Advertisment

ସ୍ୱପ୍ନ ଥିଲା ଆର୍ମିରେ ଜଏନ୍‌ କରିବା; ହେଲେ ଜୁଇରେ ମିଶିଗଲା ଯବାନ ହେବାର ଆଶା

ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍‌ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ ବୃଥା ଯିବା ଅନୁଭବ କରିବା ପରେ ଜୀବନ ହାରିଦେଲେ। ଯେଉଁ ଦୁଆରୁ ପୁଅ ଚାକିରି କରିବା ପାଇଁ ବାହାରି ଥାଆନ୍ତା, ସେଇ ଦୁଆରୁ ଆଜି କୋକେଇ ଉଠିଲା

ଅଦ୍ୟତନ ହୋଇଛି
Army Aspirant

Army Aspirant

Advertisment

କାନ୍ଦ ବୋବାଳିପେ ଫାଟି ପଡ଼ୁଛି ଗାଁ ଦାଣ୍ତ । ଭେଣ୍ଡିଆ ପୁଅର ଶବ ଦାହ ହେବା ପାଇଁ ଯାଉଛି । ଏ ଦୃଶ୍ୟ ଏତେ କଷ୍ଟଦାୟକ ଯେ, ଏହାକୁ ଶବ୍ଦରେ ବର୍ଣ୍ଣନା କରିବା ପାଇଁ କାହା ପାଖରେ ସମ୍ଭବ ନୁହଁ । ଯେଉଁ ପୁଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା ସେଇ ପୁଅ ଯେବେ କୋକୋଇରେ ଶୋଇଲା, ସେ ଦୁଃଖକୁ ମାଆ ସହିବ ବା କେମିତି?

Advertisment

ଭେଣ୍ଡିଆ ପୁଅକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ । ଛାତି ପିଟି କାନ୍ଦୁଛି ଭଉଣୀ । କାରଣ ପୁଅ ସେନାରେ ଯୋଗ ଦେଇ ଭାରତ ମାତାର ସେବା କରିବା ପାଇଁ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲା । କିନ୍ତୁ ଆଜି ସେଇ ସେବାରୁ ବଞ୍ଚିତ ହେବାରୁ ଆତ୍ମହତ୍ୟା କରିଦେବାର ଦୁଃଖକୁ କିଏ ବା ସମ୍ଭାଳିପାରିବ?

ବାଲେଶ୍ୱର ଜିଲ୍ଲା ସୋର ଥାନା ଦୟାନିଧିପୁରର ରଜନୀକାନ୍ତ ମହାନ୍ତିଙ୍କ ସାନ ପୁଅ ଧନଞ୍ଜୟ ମହାନ୍ତି । ସେନାରେ ଯୋଗ ଦେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ। କେତବେଳେ ଅଣ୍ଟାରେ ଟାୟାର ବାନ୍ଧି ପଡ଼ିଆ ମଧ୍ୟରେ ଦୌଡ଼ୁଥିଲେ ତ ପୁଣି କେତେବେଲେ ପାଣି ଭିତରେ ପହଁରା ସହ ବ୍ୟାୟାମର ପ୍ରସ୍ତୁତି ବି କରୁଥିଲେ । ଲକ୍ଷ୍ୟ ଗୋଟିଏ ଥିଲା, କେବଳ ଦେଶ ମାତୃକାର ସେବା । ସେଥିପାଇଁ ହାଡ଼ଭଙ୍ଗା ଅକ୍ଲାନ୍ତ ପରିଶ୍ରମ କରୁଥିଲେ ଧନଞ୍ଜୟ।

Advertisment

କିନ୍ତୁ ଯେତେବେଳେ ଜାଣିଲେ କି ସେ ଆର୍ମିରେ ଭର୍ତ୍ତି ହୋଇପାରିବେ ନାହିଁ ସେତେବେଳେ ନିଜ ଶୋଇବା ଘରେ ଆତ୍ମହତ୍ୟା କରିଦେଲେ । ସେନାରେ ଭର୍ତ୍ତି ହେବା ପାଇଁ ଧନଞ୍ଜୟ ଗତବର୍ଷ ମାର୍ଚ୍ଚ ମାସରେ ଫିଜିକାଲ ଏକଜାମ ଦେଇଥିଲେ । ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ମେଡ଼ିକାଲ ଟେଷ୍ଟରେ ବି ସଫଳ ହେଲେ। ହେଲେ ରିଟିନ୍‌ ଚେଷ୍ଟର ବାରମ୍ବାର ତାରିଖ ବଦଳିଥିବାରୁ ପରୀକ୍ଷା ଦେଇପାରିନଥିଲେ ଧନଞ୍ଜୟ।

ହେଲେ ଏବେ କେନ୍ଦ୍ର ଅଗ୍ନିବୀର ନିୟମ ଲଗାଇବାରୁ ଧନଞ୍ଜୟଙ୍କୁ ଲାଗିଥିଲା ଶକ୍ତ ଧକ୍କା । ୨୧ ବର୍ଷରେ ସେନାରେ ସାମିଲ ହେବା ନିୟମ ରହିଥିବା ବେଳେ ଧନଞ୍ଜୟଙ୍କୁ ୨୨ ବର୍ଷ ହୋଇସାରିଛି । ତେଣୁ ସେ ସେନାରେ ସାମିଲ ହୋଇପାରିବେ ନାହିଁ ବୋଲି ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି । ଏମିତି କେନ୍ଦ୍ର ସରକାରଙ୍କ ନୂଆ ନୀତି ପାଇଁ ପୁଅର ପ୍ରାଣ ଗଲା ବୋଲି ଅଭିଯୋଗ ଆଣିଛନ୍ତି ବାପା-ମାଆ ଓ ବନ୍ଧୁବାନ୍ଧବ ।

Advertisment

କେବଳ ଓଡ଼ିଶାରେ ନୁହେଁ ବରଂ ଦେଶର ଅନେକ ସ୍ଥାନରେ ଏଇ ନିୟମକୁ ନେଇ ଦେଖା ଦେଇଛି ତାବ୍ର ଅସନ୍ତୋଷ । ସେପଟେ ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳିପାରୁନାହାନ୍ତି ବାପା-ମାଆ। ସେ ଯାହା ବି ହେଉ, ଚାକିରିରୁ ବଞ୍ଚିତ ହେବା ପରେ ଧନଞ୍ଜୟ ଯେ ନିଜ ଜୀବନ ହାରିଦେବେ ଏକଥାକୁ ସହଜରେ ଗ୍ରହଣ କରିପାରୁନି ପରିବାର। ଆଉ ଧନଞ୍ଜୟଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ମହାନ୍ତି ପରିବାର।

ରିପୋର୍ଟର- କୀରିଟି ଦାସ

Special Story Agnipath Scheme Army Aspirant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ