Advertisment

୧୯୪୫ରେ ମା’ଙ୍କ ପାଖକୁ ଲେଖାଯାଇଥିଲା ଚିଠି; ୭୬ ବର୍ଷ ପରେ ପହଞ୍ଚିଲା

୭୬ ବର୍ଷ ପୂର୍ବେ ସେନା ପୁଅ ମା’ଙ୍କ ପାଖକୁ ଲେଖିଥିଲେ ଚିଠି। ଲେଖିଥିଲେ କିଛି ଦରଦଭରା କାହାଣୀ। ଚିଠି ମିଳିଲା ଏବେ।

ଅଦ୍ୟତନ ହୋଇଛି
Son wrote a letter to his mother in 1945, delivered after 76 years

Son wrote a letter to his mother in 1945, delivered after 76 years

Advertisment

ଇଣ୍ଟର୍‌ନେଟ୍ ଦୁନିଆରେ ଏମିତି ଅନେକ ଖବର ଆସିଥାଏ, ଯାହାକୁ ଆମେ କଳ୍ପନା ମଧ୍ୟ କରିପାରିବା ନାହିଁ। ନିକଟରେ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଛି। କଥା ହେଉଛି ୧୯୪୫ ମସିହାର ଏକ ଚିଠି ୭୬ ବର୍ଷ ପରେ ପହଞ୍ଚିଛି। ଯେତେବେଳେ ଏହି ଖବର ସୋସିଆଲ ମିଡିଆରେ ଆସିଲା, ଲୋକମାନେ ଦେଖି ଚକିତ ହୋଇଯାଇଛନ୍ତି। ଏହି ଖବର ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି।

Advertisment

ଜଣେ ସୈନିକ ୭୬ ବର୍ଷ ପୂର୍ବେ ତାଙ୍କ ମା’ଙ୍କୁ ଏକ ଚିଠି ଲେଖିଥିଲେ, ଯାହା ୨୦୨୧ରେ ପହଞ୍ଚିଥିଲା। ଏହି ଚିଠିକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଲେଖିଥିଲେ। ତାଙ୍କ ନାମ ହେଉଛି ସର୍ଜେଣ୍ଟ ଜନ୍ ଗୋନସାଲ୍‌ଭସ୍। ୧୯୪୫ ମସିହା ଡିସେମ୍ବର ୧ ତାରିଖରେ ସେ ତାଙ୍କ ମାତାଙ୍କୁ ଏକ ଚିଠି ଲେଖିଥିଲେ। ସେତେବେଳେ ସର୍ଜେଣ୍ଟ ଜନ୍ ଗୋନସାଲ୍‌ଭସ୍‌ଙ୍କୁ ମାତ୍ର ୨୨ବର୍ଷ ହୋଇଥିଲା।

ଚିଠିରେ କ’ଣ ଲେଖାଥିଲା:

“ମୋର ପ୍ରିୟ ମା, ଆଜି ତୁମଠାରୁ ଆଉ ଏକ ଚିଠି ପାଇଲି ଏବଂ ଜାଣି ଖୁସି ହେଲି ଯେ ସବୁ କିଛି ଠିକ୍ ଅଛି। ମୁଁ ମଧ୍ୟ ଭଲ ଅଛି ଏବଂ ସବୁ ଠିକ ଠାକ ଅଛି। କେବଳ ଖାଦ୍ୟ ଅଧିକାଂଶ ସମୟରେ ଖରାପ ମିଳୁଛି। ତୁମକୁ ବହୁତ ଭଲ ପାଇବା। ତୁମ ପୁଅ ଜନୀ ଶୀଘ୍ର ଦେଖା କରିବାର ଅପେକ୍ଷାରେ ଅଛି।” ଏହି ଚିଠି ୭୬ ବର୍ଷ ପରେ ମିଳିବା ପରେ ଯେତେବେଳେ ସର୍ଜେଣ୍ଟଙ୍କ ପତ୍ନୀ ଆଞ୍ଜେଲିନା ଏହି ଚିଠି ଖୋଲିଲେ, ସେ ଏହାକୁ ବିଶ୍ୱାସ କରିପାରିଲେ ନାହିଁ। ଏହି ଚିଠି ତାଙ୍କ ବିବାହର ୫ ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀଙ୍କ ଦ୍ୱାରା ତାଙ୍କ ମା’ଙ୍କୁ ଲେଖାଯାଇଥିଲା। ସେ କୁହନ୍ତି ଯେ ତାଙ୍କ ସ୍ୱାମୀ ଜଣେ ବହୁତ ଭଲ ମଣିଷ ଥିଲେ। ଏନେଇ ତାଙ୍କୁ ସମସ୍ତେ ଭଲ ପାଉଥିଲେ।

Advertisment

ସୋସିଆଲ ମିଡିଆରେ ଏହି ଚିଠି ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଚିଠିରେ ଭାବନା, ପ୍ରେମ ଏବଂ ସମ୍ମାନ ଦେଖିବାକୁ ମିଳେ। କିନ୍ତୁ ଦୁଃଖର କଥା ଯେ ଯାହା ପାଇଁ ଏହି ଚିଠି ଲେଖାଯାଇଥିଲା, ତାଙ୍କୁ ମିଳିଲା ନାହିଁ। ସେତେବେଳେ ତାଙ୍କୁ ଏହି ଚିଠି ମିଳିଥିଲେ ହୁଏତ ସେ ପୁଅର ମାତୃ ପ୍ରେମକୁ ଆଉଟିକେ ଅନୁଭବୀ ପାରିଥାନ୍ତେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ