Advertisment

ଗଛରେ ପିଟି ହେଲା କାର୍‌; ୬ ଗୁରୁତର

ଗଛ ସହ କାର ଧକ୍କା ହୋଇ ୬ ଆହତ । ଅନୁଗୁଳ ପାଲଲହଡ଼ାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।

ଅଦ୍ୟତନ ହୋଇଛି
six members of a family were critically injured after the car they were traveling in hit a tree

six members of a family were critically injured after the car they were traveling in hit a tree

Advertisment

ଗଛ ସହ କାର ଧକ୍କା ହୋଇ ୬ ଆହତ । ଆହତମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି । ଅନୁଗୁଳ ପାଲଲହଡ଼ାରେ ୧୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।

Advertisment

ସୂଚନା ଅନୁସାରେ, ଘଟଗାଁ ତାରିଣୀ ଦର୍ଶନ ପାଇଁ କାରଟି ଫୁଲବାଣୀରୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା କାରର ଆଗ ଚକ ଫାଟି ଯିବାରୁ ଗାଡିଟି ଭାରସାମ୍ୟ ହରାଇ ଗଛକୁ ପିଟି ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପାଲଲହଡା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ପାଲଲହଡ଼ା ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟପକ୍ଷେ, ଡ୍ରାଇଭରଙ୍କ ବେପାରୁଆ ଗାଡି ଚଲାଇବା ହେତୁ ବାରମ୍ୱାର ଦୁର୍ଘଟଣା ଘଟୁଛି । ଯାହା ପାଇଁ ଅନେକ ନିରୀହଙ୍କ ପ୍ରାଣ ଯାଉଛି । ସାମାନ୍ୟ ଅସାବଧାନ କାରଣରୁ ଲୋକେ ବିଭିନ୍ନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।

Advertisment
Road Accident Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ