Advertisment

"ମୋତେ ଟ୍ରାଇ ସାଇକେଲଟିଏ ଦିଅ, ସ୍କୁଲ୍ ଯିବି, ପାଠ ପଢିବି"

ଜନ୍ମରୁ ସେ ପୋଲିଓ ରୋଗରେ ଆକ୍ରାନ୍ତ। ଦିବ୍ୟାଙ୍ଗ ହୋଇଥିଲେ ବି ପାଠ ପଢ଼ିବାକୁ ଭାରି ମନ। ଶାରୀରିକ ଅକ୍ଷମତା କାରଣରୁ ସ୍କୁଲ ଯାଇ ପାରୁ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଶ। ଏବେ ସରକାରଙ୍କୁ ଗୁହାରି କରିଛନ୍ତି ମୋତେ ଗୋଟେ ଟ୍ରାଇ ସାଇକେଲଟିଏ ଦିଅ। ମୁଁ ସ୍କୁଲ୍ ଯିବି, ଆଉ ପାଠ ପଢିବି

ଅଦ୍ୟତନ ହୋଇଛି
Physical Handicap Child

Physical Handicap Child

Advertisment

ଖେଳିବା ବୁଲିବା ବୟସରେ ରୋଗ ସାଜିଛି ବାଧକ। ପାଠ ପଢ଼ିବାକୁ ଇଚ୍ଛା ଥିଲେ ବି ସାଥ୍ ଦେଉନି ଶରୀର। ଏଭଳି ଜଟିଳ ସମସ୍ୟାରେ ଛଟପଟ ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ମାରୁଟିକର ଗାଁର ଗଣେଷ ଦଳେଇ। ଜନ୍ମରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ସେ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି। ପାଠ ପଢ଼ିବାକୁ ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଶାରୀରିକ ଅକ୍ଷମତା କାରଣରୁ ସେ ସ୍କୁଲ ଯାଇ ପାରୁ ନାହାନ୍ତି। ଫଳରେ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଷ।

Advertisment

ପାଠ ପଢ଼ି ଭଲ ମଣିଷ ହେବାର ଇଚ୍ଛା ରହିଛି। ଗାଁ ଓ ପରିବାରର ନାମ ଉଜ୍ଜ୍ୱଳ କରିବାକୁ ଚାହୁଁଥିଲେ ବି ସବୁ ଇଚ୍ଛା ଆଗରେ କଳା ପାହାଡ଼ ପରି ଠିଆ ହୋଇଛି ଶାରୀରିକ ଅକ୍ଷମତା। ଏବେ ସ୍କୁଲ ଯାଇ ନପାରି ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଗଣେଶ। ଘର ଅଗଣାରେ ଗୁରୁଣ୍ଡି ଗୁରୁଣ୍ଡି ଚଳପ୍ରଚଳ ହେଉଥିଲେ ମଧ୍ୟ ସ୍କୁଲ ଯିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।

ଦିବ୍ୟାଙ୍ଗ ପୁଅ ପାଇଁ ଇଲେକ୍ଟ୍ରିକ ହୁଇଲ୍ ଚେୟାର କିଣିବାକୁ ଦିନ ମଜୁରିଆ ପ୍ରକାଶ ଦଳେଇଙ୍କ ନିକଟରେ ସାମର୍ଥ୍ୟ ନାହିଁ। ପ୍ରଶାସନ ପକ୍ଷରୁ ହୁଇଲ୍ ଚେୟାର କିମ୍ବା ଟ୍ରାଇ ସାଇକେଲଟିଏ ଦେବାକୁ ଆକୁଳ ନିବେଦନ କରିଛନ୍ତି ଗଣେଷଙ୍କ ବାପା-ମାଆ। ପରିବାରରେ ଗଣେଷ ହେଉଛନ୍ତି ଏକମାତ୍ର ପୁଅ। ତାଙ୍କର ୫ ଭଉଣୀ ରହିଛନ୍ତି। ଗଣେଶଙ୍କ ଦୁଃଖର କାହାଣୀ ଶୁଣିବା ପରେ ଦାନଗଦି ବିଡ଼ିଓ କହିଛନ୍ତି, ଗଣେଶଙ୍କ ପାଇଁ ଜିଲ୍ଲାପାଳଙ୍କୁ ଲେଖାଯାଇଛି। ଦିବ୍ୟାଙ୍ଗ ଗଣେଷଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତାର ହାତ ବଢାଇବା ପାଇଁ ଦାବି ହେଉଛି।

Advertisment

ରିପୋର୍ଟର- ଯାଜପୁରରୁ ଜନ୍ମେଞ୍ଜୟ ଦାସ

Special Story Physical Handicap Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ