Advertisment

ସୌମ୍ୟଙ୍କ ସୋଲାର୍ ସାଇକେଲ୍ : ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଛି

ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ...

cycle

cycle

Advertisment

ରାସ୍ତାରେ ଗଡୁଛି ସୋଲାର ସାଇକେଲ। ସୌର ଶକ୍ତିରେ ଚାଳିତ ସାଇକେଲରେ ଲାଗିଛି ବ୍ୟାଟେରୀ ଓ ମୋଟର ସୋଲାର ପ୍ଲେଟ । ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଥିବା ଏହି ସାଇକେଲକୁ ଥରେ ଯିଏ ଦେଖୁଛି ରାସ୍ତାରେ ଘଣ୍ଟାଏ ଅଟକି ଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବଳିଭଣ୍ଡା ଗାଁର ସୌମ୍ୟ ରଞ୍ଜନ ପଲାଇ ଏହି ସୋଲାର ସାଇକେଲଟିକୁ ତିଆରି କରିଛନ୍ତି।

Advertisment

ସୌମ୍ୟଙ୍କ ସୋଲାର ସାଇକେଲ ଥରେ ଚାର୍ଜ ହେଲେ ଗଡୁଛି ୫୦ କିଲୋମିଟର । ୩ ମାସ ଅକ୍ଳାନ୍ତ ପରିଶ୍ରମ କରିବା ପରେ ସୌମ୍ୟ ଏହି ସଫଳତା ପାଇଛନ୍ତି । ଏହା ସହ ଆନୁଷଙ୍ଗିକ ଉପକରଣ ପାଇଁ ସେ ୪୦ରୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।

ସୋଲାର ସାଇକେଲଟି ୧ କୁଇଣ୍ଟାଲ ୮୦ କେଜି ଓଜନ ପରିବହନ କ୍ଷମତା ରଖିଥିବା ବେଳେ ଆଗକୁ ସୌର ଶକ୍ତିକୁ ନେଇ ଏକ କାର ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ସୌମ୍ୟ । ସାଇକେଲ ବାଦ ସୌମ୍ୟ ନିଜ ଘରକୁ ସୌର ଶକ୍ତି ସାହାଯ୍ୟରେ ବିଦ୍ୟୁତ ସଂଯୋଗ କରିଛନ୍ତି ।

Advertisment

ତେବେ ପୁଅ ଏପରି ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିବା ପରେ ସୌମ୍ୟଙ୍କ ପରିବାର ଲୋକେ ବେଶ ଖୁସି। ସରକାରୀ କିମ୍ୱା ବେସରକାରୀ ପ୍ରୋତ୍ସାହନ ମିଳିଲେ ସୌମ୍ୟ କିଛି ନୂଆ ଉଦ୍ଭାବନ କରି ପାରିବେ ବୋଲି ଆଶା ରଖିଛନ୍ତି। ସୌର ଚାଳିତ ସାଇକେଲ ତିଆରି କରି ସୌମ୍ୟ ଏବେ ସଭିଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ

Solar Cycle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ