Advertisment

ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

undefined

Teacher Protest

Advertisment

ଆନ୍ଦୋଳନରେ ଶିକ୍ଷକ । ପ୍ରାଥମିକ ସ୍କୁଲରେ ତାଲା । ସ୍ଥିତି ଏମିତି ଯେ, ବିଧାୟକ ଯାଇ ଶ୍ରେଣୀରେ ପାଠ ପଢ଼ାଉଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳର ଫିରିଙ୍ଗିଆ ଉନ୍ନୀତ ହାଇସ୍କୁଲରେ । ଶିକ୍ଷକମାନେ ଆନ୍ଦୋଳନରେ ଯାଇଥିବାରୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସ୍କୁଲ୍ ପରିଦର୍ଶନ ସମୟରେ ପ୍ରଥମ ଶ୍ରେଣୀ ପିଲାଙ୍କୁ ପାଠ ପଢାଇଛନ୍ତି ।

Advertisment

ଅନ୍ୟପଟେ ଆନ୍ଦୋଳନ ସାତ ଦିନ ପରେ ବି ଶିକ୍ଷକ କ୍ଲାସକୁ ଫେରୁ ନଥିବାରୁ ଶେଷରେ ସରକାର ନାଲି ଆଖି ଦେଖାଇବା ଆରମ୍ଭ କରିଛନ୍ତି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ ଚିଠିରେ ସବୁ ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଶିକ୍ଷକମାନେ କର୍ତ୍ତୃପକ୍ଷଙ୍କୁ ନଜଣାଇ ଛୁଟିରେ ଯିବାରୁ ବିଶୃଙ୍ଖଳା ସୃଷ୍ଟି ହେଉଛି ।

ଏଥିସହ ଗୋଟିଏ ଶିକ୍ଷା ବର୍ଷରେ ୨୨୦ଟି କାର୍ଯ୍ୟଦିବସରୁ ଯଦି କମ୍ ଦିନ ଉପସ୍ଥିତ ରହୁନ୍ତୁ, ତାହାଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଶିକ୍ଷକଙ୍କୁ ଭରଣା କରିବାକୁ ହେବ ବୋଲି ନିର୍ଦ୍ଦେଶରେ ଦର୍ଶାଯାଇଛି । ଏସବୁ ବିଷୟରେ ଶିକ୍ଷକମାନଙ୍କୁ ଅବଗତ କରିବା ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପଟେ ଆନ୍ଦୋଳନରତ ଶିକ୍ଷକଙ୍କ ପାଇଁ ସରକାରୀ ନାଲି ଆଖି ଆଦୌ କାଟୁ କରିନି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚାଲିବ ବୋଲି ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ ଦମ୍ଭୋକ୍ତି ପ୍ରକାଶ କରିଛି। ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Advertisment

ତେଜୁଥିବା ଶିକ୍ଷକ ଆନ୍ଦୋଳନକୁ ନେଇ ସରଗରମ ରାଜ୍ୟ ରାଜନୀତି। ଗାଁ ଗହଳିର ସ୍କୁଲରେ ତାଲା ଝୁଲିବା ପରେ ସରକାରୀ ବ୍ୟବସ୍ଥାକୁ ନେଇ ବିରୋଧୀ ପ୍ରବଳ ବର୍ଷିଛନ୍ତି। ଶିକ୍ଷକ ଆନ୍ଦୋଳନ ଥମିବାର ନାଁ ଧରୁ ନଥିବାବେଳେ ଏହାରି ଭିତରେ ପ୍ରାଥମିକ ଶିକ୍ଷାରେ ସ୍ୱାଭାବିକତା କେବେ ଫେରୁଛି ତାଉପରେ ନଜର।

BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ