Advertisment

ଶ୍ରୀମନ୍ଦିର ଖୋଲିବା ନେଇ ନୂଆ SOP ଜାରି, ୧୬ରୁ କାଳିଆ ଦର୍ଶନ

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି। ନୂଆ ଏସ୍ଓପି ଅନୁସାରେ, କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

ଅଦ୍ୟତନ ହୋଇଛି
ରାତି ପାହିଲେ ଶ୍ରୀକ୍ଷେତ୍ରବାସୀଙ୍କ ଦର୍ଶନ ପାଇଁ ଖୋଲିବ ଶ୍ରୀମନ୍ଦିର

reopening of Puri Jagannath temple

Advertisment
  • କାଲିଠାରୁ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ
  • ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ
  • ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ
  • ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ
Advertisment

ପୁରୀ: ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ SOP ଜାରି ହୋଇଛି। ନୂଆ ଏସ୍ଓପି ଅନୁସାରେ, କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ସେମାନେ ଯେକୌଣସି ଦ୍ୱାର ଦେଇ ଭିତରେ ତାଙ୍କ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଯାଇପାରିବେ। ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ, ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟ୍‌ ପରିଚୟ ପତ୍ର  ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। କିନ୍ତୁ ୨୩ ତାରିଖଠାରୁ ଆରମ୍ଭ ହେଉଥିବା ସର୍ବସାଧାରଣ ଭକ୍ତଙ୍କ ପାଇଁ ୯୬ ଘଣ୍ଟା ପୂର୍ବର ଆରଟିପିସିଆର କରୋନା ଟେଷ୍ଟ୍‌ ରିପୋର୍ଟ କିମ୍ବା ଦୁଇଟି ଡୋଜ କରୋନା ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇ ଦର୍ଶନ କରିପାରିବେ। ଏହାସହ ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁକରଣ କରାଯିବ।

Advertisment

ଭକ୍ତମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ। ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ। ଭକ୍ତଙ୍କୁ ଯାଞ୍ଚ କରିବା ପାଇଁ କିଓସ୍କୋ ବ୍ୟବସ୍ଥା କରାଯାଇ ଶ୍ରୀମନ୍ଦିରକୁ ପ୍ରବେଶର ସୁଯୋଗ ଦିଆଯିବ। ଭକ୍ତମାନେ ସିଂହ ଦ୍ୱାରରେ ପ୍ରବେଶ କରିବେ ଏବଂ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ।

ସୂଚନାଥାଉ କି, ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ଚେତାବନୀ ଦେଇଥିଲେ। ସେ କହିଥିଲେ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ତେଣୁ ସେବାୟତମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତାରେ ପରିବାର ପ୍ରତିପୋଷଣ ସମ୍ଭବ ନୁହେଁ ବୋଲି କହିଥିଲେ ଦାମୋଦର ମହାସୁଆର । ତେଣୁ ତୁରନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଦାମୋଦର ଦାବି କରିଥିଲେ ।

Advertisment
Odisha Puri Puri Jagannath Temple Puri Srimandir Reopening Of Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ