Smoke Engulfs Plastic Surgery Ward Of Berhampur MKCG Hospital
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର MKCG ମେଡିକାଲ୍ରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ୍ର ସୁପର ସ୍ପେଶାଲିଟି ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ହୋଇଛି। ଉକ୍ତ ବିଲ୍ଡିଂରେ ଥିବା ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏନେଇ ଅଗ୍ନିଶମ ବାହିନୀକୁ ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭା ସରିଛି। କେବଳ ଟିକେ ଧୂଆଁ ବାହାରୁଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ତେବେ କେଉଁ ପରିସ୍ଥିତିରେ ମେଡିକାଲ୍ରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି।
ୱାର୍ଡରେ ନିଆଁ ଲାଗିବା ପରେ ଭୟଭୀତ ହୋଇ ରୋଗୀମାନେ ବାହାରକୁ ଚାଲି ଆସିଥିଲେ। ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661502928.jpg)