Advertisment

ଆରପାରିକୁ ଚାଲିଗଲେ ପତ୍ନୀ ! ତିନି ପିଲାଙ୍କ ପାଇଁ ଉଭୟ ବାପାମା’ ପାଲଟିଛନ୍ତି ଲଇବାନ

ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ। ଛୁଆଙ୍କ ଯତ୍ନ ନେଉଛନ୍ତି ବାପା ଲଇବାନ। ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି। ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି। ଲଇବାନଙ୍କ ଦୁଃଖ କାହାଣୀର ଅନ୍ତ କେବେ?

ଅଦ୍ୟତନ ହୋଇଛି
tragic story

tragic story

Advertisment

ତିନି ଛୁଆଙ୍କୁ ଛାଡି ମାଆ ଆରପାରିରେ । କୁନି କୁନି ପିଲାଙ୍କ ସମସ୍ତ ଦାୟିତ୍ୱ ଏବେ ବାପା ଲଇବାନଙ୍କ ଉପରେ । ପିଲାଙ୍କ ପାଇଁ ଘର ଛାଡି ବାହାରକୁ କାମ ଧନ୍ଦା କରି ଯାଇ ପାରୁ ନାହାନ୍ତି । ପିଲାଙ୍କ ଲାଳନପାଳନ ପାଇଁ ସେ ଭିକ ମାଗିବାକୁ ବାଧ୍ୟ ହେଉଛନ୍ତି । ସମସ୍ୟାରେ ଲଇବାନର ଜୀବନ । ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ ଗାଁର ଲଇବାନର କାହାଣୀ ବେଶ୍ ଯନ୍ତ୍ରଣାଦାୟକ ।

Advertisment

ଦିନ ଥିଲା ଲଇବାନଙ୍କ ଛୋଟ ପରିବାର ହସଖୁସିରେ ଫାଟି ପଡ଼ୁଥିଲା । ପତ୍ନୀ ପାର୍ବତୀ, ୩ ଛୁଆ ଓ ଜଣେ ଦିବ୍ୟାଙ୍ଗ ଭଉଣୀଙ୍କୁ ନେଇ ଲଇବାନ ଖୁସୀରେ ଚଳି ଯାଉଥିଲେ । ନୂଆପଡା ଜିଲ୍ଲା ତରବୋଡ ଗାଁରେ ଗୁପଚୁପ ଠେଲା ଲଗାଇ ଯାହା ଦୁଇ ପଇସା ରୋଜଗାର କରୁଥିଲେ, ପରିବାର ଚଳାଇ ନେଉଥିଲେ । ତିନି ସପ୍ତାହ ତଳେ ତାଙ୍କ ପତ୍ନୀ ବେମାରରେ ପଡି ପ୍ରାଣ ହରାଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ଯାହା ଧନ ସମ୍ପତ୍ତି ଥିଲା ସବୁ ସାରିଦେଇଛନ୍ତି ଲଇବାନ୍ । ‌ଅନେକ ଚେଷ୍ଟା ପରେ ମଧ୍ୟ ପତ୍ନୀ ତାଙ୍କୁ ଛାଡି ଆର ପାରିକୁ ଚାଲିଗଲେ ।

ଏବେ ୩ ଶିଶୁଙ୍କ ବୋଝ ପଡିଲା ଲଇବାନଙ୍କ ଉପରେ । ଶିଶୁ ମାନଙ୍କ ଯତ୍ନ ନେବାକୁ ଲଇବାନ ଘରୁ ବାହାରି ପାରୁନାହାନ୍ତି । ଦେଢ ବର୍ଷର ସାନ ଝିଅ ପାଇଁ ଦରକାର ପଡୁଛି ଲାକ୍ଟୋଜେନ । ଭିକ ମାଗି ଏଥିପାଇଁ ଅର୍ଥ ଯୋଗାଡ କରିବାକୁ ପଡ଼ୁଛି । ଲଇବାନ ଏବେ ବାପା ଓ ମାଆ ଦୁଇଜଣଙ୍କ ଦାୟିତ୍ୱ ତୁଲାଉଛନ୍ତି ।

Advertisment

ତିନି ଝିଅ ସୃତି, ବବି ଓ ବବିତାଙ୍କୁ ଲାଳନପାଳନ କରିବାରେ ଉପୁଜିଛି ସମସ୍ୟା । ଜଣକୁ ଜଣେ ସଂପର୍କୀୟ ଭଉଣୀଙ୍କୁ ଏବଂ ଅନ୍ୟ ଜଣକୁ ତାଙ୍କ ପତ୍ନୀଙ୍କ ବଡ ଭଉଣୀଙ୍କୁ ଲାଳନ ପାଳ ପାଇଁ ଦେଇଛନ୍ତି ଲଇବାନ । ଘରେ ଦେଢ ବର୍ଷର ବବିତାକୁ ପାଖରେ ରଖିଛନ୍ତି । ଘରେ ତାଙ୍କ ସାଙ୍ଗରେ ରହନ୍ତି ଲଇବାନରଙ୍କ ଭଉଣୀ ମୁଖ । କିନ୍ତୁ ସେ ଭିନ୍ନକ୍ଷମ । ତାଙ୍କ ପାଖରେ ଛୁଆକୁ ଛାଡି କାମ ପାଇଁ ଯିବା ସମ୍ଭବ ନୁହେଁ । ତେଣୁ ସେ କାମ ଧନ୍ଦା କରିବାକୁ ଯାଇ ପାରୁ ନାହାନ୍ତି କି ଆଗ ପରି ଗୁପଚୁପ ବିକି ପାରୁ ନାହାନ୍ତି ।

ପାଖ ପଡୋଶୀ କେବେ କେମିତି ଖାଇବାକୁ ଦିଅନ୍ତି । ତାଙ୍କୁ ସରକାରୀ ସହାୟତା ଦେବାକୁ ଲୋକେ ଅନୁରୋଧ କରିଛନ୍ତି । ଲଇବାନଙ୍କୁ ଅନ୍ନପୂର୍ଣ୍ଣା ଅନ୍ତୋଦୟ ଯୋଜନାରେ ସାମିଲ କରା ଯାଇ ଥିବା ବେଳେ ତାଙ୍କ ଭଉଣୀଙ୍କର ଭତ୍ତା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଛନ୍ତି । କାମ କରି ଚଳିବାକୁ ଚାହୁଁଥିବା ଲଇବାନ ଏବେ ଘରେ । ପିଲାଙ୍କ ଚିନ୍ତା ତାଙ୍କୁ ବିବଶ କରିଦେଇଛି ।

Advertisment

ନୂଆପଡାରୁ ମାୟାଧର ସରାଫଙ୍କ ରିପୋର୍ଟ

Tragic Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ