Advertisment

ଯୁବିନ୍‌ଙ୍କ ଗୀତ ଶୁଣିବା ପାଇଁ ସୁରକ୍ଷାକର୍ମୀ ଓ ବସ୍ତି ପିଲାଙ୍କ ମଧ୍ୟରେ ମାରପିଟ୍

ବଲିଉଡ୍ ସିଙ୍ଗର ଯୁବିନ୍ ନଟିୟାଲଙ୍କ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଦେଖିବା ପାଇଁ NIT ମୁଖ୍ୟ ଗେଟ ସମ୍ମୁଖରେ ଉତ୍ତେଜନା ।

ଅଦ୍ୟତନ ହୋଇଛି
Singer Jubin Nautiyal Performs At NIT Rourkela

Singer Jubin Nautiyal Performs At NIT Rourkela

Advertisment

ବଲିଉଡ୍ ସିଙ୍ଗର ଯୁବିନ୍ ନଟିୟାଲଙ୍କ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ଦେଖିବା ପାଇଁ NIT ମୁଖ୍ୟ ଗେଟ ସମ୍ମୁଖରେ ଉତ୍ତେଜନା । ରାଉରକେଲା ଏନଆଇଟି ସିକ୍ୟୁରିଟି ଗାର୍ଡ ଓ ବସ୍ତି ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପରେ NIT ମୁଖ୍ୟ ଗେଟ ସମ୍ମୁଖରେ ଠେଲା ପେଲା ଓ ମାଡପିଟ ହୋଇଥିବା ସୂଚନା ମିଳିଛି । ବେଶ କିଛି ସମୟ ଧରି ଏହିପରି ସ୍ଥିତି ଲାଗିରହିଥିଲା ।

Advertisment

ସୂଚନା ଅନୁସାରେ, ଗତକାଲି ବଲିଉଡ୍ ସିଙ୍ଗର ଯୁବିନ୍ ନଟିୟାଲଙ୍କ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଥିଲା ଆଉ ଏହାକୁ ଦେଖିବା ପାଇଁ ଏନ‌ଆଇଟି କ୍ୟାମ୍ପସ ପରିସରକୁ ବସ୍ତି ପିଲାମାନେ ଯିବାକୁ ଜିଦ୍ ଧରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା ।

କିଛି ପିଲା ଏନଆଇଟି ଗେଟ ମଧ୍ୟକୁ ପ୍ରବେଶ କରିବାକୁ ଚାହୁଥିବା ବେଳେ ସୁରକ୍ଷା କର୍ମୀ ବାରଣ କରିଥିଲେ । ବସ୍ତି ପିଲାମାନେ ମଧ୍ୟ ପାଟିତୁଣ୍ଡ ଓ ଯୁକ୍ତିତର୍କ କରିଥିଲେ ।

Advertisment

ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପିଲାମାନେ ଅଭିଯୋଗ ଅନୁଯାୟୀ, ସୁରକ୍ଷା କର୍ମୀ ଦାଦାଗିରି କରିବା ସହ ମାଡ ମାରିଛନ୍ତି ।

Rourkela NIT Rourkela Jubin Nautiyal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ