Advertisment

ଶିକ୍ଷକଙ୍କ ଦାବି ପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ବାଚସ୍ପତିଙ୍କ ରୁଲିଂ

ଶିକ୍ଷକଙ୍କ ବିଶାଳ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅଚଳ ରହିଥିଲା ପ୍ରଶ୍ନକାଳ, ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ବିରୋଧୀ କରିଥିଲେ ନାରାବାଜି, ହୋହଲ୍ଲା

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ରାଜଧାନୀରେ ବିଶାଳ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବିଧାନସଭା ପ୍ରଶ୍ନକାଳ ଓ ଶୂନ୍ୟକାଳ ଅଚଳ ରହିଛି । ଏହି ପ୍ରସଙ୍ଗରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ।

Advertisment

ବାଚସ୍ପତି ବିକ୍ରମ ଆରୁଖଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ନିଜ ଆସନକୁ ନଯିବାରୁ ଶେଷରେ ବାଚସ୍ପତି ଦିନ ୧୧ଟା ୩୦ ଓ ପରେ ୧୧ଟା ୪୫ ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ । ଶିକ୍ଷକ ଆନ୍ଦୋଳନ ଚାଲିଥିବାବେଳେ ଗଣଶିକ୍ଷାମନ୍ତ୍ରୀ କାହିଁକି ଅନୁପସ୍ଥିତ ଅଛନ୍ତି ଓ ତାଙ୍କୁ ପଦ୍ମପୁର କିଏ ପଠାଇଲା ବୋଲି ବିଜେପି ପ୍ରଶ୍ନ କରିଥିଲା ।

ସେହିପରି କଂଗ୍ରେସ କହିଛି ରାଜ୍ୟ ସରକାରଙ୍କର ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତି ଆଦୌ ଭୃକ୍ଷେପ ନାହିଁ । ତେଣେ ବିଜେଡି କହିଛି-ଉପନିର୍ବାଚନବେଳେ ବିରୋଧୀ ପ୍ରସଙ୍ଗକୁ ଧରି ଅତିରଞ୍ଜିତ କରୁଛନ୍ତି ।

Advertisment

ଅନ୍ୟପଟେ ୩ ଦଫା ଦାବି ପୂରଣ ଦାବିରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭୁବନେଶ୍ୱରରେ ଚାଲିଛି ବିଶାଳ ରାଲି । ଏକାଠି ହୋଇଛନ୍ତି ହଜାର ହଜାର ପ୍ରାଥମିକ ଶିକ୍ଷକ । ପ୍ରାଥମିକ ଶିକ୍ଷାରେ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୨୦୦୧ରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଇନକ୍ରିମେଣ୍ଟ ପ୍ରଦାନ, ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବିରେ ପ୍ରାଥମିକ ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନୀ ଦେଇଛନ୍ତି ।

Speaker Teachers Agitation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ