Advertisment

ବନ୍ୟା ଖବର ରିପୋର୍ଟିଂ କରୁଥିଲେ ସାମ୍ବାଦିକ, ହଠାତ୍‌ ପାଣିରେ ଭାସି ଆସିଲା ନାଗ ସାପ...

ବନ୍ୟା ଖବର ସଂଗ୍ରହ ବେଳେ ହଠାତ୍‌ ପାଣିରେ ଭାସି ଆସିଲା ନାଗ ସାପ। ହୁଏତ ଏହି ସମୟରେ ସାପକୁ ଦେଖିପାରି ନଥିଲେ, ସାପ ଯେ କାମୁଡ଼ି ଦେଇ ନଥାନ୍ତା ଏଥିରେ ସନ୍ଦେହ ନାହିଁ।

Snake comes near reporter while covering flood news in Sonepur

Snake comes near reporter while covering flood news in Sonepur

Advertisment

ବନ୍ୟା ଖବର ସଂଗ୍ରହ ବେଳେ ହଠାତ୍‌ ପାଣିରେ ଭାସି ଆସିଲା ନାଗ ସାପ। ହୁଏତ ଏହି ସମୟରେ ସାପକୁ ଦେଖିପାରି ନଥିଲେ, ସାପ ଯେ କାମୁଡ଼ି ଦେଇ ନଥାନ୍ତା ଏଥିରେ ସନ୍ଦେହ ନାହିଁ। ଆଉ ଅଳ୍ପକେ ରକ୍ଷା ପାଇଗଲେ ଓଟିଭି ପ୍ରତିନିଧିଙ୍କ ସହ ସ୍ଥାନୀୟ ଲୋକେ। 

Advertisment

ସୂଚନା ଅନୁସାରେ, ଗତ ୨ ତାରିଖ ଦିନ ହରିହରଯୋରରେ ବନ୍ୟା ଆସିବା ପରେ ମୁର୍ଷୁଣ୍ଢି ନିକଟକୁ ଆମ ପ୍ରତିନିଧି ରବିନ୍ଦ୍ର ହୋତା ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ରାସ୍ତା ଉପରେ ଛିଡ଼ା ହୋଇ ଖବର ସଂଗ୍ରହ କରୁଥିବା ସମୟରେ ହଠାତ୍‌ ପଛପଟୁ ବନ୍ୟା ପାଣିରେ ଭାସି ଆସିଥିଲା ଏକେ ବିଷଧର ନାଗ ସାପ। 

ସୌଭାଗ୍ୟବଶତଃ, ସାପ ଉପରେ ଦୃଷ୍ଟି ପଡ଼ି ଯାଇଥିଲା ଓ ସମସ୍ତେ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଅନେକ ବିଷଧର ସାପ ଏବେ ବନ୍ୟା ପାଣି ସୁଅରେ ଭାସୁଥିବା ଦେଖିବାକୁ ମିଳିଛି। ତେଣୁ ଲୋକଙ୍କୁ ଏଥିପ୍ରତି ସତର୍କ ରହିବାକୁ ଅନୁରୋଧ କରାଯାଉଛି। 

Advertisment
Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ