Advertisment

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ମିଳୁନି ବେଡ୍‌, ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ...

ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ପରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ।

Shortage of beds force patients to lie on floor in Bhubaneswar’s Capital Hospital

Shortage of beds force patients to lie on floor in Bhubaneswar’s Capital Hospital

Advertisment

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ବେଡ୍‌ର ଅଭାବ। ରୋଗୀ ସଂଖ୍ୟା ବୃଦ୍ଧିରୁ ହସ୍ପିଟାଲ୍‌ର ବିଭିନ୍ନ ଓ୍ୱାର୍ଡର ବାରଣ୍ଡାରେ ଚାଲିଛି ଚିକିତ୍ସା। ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ପରେ ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାକେନ୍ଦ୍ର କ୍ୟାପିଟାଲ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ତେବେ ମେଡିକାଲ୍‌ରେ ଥିବା ବେଡ୍ ତୁଳନାରେ ପ୍ରାୟ ୪୦% ରୋଗୀ ସଂଖ୍ୟା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଛନ୍ତି ରୋଗୀ। ଦୀର୍ଘ ୧୦ ଦିନରୁ ଅଧିକ ସମୟ ହେଲାଣି ରାଜ୍ୟରେ ବନ୍ୟା ସ୍ଥିତିରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

Advertisment

ଭୁବନେଶ୍ୱର ଉପକଣ୍ଠ ଉତ୍ତରା ନିକଟସ୍ଥ ପୁବାଶାସନର ବନିତା ଭୋଇଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବାଳକାଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଉଚ୍ଚ ରକ୍ତଚାପରୁ ପକ୍ଷାଘାତର ଶିକାର ହୋଇଥିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇ ଯିବାକୁ ସେଠାକାର ଡାକ୍ତର କରିଥିଲେ। ହେଲେ ଏଠି ଆସିଲା ବେଳକୁ ବେଡ୍‌ ନାହିଁ। ଫଳରେ ଓ୍ୱାର୍ଡ ବାରଣ୍ଡାରେ ଚାଲିଛି ତାଙ୍କର ଚିକିତ୍ସା। ସେହିପରି ନୟାପଲ୍ଲୀର ବାସନ୍ତୀ ମହାରଣାଙ୍କ ପୁଅକୁ ଜ୍ୱର ହେବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପୁଅର ଡେଙ୍ଗୁ ପଜିଟିଭ୍ ବାହାରିବାରୁ ତାଙ୍କର ମଧ୍ୟ ମେଡିକାଲ୍‌ ବାରଣ୍ଡାରେ ଚାଲିଛି ଚିକିତ୍ସା।

ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଚିକିତ୍ସାଳୟ ଭାବେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ରହିଛି ପରିଚୟ। ସକାଳ ହେଲେ ଏଠାରେ ଆଖପାଖ ଜିଲ୍ଲାରୁ ଶତାଧିକ ସଂଖ୍ୟାରେ ରୋଗୀଙ୍କ ଭିଡ଼ ଲାଗିଥାଏ।ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପରେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢି ଯାଇଛି। ପୁରୀ, କଟକ ଓ  ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ରୋଗୀ ଆସୁଛନ୍ତି। ହସ୍ପିଟାଲ୍‌ରେ ୫୬୦ ବେଡ୍ ଥିବାବେଳେ ୭୬୦ ରୋଗୀ ଭର୍ତ୍ତି ହୋଇଛନ୍ତି।

Advertisment

ବନ୍ୟା ଯୋଗୁ ସାପ କାମୁଡ଼ା, ଝାଡ଼ାବାନ୍ତି ଭଲି ରୋଗୀଙ୍କ ସଂଖ୍ୟା ବଢ଼ିଛି। ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କିଛି ରୋଗୀଙ୍କୁ ତଳେ ଶୋଇବାକୁ ପଡ଼ୁଥିବା ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ଏବେ କ୍ୟାପିଟାଲ ହସ୍ପିଟାଲରେ ବେଡ୍ ସଂଖ୍ୟା ୧ ହଜାର କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ କହିଛନ୍ତି।

(ଭୁବନେଶ୍ୱରରୁ କପିଲ ପ୍ରଧାନଙ୍କ ରିପୋର୍ଟ)

Bhubaneswar Capital Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ