Sonu Sood Appeals For For Donations For 19-Month-Old Rajveer
ଫୁଲବାଣୀ(ତ୍ରିନାଥ ସାହୁ): କଥା କହି ଶିଖିନି, କୁନି ବୟସରେ ଏବେ ଏବେ ଲୋକ ଚିହ୍ନୁଛି। ହେଲେ ଏ ବୟସରେ ତାକୁ ମାଡ଼ି ବସିଲାଣି ଦୁରାସାଧ୍ୟ Spinal Muscular Atrophy( SMA)। ଆଉ ଏଥିପାଇଁ ଆବଶ୍ୟକ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୬ କୋଟି ଟଙ୍କା। କନ୍ଧମାଳ ଆମ୍ବପଡ଼ା ଗାଁର କୁଳମଣି ରଣାଙ୍କ ଦେଢ଼ ବର୍ଷର ପୁଅ ରାଜଭୀର୍ଙ୍କ ଚିକିତ୍ସା ପାଇଁ ଏହି ଅର୍ଥର ଆବଶ୍ୟକତା ପଡ଼ିଛି।
ପୁଅର ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଛି Zolgensma ଇଞ୍ଜେକ୍ସନ ଓ ଏଥିପାଇଁ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା। ସହାୟତା ଆଶା କରି ସବୁଆଡ଼ୁ ବିଫଳ ହେବା ପରେ ଶେଷରେ ମୁମ୍ବାଇରେ ପହଞ୍ଚିଛନ୍ତି ରାଜଭୀର୍ଙ୍କ ପରିବାର। ଲକ୍ଡାଉନ୍ ହିରୋ ସୋନୁ ସୁଦ୍ଙ୍କୁ ଦେଖା କରି ରାଜଭୀର୍ଙ୍କ ପରିବାର ତାଙ୍କଠୁ ସହାୟତା ମାଗିଛନ୍ତି। ରାଜଭୀର୍ଙ୍କ ପରିବାର ତାଙ୍କୁ ଭେଟି ସାହାଯ୍ୟ ଲୋଡ଼ିବା ପରେ, ଏତେ ବଡ଼ ପରିମାଣର ଟଙ୍କା ଜୁଟାଇବା ପାଇଁ ସାମର୍ଥ୍ୟ ଅନୁସାରେ କିଛି କିଛି ଯୋଗଦାନ ଦେବାକୁ ସୋନୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି।
୧୮ ମାସର ରାଜଭୀର୍ଙ୍କ ଚିକିତ୍ସା ପାଇଁ ବହୁ ଦିନ ଧରି ସହାୟତା ଲୋଡ଼ୁଛନ୍ତି ପରିବାର। ଚିକିତ୍ସା ପାଇଁ ଏତେ ପରିମାଣର ଟଙ୍କା ଆବଶ୍ୟକ ପଡ଼ୁଥିବାରୁ ରାଜଭୀର୍ଙ୍କ ବାପା,ମା’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଲୋଡ଼ିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ସୁରକ୍ଷାକର୍ମୀ ସେମାନଙ୍କୁ ଯିବାକୁ ଦେଇନଥିଲେ। ଆର୍ଥିକ ସାହାଯ୍ୟ ପାଇଁ ରାଜଭୀର୍ଙ୍କ ପରିବାର ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଆବେଦନ କରିଥିଲେ। ହେଲେ କୌଣସି ସହାୟତା ମିଳି ନଥିଲା। ଯଦି ରାଜଭୀର୍ଙ୍କ ଶୀଘ୍ର ଚିକିତ୍ସା କରାନଯାଏ, ତେବେ ଅବସ୍ଥା ବିଗିଡ଼ିପାରେ ବୋଲି ଡାକ୍ତର କହିଛନ୍ତି। ତେଣୁ ଏବେ ଏତେ ଟଙ୍କା କେଉଁଠୁ ଯୋଗାଡ଼ କରିବେ ତାକୁ ନେଇ ଚିନ୍ତାରେ ରାଜଭୀର୍ଙ୍କ ପରିବାର।
ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ରାଜଭୀର୍ ଚିକିତ୍ସିତ ହେଉଛନ୍ତି। ମେରୁଦଣ୍ଡରେ ସମସ୍ୟା ଯୋଗୁ ନା ସେ ଛିଡ଼ା ହୋଇ ପାରୁଛନ୍ତି ନା ଠିକ୍ରେ ବସି ପାରୁଛନ୍ତି। ସବୁବେଳେ ତାଙ୍କୁ ତଳେ ଶୁଆଇ ଓ କାନ୍ଧରେ ପକାଇ ରଖୁଛନ୍ତି ମାଆ,ବାପା। ନିଜ ଜୀବନ ସହ ରାଜଭୀର୍ ପ୍ରତ୍ୟେକଟି ମୂହୁର୍ତ୍ତ କଷ୍ଟର ସହ ଲଢ଼େଇ କରୁଛନ୍ତି। ତେଣୁ ଏବେ ଓଡ଼ିଶାବାସୀଙ୍କୁ ଆର୍ଥିକ ସହାୟତା ଲୋଡ଼ିଛନ୍ତି ରାଜଭୀର୍ଙ୍କ ବାପା,ମା’। ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ଆକାଉଣ୍ଟ ନମ୍ବର ୬୨୫୦୦୨୦୧-୦୦୧୧୬୦୦ ଏବଂ UPI ନମ୍ବର ୬୩୬୦୩-୭୧୫୯୫ ଯୋଗେ ଟଙ୍କା ପଠାଇ ପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639630774.jpg)