Advertisment

ଦୁଇ ମହିଳା ସାର୍କଙ୍କ ମିଳନରେ ‘ଇସ୍ପେରା’ର ଜନ୍ମ

ଅନେକ କ୍ଷେତ୍ରରେ ଚମତ୍କାର ଘଟିଥିବାର ଆପଣ ନିଶ୍ଚୟ ଦେଖିଥିବେ। ଯାହା ସାଧାରଣ ଭାବେ ବିଶ୍ୱାର କରି ହୁଏନି ତାହାକୁ ଚମତ୍କାର କୁହାଯାଏ। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ଆଉ ଏକ ଚମତ୍କାର ଘଟଣା ଇଟାଲୀରୁ ସାମ୍ନାକୁ ଆସିଛି। ଇଟାଲୀର ସର୍ଡିନିଆର ଏକ ଟ୍ୟାଙ୍କରେ ଦୁଇ ମହିଳା ମାଛ ଏକ ସାର୍କକୁ ଜନ୍ମ ଦେଇଛନ୍ତି।

Shark born without male sperms

Shark born without male sperms

Advertisment

ଅନେକ କ୍ଷେତ୍ରରେ ଚମତ୍କାର ଘଟିଥିବାର ଆପଣ ନିଶ୍ଚୟ ଦେଖିଥିବେ। ଯାହା ସାଧାରଣ ଭାବେ ବିଶ୍ୱାର କରି ହୁଏନି ତାହାକୁ ଚମତ୍କାର କୁହାଯାଏ। ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ଆଉ ଏକ ଚମତ୍କାର ଘଟଣା ଇଟାଲୀରୁ ସାମ୍ନାକୁ ଆସିଛି। ଇଟାଲୀର ସର୍ଡିନିଆର ଏକ ଟ୍ୟାଙ୍କରେ ଦୁଇ ମହିଳା ମାଛ ଏକ ସାର୍କକୁ ଜନ୍ମ ଦେଇଛନ୍ତି। ଗତ ୧୦ ବର୍ଷ ଧରି ଏହି ଟ୍ୟାଙ୍କ୍‌ରେ କୌଣସି ପୁରୁଷ ମାଛ ନ ଥିବାରୁ ଏହି ଜନ୍ମ ଏକ ଚମତ୍କାର ବୋଲି ବିବେଚନା କରାଯାଉଛି।

Advertisment

ଦୁଇ ମହିଳା ମାଛରୁ ଜନ୍ମ ହୋଇଥିବା ଏହି ସାର୍କକୁ 'ଭର୍ଜିନ୍ ବାର୍ଥ' କୁହାଯାଉଛି। ଯେତେବେଳେ ଏହି ସାର୍କ ଜନ୍ମ ହେବାର ଖବର ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ଅନେକ ଲୋକ ଏହାକୁ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନର ସଙ୍କେତ ବୋଲି କହିଥିଲେ। ଏହି ଶିଶୁ ସାର୍କର ନାମ ଇସ୍ପେରା ରଖାଯାଇଛି। ସେ ଆକ୍ୱାରିଓ ଡି କାଲା ଗୋନୋନ ଆକ୍ୱାରିୟମରେ ଜନ୍ମ ହୋଇଛି। ଯେଉଁ ଟାଙ୍କିରେ ଇସ୍ପେରାର ଜନ୍ମ ହୋଇଛି ସେଥିରେ କେବଳ ଦୁଇଟି ମହିଳା ମାଛ ୧୦ ବର୍ଷ ଧରି ବାସ କରୁଥିଲେ। ଏପରି ପରିସ୍ଥିତିରେ ଇସ୍ପେରା ଗର୍ଭଧାରଣରେ କୌଣସି ପୁରୁଷ ସାର୍କର ଶୁକ୍ରାଣୁ ବ୍ୟବହାର କରାଯାଇ ନାହିଁ।

Advertisment

ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ହେଉଛି ପାର୍ଥେନୋଜେନେସିସ୍‌ର ପ୍ରଥମ ଘଟଣା। ଶୁକ୍ରାଣୁ ବିନା ଯେଉଁ ପ୍ରକ୍ରିୟାରେ ଗର୍ଭାଶୟରେ ଏକ ଭ୍ରୁଣ ସୃଷ୍ଟି ହୁଏ ତାହାକୁ ପାର୍ଥେନୋଜେନେସିସ୍‌ କୁହାଯାଏ। ଆଜି ପର୍ଯ୍ୟନ୍ତ ସେପରି କୌଣସି ଘଟଣା ସାମ୍ନାକୁ ଆସି ନ ଥିଲା। ଏହି ପ୍ରଥମ ଘଟଣା ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି। ଲୋକମାନେ ଇସ୍ପେରାକୁ ଯୀଶୁଙ୍କ ଅବତାର ବୋଲି ବିଚାର କରୁଛନ୍ତି। ସୋସିଆଲ ମିଡିଆରେ ଇସ୍ପେରାର ଜନ୍ମ ଉପରେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ଯୀଶୁ ବର୍ତ୍ତମାନ ପୃଥିବୀକୁ ଆସିଗଲେ।

Shark born without male spermsମହିଳା ସାର୍କଙ୍କ ମିଳନରେ ‘ଇସ୍ପେରା’ର ଜନ୍ମ

କିଛି ବିଶେଷଜ୍ଞ କହିଛନ୍ତି ଯେ ସମୁଦ୍ରରେ କିଛି ସାର୍କ ଅଛନ୍ତି ଯେଉଁମାନେ ବିନା ପୁରୁଷ ସାର୍କରେ ଗର୍ଭବତୀ ହୋଇପାରିବେ। କିନ୍ତୁ ଏହାର ପ୍ରମାଣ କେବେ ମିଳି ନ ଥିଲା। ଆଜି ଏହାର ପ୍ରମାଣ ମିଳିଛି। ଏହାକୁ ଧର୍ମ କିମ୍ବା ଯୀଶୁଙ୍କ ଅବତାର ସହିତ ଯୋଡିଆର ଆବଶ୍ୟକତା ନାହିଁ। ଲାଇଭ୍ ସାଇନ୍ସ ସହ କଥାବାର୍ତ୍ତା ହୋଇ ଆମେରିକା ଫ୍ଲୋରିଡାର ମୋଟେ ମେରାଇନ୍ ଲାବୋରେଟୋରୀ ଆଣ୍ଡ୍‌ ଆକ୍ୱାରିୟମର ନିର୍ଦ୍ଦେଶକ କହିଛନ୍ତି ଯେ ଏବେ ସାର୍କ ପ୍ରଜାତିର ସନ୍ଧାନ ମିଳିଛି ଯାହା ବିନା ପୁରୁଷରେ ଗର୍ଭବତୀ ହୋଇପାରେ। ସେ କହିଛନ୍ତି ଯେ ଯେତେବେଳେ ମହିଳା ସାର୍କ ଗର୍ଭବତୀ ହେବା ପାଇଁ ପୁରୁଷ ସାର୍କ ନ ପାଆନ୍ତି, ସେତେବେଳେ ସେ ପାର୍ଥେନୋଜେନେସିସ୍ ମାଧ୍ୟମରେ ଗର୍ଭଧାରଣ କରନ୍ତି।

Advertisment
Special Story Shark
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ