Advertisment

ବାବା ବଳିଆ ଓ ପ୍ରତିଭା ରାୟଙ୍କୁ ପଦ୍ମ ପୁରସ୍କାର

ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର। ଓଡ଼ିଶାର ୬ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ।

ଅଦ୍ୟତନ ହୋଇଛି
Prativa Ray and Baba Balia

Prativa Ray and Baba Balia

Advertisment

ନୂଆଦିଲ୍ଲୀ: ଘୋଷଣା ହେଲା ସମ୍ମାନଜନକ ପଦ୍ମ ପୁରସ୍କାର। ୧୭ ଜଣଙ୍କୁ ପଦ୍ମଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ଗୁଲାମ ନବୀ ଆଜାଦ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ପାରା ଆଥଲେଟ୍ ଦେବେନ୍ଦ୍ର ଝାଝରିଆ, ସୁନ୍ଦର ପିଚାଇ, ସାଇରସ୍ ପୁନାଓ୍ୱାଲାଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ। ଆଥଲେଟ୍ ସୁମିତ ଅଣ୍ଟିଲ, ନୀରଜ ଚୋପ୍ରା, ଆଥଲେଟ୍ ବନ୍ଦନା କଟାରିଆ, ଅଭାନୀ ଲେଖରା, କଳା କ୍ଷେତ୍ର ପାଇଁ ସୋନୁ ନିଗମ, ଚନ୍ଦ୍ର ପ୍ରକାଶ ଦ୍ୱିବେଦୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

Advertisment

ସେହିପରି ଓଡ଼ିଶାର ୭ ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ମିଳିବ। ବିଶିଷ୍ଟ ଓଡିଆ ସାହିତ୍ୟିକ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଛି। ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ସେହିପରି ସମାଜସେବା ପାଇଁ ଶ୍ରୀମଦ ବାବା ବଳିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ, କଳା କ୍ଷେତ୍ରରେ ଅବଦାନ ପାଇଁ ଶ୍ୟାମାମଣୀ ଦେବୀଙ୍କୁ ପଦ୍ମଶ୍ରୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁଙ୍କୁ ପଦ୍ମଶ୍ରୀ ଆୱାର୍ଡ ଦିଆଯିବ। ସିଭିଲ ସର୍ଭିସ ପାଇଁ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ପଦ୍ମଶ୍ରୀ ମିଳିବ।

Advertisment
Padmashri Padma Bhusan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ