ସମ୍ବର୍ଦ୍ଧନା । ନିଜ ଚାକିରି ସମୟରେ ପିଲାଙ୍କ ପାଇଁ ସେ ଅନେକ ପ୍ରକାର କାମ କରି ବେଶ୍‌ ଚର୍ଚ୍ଚା ସାଉଂଟିଥିଲେ। ଏମିତିକି ନିଜ ଗାଁରେ ଥିବା ୩ ଏକର ଜାଗାକୁ ଦାନ କରି ହାଇସ୍କୁଲ ନିର୍ମାଣ କରିଥିଲେ। ପିଲାମାନେ ପଢି ଭଲରେ ରହିଲେ ମତେ ଭାରି ଖୁସି ଲାଗେ ବୋଲି କୁହନ୍ତି ଅଭିରାମ।

Advertisment

ଆଉ ଏହି ପ୍ରୟାସ ଆଗାମୀ ଦିନରେ ବି ଜାରି ରହିବ ବୋଲି ଅଭିରାମ କହିଛନ୍ତି । ମୋଟ୍‌ ଉପରେ, ଅଭିରାମଙ୍କ ସାହାଯ୍ୟ ଓ ଉଦାରବାଦୀ ଚିନ୍ତାଧାରା ପାଇଁ ତାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଶୋଭାଯାତ୍ରା ୭ କିମି ପର୍ଯ୍ୟନ୍ତ ଲମ୍ବିଥିବା କହୁଛନ୍ତି ସ୍ଥାନୀୟ ଲୋକ।

ରିପୋର୍ଟର- ଇଙ୍ଗିତ ପଣ୍ଡା

Special Story Teacher Grand Farewell
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ