Advertisment

କୁନି ହାତରେ ରାମାୟଣ ଲେଖା; ଆମାଜନ୍‌ରେ ହେବ ପବ୍ଲିସ୍‌

କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ ।

ଅଦ୍ୟତନ ହୋଇଛି
8 Year Odia Girl

8 Year Odia Girl

Advertisment

କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ । TV ରେ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ଦେଖି ଯାହା ମନେ ରହିଲା ତାକୁ ଲେଖୁ ଲେଖୁ ଗୋଟେ ବଡ ଗ୍ରନ୍ଥ ହୋଇଗଲା । ଏବେ ଆମାଜନ ଭଳି ଆନ୍ତର୍ଜାତିକ ସଂସ୍ଥା ଓସିନ ଲେଖିଥିବା ରାମାୟଣକୁ ଛାପି ବିକ୍ରି କରିବ ।

Advertisment

କୁନି ଝିଅ ହାତରେ ମହାନ ଗୀତିକାବ୍ୟ ରାମାୟଣ । ଏହି ଇଂରାଜୀ ପୁସ୍ତକର ରଚୟିତା ସେ ନିଜେ । ନା ଓସିନ୍, ବୟସ ମାତ୍ର ୮ ବର୍ଷ ବାପା-ମାଆଙ୍କ ସହ ରୁହନ୍ତି । ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ ପବ୍ଲିକ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ିଥିବା ଓସିନ୍ ଇଂରାଜୀରେ ରାମାୟଣର ପ୍ରଥମ ଖଣ୍ଡ- ବାଲ କାଣ୍ଡ ଏବଂ ଅଯୋଧ୍ୟା କାଣ୍ଡ ଲେଖି ଚର୍ଚ୍ଚାକୁ ଆସିଛନ୍ତି ।

ପୁସ୍ତକଟି ଅତି ଶୀଘ୍ର ଜାତୀୟ ଏବଂ ଆନ୍ତର୍ଜାତୀୟ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଏହାର ପ୍ରକାଶନ ଓ ବିତରଣ ଦାୟିତ୍ୱ ନେଇଛି ଆମାଜନ ଭଳି ଆନ୍ତର୍ଜାତିକ ସଂସ୍ଥା । ପ୍ରଥମ ଲହରରେ ସାରା ଦେଶ ଲକ୍‌ଡାଉନ୍‌ରେ ଥିଲା । ସ୍କୁଲ ବନ୍ଦ ଥିବାରୁ ନିଜର ଫ୍ରି ଟାଇମରେ TV ରେ ପ୍ରସାରିତ ରାମାୟଣ ଦେଖି ପ୍ରଭାବିତ ହୋଇଥିଲେ । ଯାହା ଦେଖୁଥିଲେ ତାହା ଲେଖୁଥିଲେ, ରାମାୟଣର ଚରିତ୍ରଙ୍କ ଚିତ୍ର ବି ଆଙ୍କୁଥିଲେ । ଲେଖିବା ଅଭ୍ୟାସ ଜାରି ରଖିଥିଲେ । ବାପା-ମାଆ ମଧ୍ୟ ଝିଅର ଏହି ଅଭ୍ୟାସକୁ ସମର୍ଥନ ଦେଇ ଆଗକୁ ଅଧିକ ଲେଖିବାକୁ ପ୍ରୋତ୍ସାହିତ କରିଥିଲେ ।

Advertisment

ଓସିନ ଲେଖିଥିବା ମୂଳ ଲେଖା ଇଂରାଜୀ ଭାଷାରେ ପୁସ୍ତକ ରେ ସ୍ଥାନ ପାଇଛି । ବାପା ତାଙ୍କର କିଛି ଶବ୍ଦର ଓ ବନାନ ଓ ବ୍ୟାକରଣକୁ ସଜାଡ଼ିଛନ୍ତି । ଏହି ରାମାୟଣ ପୁସ୍ତକ ଶିଶୁ ମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କର କାମରେ ଆସିବ ବୋଲି ବାପା ମାଆ ଆଶା ରଖିଛନ୍ତି ।

ବଜାରରେ ବହୁ ଭାଷାରେ ରାମାୟଣ ପୁସ୍ତକ ମିଳୁଛି ହେଲେ ଏହି ରାମାୟଣ ପୁସ୍ତକରେ ହାତ ଅଙ୍କା ଚିତ୍ର କାହାଣୀ ରହିଛି ।

Advertisment

ରିପୋର୍ଟର- ନିରଞ୍ଜନ ରେଡ୍ଡୀ

Ramayana Special Story 8 Year Odia Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ