Advertisment

ବିହାରର ପୁଅ ନିଶା ଖାଇ ହଜିଯାଇଥିଲା, ୧୦ ବର୍ଷ ପରେ ଓଡ଼ିଶାରୁ ଉଦ୍ଧାର ! ଜାଣନ୍ତୁ ପୁରା କାହାଣୀ..

ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ ।

ଅଦ୍ୟତନ ହୋଇଛି
Humanity

Humanity

Advertisment

୧୦ ବର୍ଷ ତଳେ ପୁଅ କୁଆଡ଼େ ନିଖୋଜ ହୋଇଯାଇଥିଲା । ଭେଣ୍ଡିଆ ପୁଅର କୌଣସି ଖୋଜଖବର ବି ମିଳିନଥିଲା। କେଉଁଠି ଖୋଜିବେ ? କେମିତି ଖୋଜିବେ ? ଏମିତି ଭାବି ‍ଭାବି ପୁଅକୁ ବହୁତ ଖୋଜିଥିଲେ ସତ ହେଲେ ପାଇନଥିଲେ । ଏମିତିକି ୧୦ ବର୍ଷ ଖୋଜି ଖୋଜି ନୟାନ୍ତ ହେବା ପରେ ପୁଅର ଶୁଦ୍ଧକ୍ରିଆ କରିବାକୁ ଅନେକ ଲୋକ ପରାମର୍ଶ ଦେଇଥିଲେ । ହେଲେ ହଠାତ୍‌ ପୁଅ ବଂଚିଥିବାର ଆସିଲା ଖବର। ଆଉ ଖବର ପାଇବା ପରେ ୧୦ ବର୍ଷର ଅପେକ୍ଷାର ଅନ୍ତ ଘଟେଇ ପୁଅକୁ ଦେଖିବାକୁ ବ୍ୟାକୁଳ ହେଉଥିଲା ପୂରା ପରିବାର। ଆଉ ପୁଅକୁ ଫେରାଇ ନେବା ପାଇଁ ଆରମ୍ଭ କରିଥିଲେ ପ୍ରସ୍ତୁତି ।

Advertisment

ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ । ବୌଦ୍ଧ ବଜାରରେ ଇତସ୍ତତଃ ହୋଇ ବୁଲୁଥିବା ବେଳେ ଯୁବକଙ୍କ ପରିଚୟ ଜାଣିବାକୁ ଚାହିଁଥିଲେ ସ୍ଥାନୀୟ ଉତ୍ସର୍ଗ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ । ଆଉ ନିଶାସକ୍ତ ଯୁବକଙ୍କ ସହ କଥାବାର୍ତ୍ତା ହେବା ପରେ ଜଣାପଡିଥିଲା କି ସମ୍ପୃକ୍ତ ଯୁବକଙ୍କ ଘର ବିହାର ଲକ୍ଷିସରାୟ ଜିଲ୍ଲାରେ।

ଆଉ ୧୦ ବର୍ଷ ହେଲାଣି ସେ ଘରୁ ପଳାଇ ଆସିଥିବା ଜଣାପଡିବା ପରେ ମିଟୁଙ୍କ ପଂଚାୟତର ସରପଂଚଙ୍କ ସହ ଯୋଗାଯୋଗ କରିଥିଲେ ଉତ୍ସର୍ଗ ସଂଗଠନର ସଦସ୍ୟ। ହେଲେ ସଂଗଠନର ସଦସ୍ୟ ମିଟୁଙ୍କ ପରିବାରକୁ ଯୋଗାଯୋଗ କରିବା ପରେ ସେମାନେ ମିଟୁ ବଂଚିଥିବା କଥାକୁ ସହଜରେ ବିଶ୍ୱାସ ବି କରିନଥିଲେ। କରିବେ ବା କେମିତି? କାରଣ ଯୋଉ ପୁଅର ୧୦ ବର୍ଷ ହେଲାଣି କୌଣସି ଖୋଜ ଖବର ନଥିଲା । ହଠାତ୍‌ ଖବର ମିଳିବା ପରେ ପରିବାର ଲୋକ ଦ୍ୱନ୍ଦ୍ୱରେ ପଡିଥିଲେ। ହେଲେ ଫଟୋ ଦେଖିବା ପରେ ବିଶ୍ୱାସ କରିଥିଲେ।

Advertisment

ପରେ ମିଟୁଙ୍କର ବାପା ଦିଲିପ କୁମାର ପାଣ୍ଡେ, ଭିଣୋଇ ସୁଧାକର ପାଣ୍ଡେ, ଭାଇ ସୋନୁ ପାଣ୍ଡେ ଓ ଗୁଡୁ ପାଣ୍ଡେ ବୌଦ୍ଧରେ ଆସି ପହଁଚିଥିଲେ । ଆଉ ପୁଅ ସହ ୧୦ ବର୍ଷ ପରେ ଭେଟ ହେବା ପରେ କାନ୍ଦି ପକାଇଥିଲେ ମିଟୁଙ୍କ ବାପା । ହେଲେ ପୁଅକୁ କେମିତି ଘରକୁ ଫେରାଇ ନିଆଯିବ ସେନେଇ କିଛି ବୁଦ୍ଧିବାଟ ଦିଶୁନଥିଲା । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା କାରଣରୁ ଚିନ୍ତାରେ ଥିଲେ ମିଟୁଙ୍କ ପରିବାର ।

ହେଲେ ଏତିକି ବେଳେ ଦେବଦୂତ ସାଜି ସାହାଯ୍ୟର ହାତ ବଢାଇଥିଲେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଂଜନ ସାହୁ । ରେଡକ୍ରସ ପକ୍ଷରୁ ତାଙ୍କୁ ଗାଡି ଯୋଗାଇ ଦେବା ସହ ପରିବାରକୁ ଜଣାଇଥିଲେ ଶୁଭେଚ୍ଛା ।

Advertisment

ସେପଟେ ମିଟୁଙ୍କ ଘର ଲୋକ ଆସିବା ପୂର୍ବରୁ ତାଙ୍କର ଚୁଟି, ଦାଢି କାଟିବା ସହ ତାଙ୍କୁ ସଫାସୁତୁରା କରିଥିଲା ଉତ୍ସର୍ଗ ସଂଗଠନ । ଆଉ ୧୦ ବର୍ଷ ହେଲା ବିହାରରୁ ଓଡିଶା ପଳାଇ ଆସିଥିବା ମିଟୁ ଗାଡିରେ ଯିବା ବେଳେ ସୃଷ୍ଟି ହୋଇଥିଲା ଭାବିବିହ୍ୱଳ ସ୍ଥିତି । ହେଲେ ମିଟୁଙ୍କ ପରିବାର ସହ ତାଙ୍କୁ ମିଶାଇବାରେ ଉତ୍ସର୍ଗ ସଂଗଠନ ଯେଉଁ ସାହାଯ୍ୟ ଓ ସହଯୋଗ କରିଛି ତାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

(ରିପୋର୍ଟ -ଦୀପଦ ଆଦାର)

Humanity
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ