କଟକ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି କି ? ଛୋଟ ପିଲାଙ୍କ ପକେଟ୍‌ରେ ଫୋନ୍‌ ନମ୍ବର ରଖିବାକୁ ପରାମର୍ଶ...

ପିକ୍‌ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ କଟକ ବାଲିଯାତ୍ରା ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।

ବାଲିଯାତ୍ରାରେ ସ୍ୱତନ୍ତ୍ର ବ୍ୟବସ୍ଥା

କଟକ ବାଲିଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ୨୫ଟି ଏଡ୍‌ ପୋଷ୍ଟ ଖୋଲା ଯାଇଛି । ସେହିପରି ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୮ଟି ସ୍ୱତନ୍ତ୍ର ଟିମ୍ ସମସ୍ତ ଘଟଣା ଉପରେ ନଜର ରଖିବ ।

ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଛୋଟ ପିଲାମାନଙ୍କୁ ନ ଆଣିଲେ ଭଲ । ଯଦି ପିଲାମାନଙ୍କୁ ସାଙ୍ଗରେ ଆଣିବେ, ତା’ହେଲେ ସେମାନଙ୍କ ପକେଟରେ ନିଜ ଫୋନ ନମ୍ବର ଲେଖି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ପିକ୍‌ ଆୱାର ଏବଂ ଛୁଟି ଦିନ ଗୁଡ଼ିକରେ ଯଦି ବରିଷ୍ଠ ନାଗରିକମାନେ ଆସୁଛନ୍ତି ତା’ହେଲେ ସାବଧାନ ରୁହନ୍ତୁ। ବାଲିଯାତ୍ରାକୁ ସୁନା ଅଳଙ୍କାର ପିନ୍ଧି ନ ଆସିଲେ ଭଲ ।

କେଉଁପଟେ ଯିବେ...

ସମ୍ପୂର୍ଣ୍ଣ ଯାତ୍ରା ପଡ଼ିଆ ସିସିଟିଭି ନଜରରେ ରହିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୬୦ ପ୍ଲାଟୁନ ଫୋର୍ସ ରହିବେ । ମୋବାଇଲ ଚୋର ଏବଂ ପକେଟ ମାର୍‌ଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।