Advertisment

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ।

ଅଦ୍ୟତନ ହୋଇଛି
Similipal National Park

Similipal National Park

Advertisment

ଶିମିଳିପାଳ(ମାନିକଲାଲ୍ ପାଣି): ପର୍ଯ୍ୟଟକ ମାନଙ୍କ ପାଇଁ ଖୁସିର ଖବର । ଆସନ୍ତା ଏକ ତାରିଖରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ପ୍ରତିବର୍ଷ ବର୍ଷା ଋତୁରେ ରାସ୍ତା ଖରାପ ହୋଇ ଯାଉଥିବା ଯୋଗୁଁ ପର୍ଯ୍ୟଟନ ପାଇଁ ବନ୍ଦ କରା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ।

Advertisment

ପ୍ରତିଥର ପରି ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଜଶିପୁର ଆଡୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକ ମାନଙ୍କୁ ଅନୁମତି ଦିଆଯିବ । ସକାଳ ୬ ଟା ରୁ ୯ ଯାଏଁ ଗେଟ୍ ମାନଙ୍କରେ ଅନୁମତି ଦିଆଯିବ । ପର୍ଯ୍ୟଟକ ମାନେ ନିଜ ନିଜ ଗାଡି ଏବଂ ସମସ୍ତ ଙ୍କ ନାମ ଗେଟ୍ ମାନଙ୍କରେ ଦାଖଲ କରାଇବେ । ଏବଂ କୋଭିଡ ଗାଇଡ ଲାଇନ ମାନିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି। ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି । ଯେଉଁଠାରେ ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ସାମଗ୍ରୀ ,ମାଦକ ଦ୍ରବ୍ୟ ,ଦୋହନଶିଳ ପଦାର୍ଥ ନେଇ ପାରିବେ ନାହିଁ ବୋଲି ସୂଚନା ମିଳିଛି।

Advertisment

୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟ ରେ ପର୍ଯ୍ୟଟକ ମାନଙ୍କୁ ବରେହିପାଣି, ଜରୋନ୍ଦା, ପରି ପ୍ରାକୃତିକ ବୃହତ ଜଳପ୍ରପାତ ଦେଖିବାକୁ ସୁଜୋଗ ମିଳୁଥିବା ବେଳେ ନଅଣା ,ଗୁଡ଼ୁଗୁଡିଆ ଆଦି ସ୍ଥାନରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରିବେ ପର୍ଯ୍ୟଟକ ।

ଶିମିଳିପାଳ ଅଭୟାରଣ୍ୟରେ ରାତ୍ରୀ ଯାପନ ପାଇଁ ଗୁଡୁଗୁଡିଆ,ଜାମୁଆଣି,ରାମତୀର୍ଥ ,ଓ କୁମାରୀ ଆଦି ସ୍ଥାନରେ କ୍ୟାମ୍ପ କଟେଜ ସହ ବାମ୍ବ କଟେଜ ରହିଛି, ପର୍ଯ୍ୟଟକ ମାନେ କେବଳ ଅନ୍ ଲାଇନ୍ରେ ଏ ସବୁର ଅଗ୍ରିମ ବୁକଂ କରି ପାରିବେ ।

Advertisment

www.similipal.com କିମ୍ବା odisha tourism ଓବ୍ ସାଇଡ଼ରେ ମଧ୍ୟ ବୁକିଙ୍ଗ କରିପାରିବେ । ଚଳିତ ବର୍ଷ ଶିମିଳିପାଳ ରେ ରହୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲରେ ବୁଲିବାକୁ ଅନୁମତି ମିଳିପାରିବ। ଯେଉଁଥିରେ ପର୍ଯ୍ୟଟକ ମାନେ ପରିବେଶକୁ ଅତି ପାଖରୁ ଦେଖି ପାରିବେ । ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ଚାରିଶହ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ୨ କୋଟି ୩୫ ଲକ୍ଷ ରାଜସ୍ୱ ଆଦାୟ ହୋଇଥିଲା ।

Baripada Covid Guidelines Similipal National Park
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ