Advertisment

ପୁଣି ଖୋଳା ଚାଲିଛି ଏମାର ମଠ; ମାଟି ତଳେ ପୋତି ରହିଛି କି ଦୁର୍ଲଭ ଜିନିଷ ?

ଏମାର ମଠ ମାଟି ତଳେ କିଛି କୋଠରୀ ଅଛି କି? ମାଟି ତଳେ କିଛି ଦୁର୍ଲଭ ଜିନିଷ ପୋତି ରହିଛି କି? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ।

Emar Matha

Emar Matha

Advertisment

ବହୁ ଚର୍ଚ୍ଚିତ ଏମାରମଠର ଭୂମି ତଳେ ଅଛି କଣ? ଦୁର୍ଲଭ ଜିନିଷ କିଛି ପୋତି ହୋଇ ରହିଛି କି ? ଦୁର୍ମୂଲ୍ୟ ସିଂହ ମୂର୍ତ୍ତି, ଚଟାଣ ବାହାରିବା ପରେ ଓବିସିସି ପକ୍ଷରୁ ଜିପିଆରଏସ ଦ୍ୱାରା ମ୍ୟାପିଂ କରାଗଲା। ତାହାର ରିପୋର୍ଟ କଣ କହୁଛି ତାହା ସାମନାକୁ ଆସିନଥିବା ବେଳେ ଏବେ ପୁଣି ଖୋଳାଖୋଳିକୁ ନେଇ ଉଠିଛି ପ୍ରଶ୍ନ।

Advertisment

ଏମାର ମଠ ମାଟି ତଳେ କିଛି କୋଠରୀ ଅଛି କି? ମାଟି ତଳେ କିଛି ଦୁର୍ଲଭ ଜିନିଷ ପୋତି ରହିଛି କି? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ। ଏମାର ମଠରୁ ବିଭିନ୍ନ ସମୟରେ ରୁପା ଇଟା, ବ୍ରୋଂଜ ମୂର୍ତ୍ତି ଆଦି ମୂଲ୍ୟବାନ ବସ୍ତୁ ସହ ସିଂହମୂର୍ତ୍ତି ଓ ଚଟାଣ ଠାବ ହୋଇଥିଲା। ଯାହାପରେ ଏମାର ମଠ ଭିତରେ ଆହୁରି ଅନେକ ଗୁପ୍ତଧନ ଥିବାର ଆଶଙ୍କା କରାଯାଉଥିଲା। ଏନେଇ ୨୦୨୨ ମସିହା ମେ ମାସ ୧୮ ତାରିଖରେ ପ୍ରାୟ ୪୧ ଲକ୍ଷ ୬୦ ହଜାର ଟଙ୍କାରେ ଓବିସିସି ପକ୍ଷରୁ ଜିପିଆରଏସ୍ ରେ ମ୍ୟାପିଂ କରାଯାଇଥିଲା। ଶ୍ରୀମନ୍ଦିର ଚତୁପାର୍ଶ୍ୱ ଓ ମଠ ପରିସରର ମ୍ୟାପିଂ ହୋଇଥିଲା।

ମାତ୍ର ଏବେଯାଏ ଏହାର ରିପୋର୍ଟ ସାର୍ବଜନୀନ କରାଯାଇନଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥଳେ ମଠ ଠୁ ଶହେ ମିଟର ଦୂରରେ ଶ୍ରଜଗନ୍ନାଥ ରିସେପନସନ ସେଣ୍ଟର ଓ ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ।

Advertisment

ଜିପିଆରଏସ୍ ରିପୋର୍ଟରେ କଣ ରହିଛି, ତାହା ସାମ୍ନାକୁ ଆସିବା ଦରକାର। ଏପରିକି ଏନେଇ ପରିଚାଳନା କମିଟି ସଦସ୍ୟ ମାନେ ବି ଏସଂପର୍କରେ ଜାଣିନଥିବା କହିଛନ୍ତି। ଏନେଇ ଆସନ୍ତା ୨୯ ତାରିଖରେ ହେବାକୁ ଥିବା ବୈଠକରେ ଆଲୋଚନା କରାଯିବ ବୋଲି କହିଛନ୍ତି ପରିଚାଳନା ସଦସ୍ୟ। ସେପଟେ ରିପୋର୍ଟ ଆସିଯାଇଥିବାବେଳେ ସେଇ ଆଧାରରେ ଶ୍ରୀଜଗନ୍ନାଥ ରିସେପସନ୍ ସେଣ୍ଟର ଓ ଲାଇବ୍ରେରୀ ନିର୍ମାଣ କରାଯାଉଛି ବୋଲି କହିଛନ୍ତି ଓବିସିସି ସୁପରିନଟେଣ୍ଡେଣ୍ଟ। ଏପରିକି ରିପୋର୍ଟରେ ସେଭଳି କିଛି ଗୁପ୍ତଧନ ବା କୀର୍ତ୍ତିରାଜିର ଭଗ୍ନାବଶେଷ ମିଳିନଥିବା ସେ ସ୍ପଷ୍ଟ କରିଛନ୍ତି।

Jagannath Temple Emar Matha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ