Advertisment

ବଡ଼ଦାଣ୍ଡରେ ଲଜ୍ଜା : ବାହୁଡ଼ା ଯାତ୍ରା ଭିଡ଼ ଭିତରେ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ

ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣ କଲେ ସୁରକ୍ଷାକର୍ମୀ

ଅଦ୍ୟତନ ହୋଇଛି
Special story

Special story

Advertisment

ପବିତ୍ର ବାହୁଡ଼ା ଯାତ୍ରା ବେଳେ ବଡ଼ଦାଣ୍ଡରେ ଲଜ୍ଜା । ଭିଡ଼ର ସୁଯୋଗ ନେଇ ମହିଳାଙ୍କୁ ଅସଦଚାରଣର ଭିଡିଓ ଭାଇରାଲ୍ । ତେବେ ଅଭିଯୁକ୍ତ ଜଣକ ଆଉ କେହି ନୁହେଁ, ଜଣେ ସୁରକ୍ଷାକର୍ମୀ ଅର୍ଥାତ୍ ଯିଏ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ନିୟୋଜିତ । ତାଙ୍କର ଏଭଳି କୁକର୍ମର ସାଂଘାତିକ ଭିଡିଓ ଘୁରି ବୁଲୁଛି ସୋସିଆଲ୍ ମିଡିଆରେ । ଭିଡ଼ ଭିତରେ ବର୍ଦ୍ଦିଧାରୀ ସୁରକ୍ଷାକର୍ମୀ ଜଣକ ଯେଉଁ କାର୍ଯ୍ୟକରିଛନ୍ତି, ତାହା ଗଣମାଧ୍ୟମରେ ମଧ୍ୟ ସ୍ପଷ୍ଟ ଦେଖାଇବା ସମ୍ଭବ ନୁହେଁ ।

Advertisment

ଏହାକୁ ଦେଖିଲେ ସଭ୍ୟ ସମାଜର ମୁଣ୍ଡ ନଇଁଯିବ । ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରା, ଯେଉଁଠି ଲକ୍ଷ ଲକ୍ଷ ଲୋକ ବଡ଼ଦାଣ୍ଡରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତିର ସାଗରରେ ବୁଡ଼ ଦିଅନ୍ତି, ସେଠି ଅଭଦ୍ରାମୀର ସୀମା ଟପି ଏଭଳି ଅସଦାଚରଣ କରିବାକୁ ସୁରକ୍ଷାକର୍ମୀ ଜଣକ ସାହସ ପାଇଲେ କେମିତି ? ସେ ହୁଏତ ଭାବିଥିଲେ ଅସମ୍ଭବ ଭିଡ଼ ଭିତରେ ସମସ୍ତଙ୍କ ଅଲକ୍ଷ୍ୟରେ ଏଭଳି ଅସାଧୁ କାର୍ଯ୍ୟ କଲେ ତାଙ୍କୁ କେହି ଦେଖିପାରିବ ନାହିଁ ।

କିନ୍ତୁ ସେ ଜାଣିନଥିଲେ ଯେ, ତାହା କଏଦ ହୋଇଯାଇଛି କ୍ୟାମେରାରେ । ଏହି ଘଟଣାକୁ ବିଭିନ୍ନ ବର୍ଗର ଲୋକେ ନିନ୍ଦା କରିଥିବା ବେଳେ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଏନେଇ ପ୍ରଶାସନର ପ୍ରତିକ୍ରିୟା ମଧ୍ୟ ଆମର ହସ୍ତଗତ ହୋଇପାରିନାହିଁ ।

Advertisment
Bahuda Jatra Woman Molested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ