Advertisment

ବାପାର ଶେଷକୃତ୍ୟରେ ପୁଅର ଶେଷ ଯାତ୍ରା...

କିଏ ଜାଣିଥିଲା ବାପାର ଶେଷକୃତ୍ୟକୁ ଯାଇ ପୁଅ ଆଉ ଫେରିବନି ? କିଏ ଜାଣିଥିଲା ଯେ, ପରିବାରକୁ ଏତେ ବଡ଼ ବିପତ୍ତି ମାଡ଼ି ଆସିବ ?

son dies during father cremation in koraput

son dies during father cremation in koraput

Advertisment

କିଏ ଜାଣିଥିଲା ମୃତ୍ୟୁ ଏମିତି ବି ଆସିବ ? କିଏ ଜାଣିଥିଲା ବାପାର ଶେଷକୃତ୍ୟକୁ ଯାଇ ପୁଅ ଆଉ ଫେରିବନି ? କିଏ ଜାଣିଥିଲା ଯେ, ପରିବାରକୁ ଏତେ ବଡ଼ ବିପତ୍ତି ମାଡ଼ି ଆସିବ ? କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ କିଛି ଏଭଳି ଘଟଣା ଘଟିଛି । ଯାହା ସମସ୍ତଙ୍କୁ ଚକିତ ଓ ହତବାକ କରିଛି ।

Advertisment

ସୂଚନା ଅନୁସାରେ, ବୋରିଗୁମ୍ମା ବ୍ଲକର କାମତା ଗାଁର ଲକ୍ଷ୍ମଣ ମଣ୍ଡଳଙ୍କ ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନକୁ ଅଣାଯାଇଥିଲା । ବାପାଙ୍କୁ ଅନ୍ତିମ ବିଦାୟ ଜଣାଇବାକୁ ଯାଇଥିଲେ ପୁଅ ବେଣୁଧର । ହେଲେ ହଠାତ୍ ଏକ ଗଛର ଡାଳ ଆସି ବେଣୁଧରଙ୍କ ଉପରେ ପଡ଼ିଥିଲା ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସାରା କୋରାପୁଟରେ ଶୋକର ଛାୟା ଖେଳି ଯାଇଛି । ସୂଚନାଥାଉ କି, ୨୨ ବର୍ଷୀୟ ବେଣୁଧର ଜଣେ ସମାଜସେବୀ ଭାବେ କାର୍ଯ୍ୟ କରୁଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ